Categories
ଆଜିର ଖବର ଜାତୀୟ ଖବର

ଚଉଦ ଦିନ ଧରି ହୋମ କ୍ବାରେଣ୍ଟାଇନ୍‌ରେ ରହିଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦେଶରେ କରୋନା ଭାଇରସ୍‌ ମାମଲା ଲଗାତାର ଭାବରେ ବଢି ଚାଲିଥିବାବେଳେ ଏଥିପାଇଁ ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି । ଇତିମଧ୍ୟରେ ଗୁଜୁରାଟର ବନାସକାଣ୍ଠାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ବାନାସକାଣ୍ଠାରେ ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନ୍‌ ରହିଥିବାବେଳେ  ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ ସଂକଟ  ଚାଲିଥିବା ସମୟରେ ମୃତକ ଗତ 14 ଦିନ ଧରି ହୋମ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ବ୍ୟକ୍ତି ଜଣକ ଶୁକ୍ରବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । 20 ମାର୍ଚ୍ଚରୁ ମୃତକ ଜଣକ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ତେବେ ମାନସିକ ବିକାର ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସୂଚନା ମିଳୁଛି । ସୂଚନାଯୋଗ୍ୟ, ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 90ଟପି ସାରିଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା କାରଣରୁ ଅଟକିଲା ବିବାହ : ଯୁବକଙ୍କ ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା କାରଣରୁ ବିବାହ ଅଟକିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନାର ପଙ୍ଗାପଶି ଗ୍ରାମରେ ଏହି ଘଟଣା ଘଟିଛି। ପଙ୍ଗାପଶି ଗ୍ରାମର ଭାଗବତ ମହାରଣାଙ୍କ ପୁଅ ବଗୁଲୁ ମହାରଣା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବଗୁଲୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ। ମାତ୍ର ଦେଶରେ କରୋନା ଲକ୍‌ଡାଉନ୍‌ ଚାଲିଥିବାରୁ ବର୍ତ୍ତମାନ ବିବାହ ସମ୍ଭବ ନୁହେଁ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଲକ୍‌ଡାଉନ୍‌ ପରେ ବିବାହ କରିବା ପାଇଁ ପରିବାର ପକ୍ଷରୁ କୁହାଯାଇଥିଲା। ପରିବାରର ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଥିବା ବଗୁଲୁ ଶେଷରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଖବର ଦିଆଯିବା ପରେ ହରିଚନ୍ଦନପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ସନ୍ଦିଗ୍ଧ କରୋନା ରୋଗୀ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀଠାରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି ।

ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ୍‌ରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ରୋଗୀ ଜଣକ ହସ୍ପିଟାଲ୍‌ର ସପ୍ତମ ମହଲାରୁ ଡେଇଁ ପ୍ରାଣତ୍ୟାଗ କରିଛନ୍ତି । 35 ବର୍ଷୀୟ ମୃତକ ଜଣକ ନିକଟରେ ଅଷ୍ଟ୍ରେଲିଆ ସିଡ୍‌ନୀରୁ ଫେରିଥିଲେ । ମୃତକ ଜଣକ ଗତ ଏକବର୍ଷ ଧରି ସିଡ୍‌ନୀରେ ରହୁଥିଲେ ।

ନୋଡାଲ୍‌ ଅଧିକାରୀଙ୍କ କହିବାନୁସାରେ ରୋଗୀ ଜଣଙ୍କୁ ରାତ୍ରି 9ଟା ସମୟରେ ଆଇଜିଆଇ ବିମାନ ବନ୍ଦରରୁ ସନ୍ଦିଗ୍ଧ ରୂପେ ଆଣି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡ ବଥା ହେଉଥିଲା ବୋଲି ସେ କହୁଥିଲେ ।

ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ସର୍ବମୋଟ 166 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶର ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି । ଭାରତରେ କରୋନା ରୋଗରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବିଷଖାଇ ଆତ୍ମହତ୍ୟା କଲେ ବାଲୁଗାଁର ଜଣେ ଯୁବକ

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ବାଲୁଗାଁରେ କୀଟନାଶକ ଔଷଧ ପିଇ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି। ବାଲୁଗାଁର ବୋରିଆସାହି ଅନ୍ତର୍ଗତ ଯୁଗଳ ବିଶ୍ବାଳଙ୍କ ପୁଅ ପବିତ୍ର ବିଶ୍ବାଳ (୪୦) ମାନସିକ ଦୁଶ୍ଚିନ୍ତା କାରଣରୁ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ବାଣପୁର କୋର୍ଟରେ ପବିତ୍ରଙ୍କ କୌଣସି ଏକ ମାମଲାର ଶୁଣାଣି ରହିଥିବା ବେଳେ ସେ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହିଥିବା ପବିତ୍ର ଗତକାଲି ରାତିରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଆଜି ସକାଳୁ ଗାଇ ଚରାଇବାକୁ ଯାଇଥିବା କିଛି ଲୋକ ପବିତ୍ରଙ୍କ ଶବ ଗାଁ ବାହାରର ଏକ ବିଲରେ ଦେଖିଥିଲେ। ଶବ ନିକଟରେ କୀଟନାଶକ ଔଷଧ ଏବଂ ପାଣି ବୋତଲ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ପରସ୍ଥିତିରୁ ବିଷ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପରିବାରକୁ ଖବର ଦିଆଯାଇଥିଲା। ପବିତ୍ରଙ୍କ ପତ୍ନୀଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ପୋଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କେସ୍‌ ନଂ ୦୪/୨୦୨୦ରେ ତଦନ୍ତ କରାଯାଇଛି। ଏଏସ୍‌ଆଇ ପବିତ୍ର ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

 

Categories
ଆଜିର ଖବର ଜାତୀୟ ଖବର

ଋଣଭାର ଚାପରେ ପରିବାର ସଦସ୍ୟଙ୍କୁ ହତ୍ୟା କରି ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ : ଋଣଭାର ଚାପରେ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ହାଇଦ୍ରାବାଦର ଜନୈକ ଯୁବକ । ଦୁଇ ଜଣ ପିଲା ଏବଂ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଏହି ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଶନିବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ନିହତ ଇଞ୍ଜିନିୟର ଜଣକ ହେଉଛନ୍ତି କେ ପ୍ରଦୀପ୍‌ କୁମାର, ପତ୍ନୀ ଶ୍ବେତା ଏବଂ ଦୁଇ ସନ୍ତାନ ଜୟ କ୍ରିଷ୍ଣା ଏବକଂ କଲ୍ୟାଣ କ୍ରିଷ୍ଣାଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ପ୍ରଦୀପ 22 ଲକ୍ଷ ଟଙ୍କାର ଋଣ କରିଥିଲେ । ଋଣ ଶୁଝିନପାରିବାରୁ ଏପକରି ପଦକ୍ଷେପ ନେଇଥିବା ନେଇ ପ୍ରଦୀପ ନିଜ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ଛୁଆଙ୍କୁ ହତ୍ୟା କରି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟକ୍ତି

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରବିବାର ଜଣେ 44 ବର୍ଷୀୟ ବ୍ୟକ୍ତି ନିଜ ପୁଅ ଝିଅଙ୍କୁ ହତ୍ୟଶ କରିବା ପରେ ନିଜେ ମେଟ୍ରୋ ଟେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଘରେ ସ୍ତ୍ରୀ ନଥିବାରୁ ସେ ବଞ୍ଚିଯାଇଛନ୍ତି । ତେବେ ବ୍ୟକ୍ତି ଜଣକ ବ୍ୟବସାୟ ଯୋଗୁଁ ମାନସିକ ଚାପରେ ରହୁଥିଲେ  । ଶେଷରେ ଏ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ଦୁଇ ନିରୀହଙ୍କ ଜୀବନ ନେବା ସହିତ ନିଜ ଜୀବନକୁ ଶେଷ କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାମ ହେଉଛି ମଧୁର ମଲାନି। ଦିଲ୍ଲୀ ଶାଲିମାର୍‌ ବାଗ ଅଞ୍ଚଳରେ ରହୁଥିଲେ । ମୃତ୍ୟୁବରଣ କରିଥିବା ଦୁଇ ଛୁଆଙ୍କ ମଧ୍ୟରେ 14 ବର୍ଷର ଝିଅ ସମୀକ୍ଷା ଓ 6 ବର୍ଷର ପୁଅ ଶ୍ରେୟାଂଶ ରହିଛନ୍ତି । ଦୁହିଁଙ୍କ ବେକ ଚିପି ହତ୍ୟା କରିଥିବାର ଜଣାପଡିଛି । ତେବେ ଆତ୍ମହତ୍ୟା ନେଇ କୌଣସି ନୋଟ୍‌ ମିଳିନଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଘରୋଇ କଳିରୁ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀଙ୍କୁ କୋର୍ଟଚାଲାଣ କଲା ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍‌ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୫ ବର୍ଷ, ଦ୍ଵିତୀୟ ଝିଅର ବୟସ ୯ ବର୍ଷ ଏବଂ ଏକମାତ୍ର ପୁଅର ବୟସ ୫ ବର୍ଷ ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ କଳହ କାରଣରୁ ପୁଷ୍ପାଞ୍ଜଳି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଦିଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଭାବରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୟ ଅରୋରା । ସଞ୍ଜୟ ଏକ ଧାରୁଆ ଛୁରୀରେ ପତ୍ନୀ ସରିତା(45), ଝିଅ ସାଞ୍ଚି(20) ଏବଂ 15 ବର୍ଷୀୟ ପୁଅ ଅର୍ଜୁନ୍‌କୁ ହତ୍ୟା କରିଥିଲେ । ପଞ୍ଚକୁଲାର ସେକ୍ଟର 9ରେ ସଞ୍ଜୟ ଏକ ବେକରୀ ଚଳାନ୍ତି । ଋଣ ଭାରରେ ବୁଡି ରହିଥିବା କାରଣରୁ ସଞ୍ଜୟ ପରିବାର ସଦସ୍ୟଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଞ୍ଚଳିକ ରାଜ୍ୟ ଖବର

ସ୍ତ୍ରୀର ଶାଢୀ ବେକରେ ଲଗାଇ ସ୍ଵାମୀର ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି,01/01 : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ବିଜମରାରଏକ ଅଘଟଣ ଘଟିଯାଇଛି। ନିଜ ସ୍ତ୍ରୀର ଶାଢୀ ସହିତ ଜଣେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମିନି ଷ୍ଟାଡିୟମ୍‌ ନିକଟରେ ଥିବା ମଶାଣି ନିକଟରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ଦୁର୍ଯ୍ୟୋଧନ ବାଗ(35)।

ତିନି ମାସ ପୂର୍ବରୁ ତାଙ୍କ ପତ୍ନୀ ରୋଗ ଗ୍ରସ୍ତହୋଇ ପ୍ରାଣ ହରାଇଥିଲେ। ଏହା ପରଠାରୁ ଦୁର୍ଯ୍ୟୋଧନ ମାନସିକ ଭାବରେ ଚାପଗ୍ରସ୍ତ ଥିଲେ ବୋଲି ତାଙ୍କ ମା କହିଛନ୍ତି। ଦୁର୍ଯ୍ୟୋଧନଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଅପରାହ୍ନ 5ଟାରୁ ଘରୁ ଯାଇଥିବା ବେଳେ ଦୁର୍ଯ୍ୟୋଧନ ଘରକୁ ଫେରିନଥିଲେ। ଜୟପାଟଣା ଓ କୁଟୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗ ସହକାରୀ କମିଶନରଙ୍କ ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,29/12 : ଭୁବନେଶ୍ବର ବରମୁଣ୍ଡା ବାସଭବନରୁ ଅବକାରୀ ବିଭାଗର ସହକାରୀ କମିଶନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଏସ୍‌ଟି ଓ କେନ୍ଦ୍ରୀୟ ଅବକାରୀ ସହକାରୀ କମିସନର ଅର୍ଜୁନ ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଧଳଙ୍କ ଅବସରକୁ 6 ମାସ ବାକି ରହିଥିବା ବେଳେ ଏହା ମୃତ୍ୟୁ ନା ଅପମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର

ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ସମୀକ୍ଷା ବ୍ୟୁରୋ
ଗଞ୍ଜାମ, 21/12 : ଗଞ୍ଜାମର ଆସିକାରେ ଝୁଲନ୍ତା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ଆସିକାର ଲାଲୁଘାଇ ଗ୍ରାମର ପୋଖରୀ ହୁଡାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲି ରହିଛି । ଉଭୟ ଯୁବକ ଯୁବତୀଙ୍କ ଘର କବିସୂର୍ଯ୍ୟନଗରର ସୁନାପଲ୍ଲୀ ଗ୍ରାମରେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଫଟୋ ଖବର

ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରୁଥିବା ଜଣେ ମହିଳାଙ୍କୁ ଓ୍ବାୟାର ନେଟ୍‌ ଜରିଆରେ ରକ୍ଷା କରାଯାଉଛି

Mumbai: The woman who tried to commit suicide by jumping from the fourth floor of Mantralaya, being rescued after her fatal fall was prevented by the protective wire net, in Mumbai on Dec 13, 2019. (Photo: IANS)

 

Categories
ଆଜିର ଖବର

ତିନି ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ସମୀକ୍ଷା ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପରିଜା ଲାଇବ୍ରେରୀ ଛାତରେ ଚଢିଥିବା ଯୁବକଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ତିନି ପ୍ରକାରର ବ୍ୟବସ୍ଥା ଆପଣାଯାଇଥିଲା । ଲାଇବ୍ରେରୀ ଚତୁପାର୍ଶ୍ବକୁ ଜାଲରେ ଘେରାଉ କରାଯାଇଥିବା ବେଳେ ଦୁଇଟି ବ୍ରୁଣ୍ଟୋ ସ୍କାଏ ଗାଡି ନିୟୋଜନ କରାଯାଇଛି । ବ୍ରୁଣ୍ଟୋ ସ୍କାଏରେ ଜଣେ ଅଧିକାରୀ ଉପରକୁ ଯାଇ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ଜଣାପଡିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।

Categories
ଆଜିର ଖବର

ଭଉଣୀ ମୃତ୍ୟୁ ପରେ ଧର୍ମଭାଇର ଆତ୍ମହତ୍ୟା

ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣାରେ ଏହି ଘଟଣା ଘଟିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ଅପରାହ୍ନରେ କବିତା ସାମଲ୍‌ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ବାମୀ ଅକ୍ଷୟ ଓ ଧର୍ମଭାଇ ବୁଲୁ ମିଶି କବିତାଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବୁଲୁ ସମ୍ପୂର୍ଣ୍ଣ ଭାଙ୍ଗି ପଡି ଡାକ୍ତରଖାନା ପଛପାଖରେ ଆତ୍ମହତ୍ୟା କରିଥିଲେ । ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।