Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ନିର୍ବାଚନ: ଆଚରଣ ବିଧିର ଖୋଲାଖୋଲି ଉଲଂଘନ, ମନ୍ଦିରରେ ଲାଗିଲା ଦଳୀୟ ପତାକା
ଆଞ୍ଚଳିକ

ବାଣପୁର ଏନଏସି ନିର୍ବାଚନ: ଆଚରଣ ବିଧିର ଖୋଲାଖୋଲି ଉଲଂଘନ, ମନ୍ଦିରରେ ଲାଗିଲା ଦଳୀୟ ପତାକା

March 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ପୌର ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ରାଜ୍ୟର ସମଗ୍ର ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ତେବେ ପଞ୍ଚାୟତ ନିର୍ବାଚନରେ ଯେପରି ଆଚରଣ ବିଧିକୁ କଡ଼ାକଡି କରାଯାଇଥିଲା ପୌର ନିର୍ବାଚନରେ ତାହା ପରିଲକ୍ଷିତ ହେଉନାହିଁ। ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସେମିତି କିଛି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିବାର ଦେଖିବାକୁ ମିଳୁନି। ଏପରି ଏକ ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ।

https://thesamikhsya.com/odia/wp-content/uploads/2022/03/WhatsApp-Video-2022-03-11-at-10.22.03.mp4

ସହରର ପ୍ରମୁଖ ଶୈବ ପିଠ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ବେଢାରେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଛାଇ ଯାଇଥିବାର ଦେଖିବାକୁ ମିଳିଛି। ଯାହାକୁ ଭକ୍ତମାନେ ଘୋର ବିରୋଧ କରିଛନ୍ତି।  ଦକ୍ଷେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାଇତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଥିବା ବେଳେ ପରିଚାଳନା ଦାଇତ୍ୱ ଅଛି ଭଗବତୀ-ଦକ୍ଷେଶ୍ୱର ଏଣ୍ଡାଉମେଣ୍ଟ ହାତରେ। ତେବେ ଉକ୍ତ ଦୁଇ ବିଭାଗର ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷକରି ମନ୍ଦିରକୁ ଦଳୀୟ ଛାପରୁ ଦୁରେଇ ରଖାଯାଉ ବୋଲି ଭକ୍ତମାନେ ଦାବି କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଦକ୍ଷେଶ୍ୱର ମନ୍ଦିର ପରିଧି ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କିପରି ମନ୍ଦିର ବେଢାରେ ଦଳୀୟ ପତାକା ଲଗାଗଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।  ନିର୍ବାଚନ ଅଧିକାରୀ ତଥା ବାଣପୁର ତହସିଲଦାର ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଗାଇଡ଼ଲାଇନ ବିଷୟରେ ଅବଗତ କରାଇବା ପାଇଁ ସାଧାରଣରେ ଦାବି ହେଉଛି।

ଏନଏସି ନିର୍ବାଚନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026
Latest News

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ: ଇତିହାସ ରଚିବାକୁ ପ୍ରସ୍ତୁତ ଟିମ ଇଣ୍ଡିଆ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026

ହଠାତ୍ ତୃତୀୟ ଦିନିକିଆ ପାଇଁ ବଦଳିଲା ଟିମ୍ ଇଣ୍ଡିଆ: ସାମିଲ ହେଲେ ଏହି ଖେଳାଳି

July 18, 2026

ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

July 18, 2026

ଅହମ୍ମଦାବାଦର ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ: ୮ ମୃତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.