Categories
ଆଜିର ଖବର ଜାତୀୟ ଖବର

କିନ୍ନର ବୋଲି ସମ୍ବୋଧନ କରିବାରୁ 16 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା

ବରେଲୀ : ଉତ୍ତର ପ୍ରଦେଶର ଜଣେ 16 ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଦଶମ ଶ୍ରେଣୀର ଛାତ୍ରଙ୍କୁ ସାଙ୍ଗ ମାନେ କିନ୍ନର ବୋଲି ସମ୍ବୋଧନ କରିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ବରେଲୀର ସୁଭାଷ ନଗରରେ ରହୁଥିବା 16 ବର୍ଷୀୟ ବାଳକ ଜଣକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ବଡଭାଇ ପାଖ ଘରେ ପାଠ ପଢୁଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ ।

ନିଜ ଆତ୍ମହତ୍ୟା ନୋଟ୍‌ରେ ସମସ୍ତେ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିବା ନେଇ ଉଲ୍ଲେଖ କରିଛନ୍ତି ଯୁବକ । ତାଙ୍କ ଶରୀର ଝିଅଙ୍କ ପରି ହୋଇଥିବାରୁ ସାଙ୍ଗସାଥୀ ଏବଂ ପଡୋଶୀ ତାଙ୍କୁ କିନ୍ନର ବୋଲି ସମ୍ବୋଧନ କରୁଥିଲେ । ଏହା ସହିତ ଆଗାମୀ ଜନ୍ମରେ ଝିଅ ହୋଇ ଜନ୍ମ ନେବାକୁ ପସନ୍ଦ କରିବେ ବୋଲି ନିଜ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ବାଳକ ଜଣକ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ : ଆତ୍ମହତ୍ୟା ସ୍ପଷ୍ଟ କଲେ ଡାକ୍ତର

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ସୋମବାର ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଫାଶୀ ଦେବା କାରଣରୁ ଶ୍ବାସରୁଦ୍ଧ ହୋଇଥିବା ନେଇ ରିପୋର୍ଟ ଆସିଛି । ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇନଥିବା ବେଳେ ଶରୀରରେ ବିଷକ୍ରିୟାର ପ୍ରଭାବ ରହିଛି କି ନାହିଁ ଏହାର ପରୀକ୍ଷଣ ଜାରି ରହିଛି । ମୁମ୍ବାଇର ଡ. ଆରଏନ୍‌ କୁପର ମ୍ୟୁନିସିପାଲ ଜେନେରାଲ୍‌ ହସ୍ପିଟାଲର ଏକ ତିନି ଜଣିଆ ଡାକ୍ତରୀ ଦଳ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ : ଚାରମାଳ ନିକଟରେ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି । ଚାରମାଳ ଥାନା ଚୁଡାପୁର ଗ୍ରାମରେ ବୁଲୁ ବେହେରା(୨୨) ନାମକ ଯୁବକ ବିଷ ପାନ କରି ଆତ୍ମହତ୍ୟା କରିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ପିଲାଟି ମାନସିକ ଭାରସାମ୍ୟ ହରାଇ ବିଷ ପାନ କରିଥିବା କହୁଥିବା ବେଳେ ଏହା ପ୍ରେମ ଜନିତ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ବିଷ ପାନ କରିଥିବା ଯୁବକର ଘର ରେଢାଖୋଲ ଥାନା ବୁର୍ଡା ପଂଚାୟତର ଜାମୁନାଳୀ ଗ୍ରାମର ବୋଲି ଜଣା ପଡିଛି । ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମରେ ମଧ୍ୟ ବାପାର ଗାଳି ସହ୍ୟ କରି ନପାରି ୧୬ ବର୍ଷର ଜଣେ ପିଲା ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା: ବଡହନ୍ତୁଆଡ ଗହୀର ମଧ୍ୟରୁ ମିଳିଲା ମୃତଶରୀର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବଡ ହନ୍ତୁଆଡ ଗ୍ରାମର ଧନେଶ୍ବର ମାର୍ଥା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଧନେଶ୍ବର ବିଗତ ୨୩ ବର୍ଷ ଧରି ମୁମ୍ବାଇରେ ରହୁଥିବା ବେଳେ ୨୦ ବର୍ଷ ତଳେ ତାଙ୍କ ଗୋଡ ଭାଙ୍ଗିଥିଲା। ପ୍ଲେଟ୍‌ ଲାଗିଥିବା କାରଣରୁ ବେଳେ ବେଳେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି ବୋଲି ପରିବାର ଲୋକ କହିଛନ୍ତି। ଗତ ପଞ୍ଚୁଦୋଳରେ ସେ ଘରକୁ ଫେରିଥିବା ବେଳେ ତାଙ୍କୁ ୪-୫ ଥର ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଯନ୍ତ୍ରଣା ଅସହ୍ୟ ହେବାରୁ ଧନେଶ୍ବର ଆତ୍ମହତ୍ୟାର ପନ୍ଥା ବାଛି ନେଇଥିବା ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧନେଶ୍ବରଙ୍କ ମୃତ ଶରୀର କଳାପଟା ଗହିରରୁ ଉଦ୍ଧାର କରାଯାଇଥିବା ବେଳେ ଶବ ନିକଟରୁ ମନୋସିଲ୍‌ ନାମକ କୀଟନାଶକ ପ୍ୟାକେଟ୍‌ ମିଳିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବାଣପୁର ଥାନା ଏଏସ୍‌ଆଇ ନମିତା ନାୟକ ଏହି ମାମଲାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର ମନୋରଂଜନ

କ୍ରାଇମ୍‌ ପ୍ୟାଟ୍ରୋଲ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ : କ୍ରାଇମ୍‌ ପ୍ୟାଟ୍ରୋଲ୍‌ ଅଭିନେତ୍ରୀ ଫ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି । 25 ବର୍ଷୀୟ ଏହି ଅଭିନେତ୍ରୀ ଜଣକ ନିଜ ଇନ୍ଦୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ କାରଣରୁ କାମ ମିଳୁନଥିବାରୁ ବିଗତ କିଛି ଦିନ ହେବ ପ୍ରେକ୍ଷା ଅବସାଦରେ ଥିଲେ । ପ୍ରେକ୍ଷା ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ମଧ୍ୟ କାହାକୁ ଦାୟୀ କରିନାହାନ୍ତି । ନିଜର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟରେ ପ୍ରେକ୍ଷା ଲେଖିଥିଲେ, ‘ସବୁଠୁ ଖରାପ ହେଉଛି, ତୁମ ସ୍ବପ୍ନ ମରିଯିବା’ । ପ୍ରେକ୍ଷା କ୍ରାଇମ ପ୍ୟାଟ୍ରୋଲ୍‌ ବ୍ୟତିତ ମେରୀ ଦୁର୍ଗା ଏବଂ ଲାଲ ଇସ୍କରେ ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଦ୍ବିତୀୟ କଳାକାର ଭାବରେ ପ୍ରେକ୍ଷା ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଅନ୍ୟତମ ଟିଭି ଅଭିନେତା ମନମୀତ୍‌ ଗ୍ରେଓ୍ବାଲ ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଫୋନ୍‌ରେ କଥାହେବାକୁ ନେଇ ଘରୋଇ କଳିରୁ ନାବାଳିକାଙ୍କ ଆତ୍ମହତ୍ୟା

ବଲ୍ଲିଆ : ଫୋନ୍‌ରେ କଥା ହେଉଥିବା ବେଳେ ମା ଗାଳି କରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ବଲିଆ ଅନ୍ତର୍ଗତ ମଝାଉଁ ଗ୍ରାମର ଏହି ନାବାଳିକା ଜଣକ ଫୋନ୍‌ରେ କଥା ହେଉଥିବା ବେଳେ ମା ତାଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଯୁବତୀ ଜଣକ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଯୁବତୀଙ୍କ ନାମ ଆଶା ପାଶ୍ବାନ(16) । ଶୁକ୍ରବାର ଆଶା ଜଣେ ଯୁବକଙ୍କ ସହିତ ଫୋନ୍‌ରେ କଥା ହେଉଥିବା ବେଳେ ମା ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଆଶା ଶୁକ୍ରବାର ରାତିରେ ଆତ୍ମହତ୍ୟାର ପଥ ବାଛିନେଇଥିଲେ । ପୋଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ମହୁଲ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ବବ୍‌ଲୁ ସାହୁ
କର୍ଲାମୁଣ୍ଡ଼ା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ଼ା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଳଙ୍କ ଶବ । ଆଜି ସକାଳୁ କିଛି ଗ୍ରାମବାସୀ ମହୁଲ ଗଛରେ ଗୋଟିଏ ପୁଅ ଓ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପ୍ରେମିଯୁଗଳ ପୋରାକେଳା ଗ୍ରାମର ନବୀନ (22) ଏବଂ ଦିପା (16) (ଉଭୟ ଛଦ୍ମନାମ) ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ରହିଥିବା ବେଳେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଏମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ଏବଂ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଓହ୍ଲାଇବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରିବାରକୁ ହତ୍ୟା କରିବା ପରେ ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ ସିଆରପିଏଫ୍‌ ଯବାନ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଏହି ଯବାନ ଜଣକ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଉକ୍ତ କନେଷ୍ଟବଳଙ୍କ ନାମ ବିନୋଦ କୁମାର ଯାଦବ(41) । ବିନୋଦ ନିଜ ପତ୍ନୀ ବିମଳା(36), ପୁଅ ସନ୍ଦୀପ(14) ଏବଂ ଝିଅ ସିମ୍‌ରନ୍‌ (12)କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପଡିଲାରେ ନିଜ ବାସଭବନରେ ବିନୋଦ ଏହି କାଣ୍ଡ ଘଟାଇଛନ୍ତି । ସାମ୍ନା କ୍ବାର୍ଟରରେ ରହୁଥିବା ଜଣେ ମହିଳାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅସଦାଚରଣ କରିବା ଅଭିଯୋଗରେ ବିନୋଦଙ୍କୁ ସମନ କରାଯାଇଥିଲା । ଆସନ୍ତା ଶୁକ୍ରବାର ତାଙ୍କୁ ହାଜର ହେବାକୁ ଥିବା ବେଳେ ସେ ମାନସିକ ଚାପରେ ଏପରି କରିଛନ୍ତି ବୋଲି ଏଡିଜି ପ୍ରେମ ପ୍ରକାଶ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ ଅବସ୍ଥା ଖରାପ ଆଡକୁ ଗତି କଲା । ତାଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଭଗବତ୍‌ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ଭଗବତ୍‌ ସହ୍ୟ କରିପାରିନଥିଲେ । ନିଜ ସ୍ତ୍ରୀର ଶବକୁ ଗ୍ରାମକୁ ନେଇ ଆସିଥିଲେ । ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Categories
ଆଜିର ଖବର ଜାତୀୟ ଖବର

ବରିଷ୍ଠ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା: ଥାନାରେ ମାମଲା ରୁଜୁ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପି. ଭି ଶ୍ରୀକାକୁଲମରେ ସ୍ୱତନ୍ତ୍ର ଶାଖା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଡିଏସପି) ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ ବର୍ମା ଏହି ଉପକୂଳବର୍ତ୍ତୀ ସହରର ବିଚ୍ ରୋଡରେ ଥିବା ତାଙ୍କ ବାସଭବନରେ ଫାଶୀ ଲଗାଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରୁ ଫେରିବା ସମୟରେ ବର୍ମାଙ୍କ ପତ୍ନୀ ଏବଂ ପୁଅ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଅସୁସ୍ଥତା କାରଣରୁ ଅଧିକାରୀ ଜଣକ ତାଙ୍କ ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି। ସେ ଗତ ଚାରି ବର୍ଷ ଧରି ଗୁରୁତର ଫୁସଫୁସ ରୋଗ ସହ ସଂଗ୍ରାମ କରୁଥିଲେ ଏବଂ ଡାକ୍ତରମାନେ ଫୁସଫୁସ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଏମଭିପି ପୋଲିସ ଷ୍ଟେସନର ଇନ୍ସପେକ୍ଟର ଶାନମୁଖା ରାଓ କହିଛନ୍ତି, “ଆମେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ମାମଲା ପଞ୍ଜିକୃତ କରିଛୁ। ଶବ ବ୍ୟବଚ୍ଛେଦ ପାଇଁ ଶବକୁ କିଙ୍ଗ ଜର୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ବର୍ମା ବିଶାଖାପାଟନମର ବିଭିନ୍ନ ପୋଲିସ ଷ୍ଟେସନରେ କାର୍ଯ୍ୟ କରିଥିଲେ ଏବଂ ପରେ ଡିଏସପି ଭାବରେ ପଦୋନ୍ନତି ପାଇ ଶ୍ରୀକାକୁଲମରେ କାର୍ଯ୍ୟରତ ଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ସନ୍ଦେହରେ ହସ୍ପିଟାଲର ଶୌଚାଳୟରେ ଆତ୍ମହତ୍ୟା କଲେ ଯୁବକ

ଅଜମେର : କରୋନା ସନ୍ଦେହରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି । ଜେଏଲ୍‌ଏନ୍‌ ହସ୍ପିଟାଲର କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ କରୋନା ସନ୍ଦେହର ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ।

କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ  ୟୁପିର ରାୟବରେଲୀର ବୋଲି ହୋଇଥିବାବେଳେ ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡିଛି । ସେ ରବିବାର ସକାଳୁ ଗୁଜୁରାଟରୁ ନିଜ ଘର ରାୟବରେଲୀ ଯାଉଥିଲେ ।  ବସ୍‌ରେ ଯାଉଥିବା ସମୟରେ ଯୁବକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ଏହାପରେ ବସ୍‌ରେ ଥିବା ଯାତ୍ରୀମାନେ ତାଙ୍କୁ କରୋନା ପଜିଟିଭ୍‌ ଭାବି ତାଙ୍କୁ ପର୍ବତପୁରା ବାଇପାସ୍‌ ନିକଟରେ ପୋଲିସ୍‌ ହାତରେ ଜିମା ଦେଇଥିଲେ ।

ଏହାପରେ ପୋଲିସ୍‌ ତାଙ୍କୁ ଜେଏଲ୍‌ଏନ୍‌ ହସ୍ପିଟାଲ ନେଇଥିଲେ । ଏଠାରେ ତାଙ୍କୁ ବାରମ୍ବାର କାଶ ଓ ଥଣ୍ଡା ଥିବା ଯୋଗୁଁ କରୋନା ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ଏହାପରେ ଯୁବକଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଯୁବକ ଜଣକ ଆତ୍ମହତ୍ୟା କରିଦେଇଛନ୍ତି । ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ଖବର ଏବେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଡିପଟୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ଘରୋଇ କଳିରୁ ଆତ୍ମହତ୍ୟା ସନ୍ଦେହ

ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଉରାଢ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ବାଡି ଖତଗଦା ନିକଟରେ ମହିଳାଙ୍କ ଦରପୋଡା ମୃତ ଶରୀର ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ଉକ୍ତ ଗ୍ରାମର ସାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ ଗତକାଲି ରାତିରେ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସକାଳ ଯାଏ ବାରିରେ ଜଳୁଥିଲା ଦରପୋଡା ମୃତ ଶରୀର । ପାଖରେ ଏକ କିରୋସିନି ଜାରକିନ୍ ଓ ଡିବି ଥୁଆହୋଇଥିବା ଦେଖିବାକୁ ମିଳିଥିଲା ।

ସକାଳୁ ସକାଳୁ ଏହି ଖବର ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ଘରୋଇ କଳିରୁ ଏପରି ଘଟିଥିବା ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ । ମୃତ ମହିଳାଙ୍କ ବାପଘର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ସାମ୍ବାଦିକାଙ୍କ ଆତ୍ମହତ୍ୟା ପରେ ସମାଜବାଦୀ ପାର୍ଟି ନେତା ଗିରଫ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିବା ପରେ ଜନୈକ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି । 28 ବର୍ଷୀୟ ସାମ୍ବାଦିକ ରିଜଓ୍ବାନା ତବାସୁମ୍‌ ଆତ୍ମହତ୍ୟା କରିବା କାରଣରୁ ସମାଜବାଦୀ ପାର୍ଟି ନେତା ସାମିମ୍‌ ନୋମାନିଙ୍କୁ ଗିରଫ କରାଯାଇଛି । ବାରଣାସୀର ହରପାଲପୁରର ଏହି ସାମ୍ବାଦିକା ଜଣକ ନିଜ ବାସଭବନରେ ଆତ୍ମହତ୍ୟା କରିବା ସହିତ ସୁଇସାଇଡ୍‌ ନୋଟ୍‌ରେ ଉକ୍ତ ନେତାଙ୍କ ନାମ ଉଲ୍ଲେଖ କରିଥିଲେ । ତବାସୁମଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା 306 ଅନୁସାରେ ନୋମାନିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଉଭୟ ନୋମାନି ଏବଂ ତବାସୁମ୍‌ ଦୀର୍ଘଦିନ ଧରି ପରସ୍ପରକୁ ଜାଣିଥିବା ବେଳେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଲା ମା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଏହି ଘଟଣା ପରେ ଯୁବକଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାହ୍ନ ୨.୩୦ମିନିଟ୍‌ରେ ପୁଅର ପ୍ରାଣହାନି ଘଟିଥିବା ବେଳେ ଦୁଇ ଘଣ୍ଟା ବ୍ୟବଧାନରେ ମା ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ  ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଘଟଣାସ୍ଥଳରୁ ଦୁଇଟି କୀଟନାଶକ ପ୍ୟାକେଟ ମିଳିଥିବାରୁ ଆତ୍ମହତ୍ୟାର ଅନୁମାନ କରାଯାଉଥିବା ବେଳେ ବାଣପୁର ପୋଲିସ୍‌ର ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତିହାର ଜେଲ୍‌ରେ ଆତ୍ମହତ୍ୟା କଲେ ଶାଶୁ ଘର ପରିବାରକୁ ହତ୍ୟା କରିଥିବା ମହିଳା

ନୂଆଦିଲ୍ଲୀ : ତିହାର ଜେଲ୍‌ରେ ଆତ୍ମହତ୍ୟା କରିଛନ୍ତି ଜନୈକ ମହିଳା । ନିଜ ଶାଶୁଘର ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ରେ ରହିଥିବା ଏହି ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ଅଭିଯୋଗରେ ମହିଳାଙ୍କୁ 25 ତାରିଖରେ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । 26 ଏବଂ 27 ତାରିଖରେ ପଚରା ଉଚୁରା କରାଯିବା ପରେ ସୋମବାର ରାତିରେ ସେଲ୍‌ ନମ୍ବର 6ରେ ମହିଳାଜଣକ ଆତ୍ମହତ୍ୟା କରିଥିଲେ । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ପରେ ମଧ୍ୟ ମହିଳା ଜଣକ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି । ଏକ ଜମିଜମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପବ୍‌ଜୀ ଖେଳିବାକୁ ନେଇ ଝଗଡା : କେନାଲକୁ ଡେଇଁ ବାଳକର ଆତ୍ମହତ୍ୟା

ଚଣ୍ଡୀଗଡ : ପବ୍‌ଜୀ ଖେଳିବା ପାଇଁ ମନା କରାଯିବାରୁ ଜଣେ 13 ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ଏହି ବାଳକ ଜଣକ ଭାକ୍ରା କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପବ୍‌ଜୀ ଖେଳୁଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଗାଳି ଦିଆଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଳକ ଜଣକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥିଲେ । ଗତ 20 ତାରିଖରୁ ବାଳକ ଜଣକ ନିଖୋଜ ଥିଲେ । ପଟିଆଲାରୁ ନିଖୋଜ ଥିବା ବାଳକଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଶିଶୁଙ୍କ ସହିତ ନିଜକୁ ନିଆଁ ଲଗାଇଲେ ମହିଳା

ମଣିପୁରୀ : ଉତ୍ତରପ୍ରଦେଶର ମଣିପୁରୀରେ ଜଣେ ମହିଳା ନିଜ ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ନିଜର ଦୁଇ ଶିଶୁଙ୍କୁ ନିଆଁ ଲଗାଇବା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ଭାତୁଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ମହିଳାଙ୍କ ପତି ଉପସ୍ଥିତ ନଥିବା ବେଳେ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଅଧିକ ପୋଡି ଯାଇଥିବାରୁ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ତିନି ଜଣଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅଟୋ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଟୋ ଡ୍ରାଇଭର

ମୁମ୍ବାଇ: ମୁମ୍ବାଇର ଏକ ଅଟୋ ଡ୍ରାଇଭର ନିଜ ଅଟୋ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ଶନିବାର ପୋଲିସ କହିଛି। ଦିଣ୍ଡୋସି ପୋଲିସ୍ ଷ୍ଟେସନର ସିନିୟର ପୋଲିସ୍ ଇନ୍ସପେକ୍ଟର ଡି.କାମ୍ବଲେଙ୍କ ଅନୁଯାୟୀ, ଗୋରେଗାଓଁର ବିଏମସି କଲୋନୀ ନିକଟରେ ଦୟାଶଙ୍କର ଏ ସୋନି ନାମକ ଅଟୋ ଡ୍ରାଇଭରଙ୍କ ମୃତଦେହ ଶୁକ୍ରବାର ଦିନ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗାଡି ଛାତ ଉପରେ ଥିବା ବାଡ଼ି ଦ୍ୱାରା ବେକରେ ଫାଶୀ ଲଗାଇଥିଲା ମୃତ ଯୁବକ। ବେକରେ ରଶି ଲାଗିବା ସହିତ ଗାଡିରେ ବସିଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ।

Mumbai man ‘hangs’ himself in autorickshaw

ତାଙ୍କ ପତ୍ନୀଙ୍କ ବିବୃତ୍ତି ଅନୁଯାୟୀ ସୋନି ଜଣେ ମଦ୍ୟପ ଥିଲେ ଏବଂ ସେ ପିଠି ଏବଂ ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ପାଇଁ ସେ କାହାକୁ ସନ୍ଦେହ କରନ୍ତି ନାହିଁ କିମ୍ବା ଦାୟୀ କରନ୍ତି ନାହିଁ। କାମ୍ବଲେ ସୂଚନା ଦେଇଛନ୍ତି ଯେ ପୀଡିତାଙ୍କ ମୃତଦେହକୁ ଗୋରେଗାଓଁର ସିଦ୍ଧାର୍ଥ ଡାକ୍ତରଖାନାକୁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝିଅକୁ ହତ୍ୟା କରିବା ପରେ ଦୁଇ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେଲେଙ୍ଗାନାର ମେଦଚାଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ରାସନ୍‌ ଦୋକାନରୁ ମିଳିଥିବା ଚାଉଳକୁ ନେଇ ଉଭୟ ମହିଳାଙ୍କ ପରିବାରରେ ଝଗଡା ହୋଇଥିଲା । ଏହାପରେ ଉଭୟଙ୍କ ସ୍ବାମୀଙ୍କୁ ଜଓ୍ବାହାର ନଗର ଚର୍ଚ୍ଚକୁ ନିଆଯାଇଥିଲା । ପୋଲିସ୍ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟାଇନ୍‌ ସେଣ୍ଟରର ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୋଏଡା : ଗ୍ରେଟର୍‌ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍‌ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍‌ ହୋମରେ ରହିଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ଥିବାରୁ ତାଙ୍କୁ 14 ଦିନିଆ କ୍ବାରେଣ୍ଟିନ୍‌ରେ ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ରବିବାର ରାତ୍ରି 8ଟା ସମୟରେ ଯୁବକ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟରରୁ ତଳକୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବକ ଜଣକ ହେଉଛନ୍ତି 32 ବର୍ଷୀୟ ମୋହମ୍ମଦ ଗୁଲଜାର୍‌ । ସେ ନୋଏଡାର ଫେଜ୍‌-2ରେ ରହୁଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ରହିଥିଲେ । ଯୁବକ ଜଣକ ନିଜ କରୋନା ରିପୋର୍ଟ ମାଗୁଥିଲେ । ରିପୋର୍ଟ ନ ମିଳିବାରୁ ସେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ 7 ମହଲାରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । (ଏଜେନ୍ସି)