Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ
ଆଞ୍ଚଳିକ

ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ

July 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାଲିଅନ୍ତା ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ଓଝା, ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ୍ ବଦ୍ରୀନାରାୟଣ ବେହେରା, ବିଧୂଭୂଷଣ ପଟ୍ଟନାୟକ, ସିଦ୍ଧେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ କାମିନୀ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ବାଲିଅନ୍ତା ବ୍ଲକର ୧୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୀତାଞ୍ଜଳି ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ସହ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଓ ୨ଟି ବିଦ୍ୟାଳୟକୁ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି।

ବାଲିଅନ୍ତା ବ୍ଲକ ମେଧାବୀ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୂକ୍ତ ଧାରଣୀୟ କ୍ୟାମ୍ପସ ସଚେତନତା କାର୍ଯ୍ୟକ୍ରମ

January 3, 2026

୪୩ ବର୍ଷ ପରେ ପୁନର୍ମିଳନ: ରଣପୁର ମହାବିଦ୍ୟାଳୟ ୧୯୯୨ ବ୍ୟାଚର ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ସଭା

December 31, 2025

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025
Latest News

ବାଂଲାଦେଶରେ IPL ପ୍ରସାରଣ ବନ୍ଦ ହେବା ପରେ BCCI କୁ କେତେ ହେବ କ୍ଷତି?: ଜାଣନ୍ତୁ ଗଣିତ

January 5, 2026

Electronics Manufacturing Booms: ଇଲେକ୍ଟୋନିକ୍ସ ଉତ୍ପାଦନରେ ଭାରତର ହେଲା ଦ୍ରୁତ ଅଭିବୃଦ୍ଧି

January 5, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଦ୍ୱିତୀୟ ଯୁବ ODI, ଜାଣନ୍ତୁ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 5, 2026

ଶୀତଦିନେ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

January 5, 2026

ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ ୬୨ ବର୍ଷ ବୟସରେ ପରଲୋକ

January 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.