Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ
ଆଞ୍ଚଳିକ

ବାଲୁଗାଁ: ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ

March 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ସ୍ଥିତ ଗୋପିନାଥ ପୁର ଗଜଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ସଭାପତି କବି ତଥା ସାହିତ୍ୟିକ ରଙ୍କନାଥ ସେଠିଙ୍କ ପୌରୋହିତ୍ୟରେ ଦଶମ ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଃ ସ୍ଵର୍ଣ୍ଣଲତା ପରିଡା କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଡ଼ଃ ବିଜୟାଲକ୍ଷ୍ମୀ ଦାଶ ଓ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଐତିହାସିକ ତଥା ରାଜ୍ୟର ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସତ୍ୟବାଦୀ ବଳିଆରସିଂହ, ନରେଶ ଚନ୍ଦ୍ର ରାୟ ମହାପାତ୍ର, ଡ଼ଃ ଶରତ ଚନ୍ଦ୍ର ମାଝି, ଦଣ୍ଡପାଣି ମହାପାତ୍ର, ରବି ରଥ, ବରିଷ୍ଠ ସାମ୍ବାଦିକ ଅଶ୍ଵିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ସୁରକ୍ଷା ଓ ତାହାର ପ୍ରତିକାର ଶୀର୍ଷକ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଣପୁର ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଭାଷା ସୁରକ୍ଷା ସମ୍ପର୍କିତ ବହୁମୁଖୀ ଅଭିଭାଷଣ ଦେଇଥିଲେ।ସମ୍ପାଦକ ଅଧିବକ୍ତା ଶେଷଦେବ ମହାରଣା ସଂଗଠନର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠିକା ବ୍ୟଙ୍ଗ କବୟିତ୍ରୀ କୁନ୍ତଳା କୁମାରୀ ବେହେରା ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ସଂଗଠନର ଉପଦେଷ୍ଟା ସର୍ବେଶ୍ଵର ଷଡ଼ଙ୍ଗୀ ଓ ମଦନ ମୋହନ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବରେ ପ୍ରାୟ ଶତାଧିକ କବି ଓ ସାହିତ୍ୟିକ ସେମାନଙ୍କର ରଚିତ କବିତା ପାଠ କରିଥିଲେ। ଏହାକୁ ଗୀତିକାର ତଥା କବି ଗୋପୀନାଥ ଦାସ, ଇତିଶ୍ରୀ ସାହୁ ପ୍ରମୁଖ ସଂଯୋଜନା କରିଥିଲେ।ଏହି ଉତ୍ସବରେ ବହୁ ବିଶିଷ୍ଟ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

ବାଲୁଗାଁ ଭାଷା ସୁରକ୍ଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026

ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ

June 4, 2026

ଭାରତରେ ପ୍ରଥମ ଫ୍ଲେକ୍ସ-ଫୁଏଲ ବାଇକ୍ ର ଶୁଭାରମ୍ଭ: ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.