Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟ୍ଵିଟର ଠାରୁ ବହୁ ଦୂରରେ ଚିଲିକା ବ୍ଲକ ଓ ତହସିଲ ପ୍ରଶାସନ: ହେଉନି ଅପଡେଟ, ବଢୁନି ଫଲୋଅର
ଆଞ୍ଚଳିକ

ଟ୍ଵିଟର ଠାରୁ ବହୁ ଦୂରରେ ଚିଲିକା ବ୍ଲକ ଓ ତହସିଲ ପ୍ରଶାସନ: ହେଉନି ଅପଡେଟ, ବଢୁନି ଫଲୋଅର

June 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ୫-ଟି ନିୟମକୁ ପ୍ରାଧାନ୍ୟ ଦେବାସହ ଜିଲ୍ଲାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ତଥା ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଟ୍ୱିଟରରେ ଅପଡେଟ କରୁଥିବାବେଳେ କିନ୍ତୁ ତଳସ୍ତରରେ ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ଷ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ କୌଣସି ତଥ୍ୟ ଅପଡେଟ କରାଯାଉନାହିଁ।

ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ ବୋଲି ସରକାରୀ ନିର୍ଦ୍ଦେଶଥିବା ବେଳେ ଚିଲିକା ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଉକ୍ତ ଦୁଇ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ଟ୍ୱିଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି, ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟ୍ୱିଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ଉକ୍ତ ଅଭିଯୋଗଗୁଡିକ ଉପରେ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟ୍ୱିଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥୁବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି।

ବର୍ଷେ ପୂର୍ବେ ବଦଳି ହୋଇଥିବା ଚିଲିକା ବିଡ଼ିଓ ସୁଷମା ବାରିକଙ୍କ ଫୋଟୋ ଅଦ୍ୟାବଧି ଚିଲିକା ବିଡ଼ିଓଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଥିବା ବେଳେ ବର୍ଷ ବର୍ଷ ଧରି ସେଥିରେ କୌଣସି ଅପଡେଟ ଦିଆଯାଉନାହିଁ।

ସେହିପରି ଭାବେ ଦୁଇ ବର୍ଷ ପୂର୍ବେ ଚିଲିକା ତହସିଲଦାର ଥିବା ପୁନମ ମହାପାତ୍ରଙ୍କ ଶେଷ ଅପଡେଟ ପରେ ଅଫିସିଆଲ ଚିଲିକା ତହସିଲ ଆକାଉଣ୍ଟରେ କୌଣସି ଅପଡେଟ ହେଉନାହିଁ। ଫଳରେ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ ରୂପାୟନ ବିଷୟରେ ସୂଚନା ପାଇପାରୁନାହାନ୍ତି ଏବଂ ବିଭିନ୍ନ ଅଭିଯୋଗର ସମାଧାନ ଟ୍ୱିଟର ମାଧ୍ୟମରେ ପାଇପାରୁନାହାନ୍ତି।

ତେବେ ବାଣପୁର ବ୍ଲକ, ତହସିଲ, ଏନଏସି ଏବଂ ବାଲୁଗାଁ ଏନଏସି ଆଦିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନିୟମିତ ବ୍ୟବଧାନରେ ନହେଲେ ମଧ୍ୟ ସମୟ ସମୟରେ ବିଭିନ୍ନ ଅପଡେଟ ପୋଷ୍ଟ କରାଯାଉଛି। ଉକ୍ତ ବିଷୟକୁ ଖୋର୍ଦ୍ଧା ଜିଲ୍ଲାପାଳ ଗୁରୁତ୍ୱ ଦେବାପାଇଁ ସାଧାରଣରେ ଦାବି ହେଉଛି।

chilika twitter ଚିଲିକା ତହସିଲ ଚିଲିକା ବ୍ଲକ ସୋସିଆଲ୍ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.