Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ରାମବାସୀଙ୍କ ଦାବୀକୁ ମାନିଲା ପ୍ରଶାସନ: ବଦଳିଲେ ଶିକ୍ଷୟତ୍ରୀ, ୭ ଦିନ ପରେ ବିଦ୍ୟାଳୟରୁ ଖୋଲିଲେ ତାଲା
ଆଞ୍ଚଳିକ

ଗ୍ରାମବାସୀଙ୍କ ଦାବୀକୁ ମାନିଲା ପ୍ରଶାସନ: ବଦଳିଲେ ଶିକ୍ଷୟତ୍ରୀ, ୭ ଦିନ ପରେ ବିଦ୍ୟାଳୟରୁ ଖୋଲିଲେ ତାଲା

February 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଅବହେଳା ଓ ଦୁର୍ନୀତିରେ ଜଡିତ ଥିବା ନେଇ ଗ୍ରାମବାସୀ, ଅବିଭାବକମାନେ ଅଭିଯୋଗ କରି ଓ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି ଦାବି ନେଇ ଗତ ଫେବୃଆରୀ ୧ ତାରିଖ ଠାରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇ ଥିଲେ। ହେଲେ ବିଦ୍ୟାଳୟରେ ତାଲା ପଡିବା ଖବର ପାଇ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ର ପ୍ରମୂଖ ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିଥିଲେ।

ବିଇଓ ତଦନ୍ତ ବେଳେ ଗ୍ରାମବାସୀ ଓ ଅବିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ମତ ନେଇ ପରେ ବ୍ରାହ୍ମଣୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଏ ନେଇ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ ପତ୍ର ସଂଖ୍ୟା ୧୭୦ ରେ ଗତ ୪ ତା ରିଖ ରେ ଚିଠି କରି ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଲୁସୁରା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ବଦଳି କରା ଯାଇ ଥିବା ବେଳେ ଲୁସୁରା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁରଙ୍କୁ ବ୍ରାହ୍ମଣୀ ବିଦ୍ୟାଳୟ ଡେପୁଟେସନ ବଦଳି ହୋଇଛି।

ହେଲେ ଡେପୁଟେସନ ବଦଳି ଚିଠି ହେବା ପରେ ବ୍ରାହ୍ମଣୀ ବିଦ୍ୟାଳୟକୁ ଡେପୁଟେସନ ବଦଳିରେ ଆସି ଥିବା ଶିକ୍ଷୟତ୍ରୀ ମଙ୍ଗଳବାର ବ୍ରାହ୍ମଣୀ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁର ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବା ପରେ ଗ୍ରାମବାସୀ ଓ ଅବିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରୁ ୭ ଦିନରେ ତାଲା ଖୋଲିଛନ୍ତି। ଏହାକୁ ନେଇ ଗ୍ରାମବାସୀ, ଅବିଭାବକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ନାକଟିଦେଉଳ ବ୍ଲକ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀ ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା

August 17, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା

August 16, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.