Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିକ୍ରି ହେଉଛି ବେନାମୀ କମ୍ପାନୀର ସୋଡ଼ା: ବଢୁଛି ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ ସୁରକ୍ଷା ବିଭାଗ ନିଷ୍କ୍ରିୟ
ଆଞ୍ଚଳିକ

ବାଣପୁରରେ ବିକ୍ରି ହେଉଛି ବେନାମୀ କମ୍ପାନୀର ସୋଡ଼ା: ବଢୁଛି ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ ସୁରକ୍ଷା ବିଭାଗ ନିଷ୍କ୍ରିୟ

September 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବିକ୍ରି ହେଉଥିବା ଜାଣିବାକୁ ମିଳିଛି। ଯାହାକୁ ପିଇବା ଦ୍ୱାରା ଜନସାଧାରଣମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଥିବାର ଅଭିଯୋଗ ହେଉଛି।

ସୂଚନା ମୁତାବକ ଗତ କିଛି ମାସ ହେଲା ବାଣପୁର ସହରାଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ପ୍ରତି ପାନ ଦୋକାନରେ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୋଡ଼ା ପିଇବା ଦ୍ୱାରା ବହୁ ଜନସାଧାରଣ ବିଭିନ୍ନ ରୋଗର ବଶବର୍ତ୍ତୀ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ସୋଡ଼ା ବୋତଲ କେଉଁ କମ୍ପାନୀ ଯୋଗାଉଛି, କିଏ ଆଣୁଛି ଏବଂ କିପରି ଦୋକାନଗୁଡିକରେ ପହଞ୍ଚୁଛି, ତାହା ପଚାରିଲେ ଦୋକାନୀ ମାନେ କହିବାକୁ କୁଣ୍ଠାବୋଧ କରୁଛନ୍ତି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ନାକ ତଳେ ଏହା ଜାରି ରହିଥିବା ବେଳେ ଉକ୍ତ ବିଭାଗ ଜାଣିଶୁଣି ଚୁପ ରହିଥିବା ସାଧାରଣ ନାଗରିକମାନେ ଅଭିଯୋଗ କରିଛନ୍ତି।  ଉକ୍ତ ସୋଡ଼ା ଗୁଡିକ ପ୍ରକୃତ ପାନୀୟ ଯୋଗ୍ୟ ନା ନାହିଁ, ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଉକ୍ତ ସୋଡ଼ା ନିର୍ମାଣ କରୁଥିବା ସଂସ୍ଥା ଏବଂ ଉକ୍ତ ସୋଡ଼ାକୁ ବାଣପୁରରେ ଯୋଗାଉଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗର ନଜର ନପଡିବା ଦୁର୍ଭାଗ୍ୟର ବିଷୟ।

ବାଣପୁରରେ ପ୍ରତିଦିନ ଏହି ବେନାମୀ କମ୍ପାନୀ ସୋଡ଼ା ବୋତଲ ଗୁଡିକ ଶହ ଶହ ସଂଖ୍ୟାରେ ବିକ୍ରି ହେଉଥିବା ବେଳେ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ତାହା ତଦନ୍ତ ସାପେକ୍ଷ। ଏହାକୁ ବିକ୍ରି କରି ଦୋକାନୀ ଓ ଡିଲର ମାନେ ବେଶ ଲାଭବାନ ହେଉଥିବା ବେଳେ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନର ନିଘା ନାହିଁ।

ତେଣୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ବାଣପୁର ବେନାମୀ କମ୍ପାନୀ ସ୍ୱାସ୍ଥ୍ୟଗତ ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.