ବାଣପୁର: ଜଙ୍ଗଲୀ ବାରାହା ମାଂସ ସହ ଦୁଇ ଶିକାରୀ ଗିରଫ

Published: Dec 6, 2022, 6:27 pm IST
Banpur

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଅରାଙ୍ଗ ସରଂକ୍ଷିତ ଜଙ୍ଗଲରୁ ଦୁଇ ଜଣ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଣପୁର ଥାନା ପାତ୍ରପୁର ଗ୍ରାମର ସୁଜିତ ପ୍ରଧାନ (୩୦) ଏବଂ ଆୟତ୍ତପୁର ଗ୍ରାମର ଦୀପକ ପ୍ରଧାନ(୨୪) । ତାଙ୍କ ନିକଟରୁ ୫ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଦୁଇ ଗୋଟି ସାଇକେଲ ଜବତ କରିଛି ବନବିଭାଗ।

ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଟିମ ସହ ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୭ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Related posts