Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେଲେ ଅଜିତ ସାହୁ
ଆଞ୍ଚଳିକ

ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେଲେ ଅଜିତ ସାହୁ

November 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଜାତୀୟ ପ୍ରେସ ଦିବସରେ ‘ଉତ୍କଳ ସାମ୍ବାଦିକ ସଂଘ’, ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଯୁବ ସାମ୍ବାଦିକ ଅଜିତ କୁମାର ସାହୁ। ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ସହମତି କ୍ରମେ ଶ୍ରୀ ସାହୁଙ୍କୁ ଉକ୍ତ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଦୀର୍ଘ ତିନି ବର୍ଷ ହେଲା ଉତ୍କଳ ସାମ୍ବାଦିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିବାବେଳେ ଏହା ସହ ସହବନ୍ଧିତ ଥିବା ବାଲୁଗାଁସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ସଭାପତି ଭାବେ ଦାଇତ୍ୱ ନିର୍ବାହ କରିଆସୁଛନ୍ତି।

ଜଣେ ଦକ୍ଷ, ସଚ୍ଚୋଟ, ପରିଶ୍ରମୀ, ଜନପ୍ରିୟ ଏବଂ ନିର୍ଭିକ ସାମ୍ବାଦିକ ଭାବେ ସମଗ୍ର ଜିଲ୍ଲାରେ ଅଜିତ ବେଶ ପରିଚିତ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୨୦୦୬ରେ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବାବେଳେ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ‘ପ୍ରମେୟ’ ର କାର୍ଯ୍ୟରତ ଅଛନ୍ତି। ତେବେ ବିଗତ ତିନି ବର୍ଷ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାରେ ନିଜର ଦକ୍ଷତା ବଳରେ ଅଜିତ ବହୁ ନୂତନ ସଭ୍ୟଙ୍କୁ ଯୋଡିବାରେ ସଫଳ ହୋଇଥିବାବେଳେ ସଂଘର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ବରିଷ୍ଠ ପଦାଧିକାରୀଙ୍କ ନିର୍ଦ୍ଦେଶକୁ ସଦାସର୍ବଦା ଅନୁପାଳନ କରିଆସୁଛନ୍ତି। ସଂଘର ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସହଯୋଗ କରିଆସୁଛନ୍ତି।

ଗତକାଲି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଖୋର୍ଦ୍ଧା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଜିତଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ତେବେ ଯୁବପିଢ଼ିଙ୍କ ନେତୃତ୍ୱରେ ୟୁଜେଏ ଖୋର୍ଦ୍ଧା ଜିଲ୍ଲାରେ ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା ସଭାପତି ପ୍ରଭାତ ମିଶ୍ର ଆଶାବ୍ୟକ୍ତ କରିବାସହ ଅଜିତଙ୍କୁ ସଂଘର ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।

ସେହିପରି ଭାବେ ସାମ୍ବାଦିକମାନଙ୍କ ପେନସନ ଲାଗୁ ଦାବି ପ୍ରାଥମିକତା ରହିବା ସହ ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇମାନଙ୍କ ଅଧିକାର ପାଇଁ ୟୁଜେଏ ଲଢେଇ ଜାରି ରଖିବ ବୋଲି ନୂତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଜିତ ସାହୁ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.