Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦିନ ଦ୍ବିପହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ଅଭିଯୋଗ
ଆଞ୍ଚଳିକ

ଦିନ ଦ୍ବିପହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ଅଭିଯୋଗ

June 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ
ଘର ଗ୍ରିଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ରୁପା ଅଳଙ୍କାର ଲୁଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳିରେ ବଜାର ଘାଟ ଜନଶୁନ୍ୟ ହେଉଥିବାର ଫାଇଦା ନେଇ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ନିକଟ ତୁଳସୀ ନଗରରେ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଏକ ନୀଳ ରଙ୍ଗର କାରରେ ଆସି ତୁଳସୀ ନଗର ସ୍ଥିତ ଅନିରୁଦ୍ଧ ପ୍ରାଣିଗ୍ରାହୀଙ୍କ ଘର ଗ୍ରିଲର ତାଲା ଏବଂ ମୁଖ୍ୟ କବାଟ ତାଲା ଭାଙ୍ଗି ହଜାର ହଜାର ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହେଇଛି।ଘରେ କିଏ ନଥିବା ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମର ଦୁଇଟା ଆଲମିରା ଭାଙ୍ଗି ପ୍ରାୟ ୧୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୫୦ହଜାର ଟଙ୍କା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ବାହାରକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ। କିନ୍ତୁ ଦ୍ୱିପ୍ରହର ସମୟରେ ଘର ଓ ଗ୍ରିଲ ଚାବି ପକାଇ ନିକଟସ୍ଥ ନିଜ ଗ୍ରାମ ଇଞ୍ଜନପୁରରୁ ଖାଇସାରି ଫେରିବା ବେଳକୁ ଗ୍ରୀଲ ଓ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ଦେଖିଥିଲେ। ଏହା ଦେଖି ତୁରନ୍ତ ବାଲୁଗାଁ ଥାନାକୁ ଅବଗତ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଟିକିନିଖି ତଦନ୍ତ ଜାରି ରହିଥିବାର ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବାଲୁଗାଁ ଲୁଟ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026

ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ: ଶରୀରରେ ଦାଗ, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

August 17, 2026

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ୧.୨୦ ଲକ୍ଷ ଲୋକ ପ୍ରଭାବିତ, ୨୯ ପଞ୍ଚାୟତ ଜଳବନ୍ଦୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.