Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ସଡ଼କ ଦୁର୍ଘଟଣା ମାମଲା: ଆଖି ବୁଜିଲେ ଗୁରୁତର ଆହତ ବ୍ୟକ୍ତି, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ଆଞ୍ଚଳିକ

ରଣପୁର ସଡ଼କ ଦୁର୍ଘଟଣା ମାମଲା: ଆଖି ବୁଜିଲେ ଗୁରୁତର ଆହତ ବ୍ୟକ୍ତି, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

February 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ରଙ୍ଗନାଥ ବାଲିଆରସିଂହ ନାମକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ରଥ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଥିବା ସବ-ଇନ୍ସପେକ୍ଟର ଶ୍ରୀ ପରିଡା କହିଛନ୍ତି।

ସଡ଼କ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ବର୍ତ୍ତମାନ ଚାଲିଥିଲା ରାସ୍ତା କାମ। ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ରାସ୍ତା କାମ ସଠିକ ଭାବେ ହେଉ ନାହିଁ। ରାସ୍ତା କାମ ଖୁବ ମନ୍ଥର ଗତିରେ ହେଉଛି। କଣ୍ଟ୍ରାକ୍ଟରମାନେ ସରକାରୀ ନୀତି ନିୟମକୁ ବେଖାତିରି କରି ସେମାନଙ୍କ ମନ ଇଚ୍ଛା କାମ କରୁଛନ୍ତି। ରାସ୍ତା କାମର କୌଣସି ସୂଚନା ଫଳକ କିମ୍ବା ସଂକେତ ଦିଆ ଯାଉ ନାହିଁ।

ଏପରିକି ରାସ୍ତା କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ମଧ୍ୟ ହେଉଛି। ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଗୁରୁତର ଆହତ ରଣପୁର ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

October 13, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି କୁପର ଧକ୍କାରେ ୩ ମୃତ

October 12, 2026
Latest News

ସତ୍ତା ପରିବର୍ତ୍ତନ କଥାକୁ ନେଇ ତୀବ୍ର ରାଜନୀତି : ମହୁଆ-ସିବଲଙ୍କ ଆକ୍ରମଣ, ବିଜେପିର ପଲଟା ଜବାବ

October 17, 2026

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.