Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ଓକିଲଙ୍କୁ ମିଳିଲା ନିଯୁକ୍ତି
ଆଞ୍ଚଳିକ

ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ଓକିଲଙ୍କୁ ମିଳିଲା ନିଯୁକ୍ତି

October 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉକ୍ତ ନିଯୁକ୍ତି ଦିଆଯାଇଛି। ଆଇନଜୀବୀ ଦ୍ବୟ ହେଲେ ରଞ୍ଜନ କୁମାର ବେଦମତ୍ତା ଏବଂ ବିଭୁତି ନାୟକ।

ଉକ୍ତ ଦୁଇ ଆଇନଜୀବୀ ବର୍ତ୍ତମାନ ବାଣପୁର କୋର୍ଟରେ ଓକିଲାତି ଜାରି ରଖିଛନ୍ତି।  ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ଅସହାୟ ଏବଂ ଗରିବ ନାଗରିକ ମାନଙ୍କୁ ସେମାନେ ନିଃଶୁଳ୍କ ଆଇନଗତ ସହାୟତା ଯୋଗାଇବେ। ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶଙ୍କ ଜିଲ୍ଲାର ସମସ୍ତ ବ୍ଲକରେ ଏକାଧିକ ଆଇନଜୀବୀ ମାନଙ୍କୁ ଆଇନ ସହାୟକ ଭାବେ ନିଯୁକ୍ତି ଦେଇଛନ୍ତି।

ନିଯୁକ୍ତିପତ୍ର ଗ୍ରହଣ କରିବା ପରେ ଆଜି ଅପରାହ୍ନରେ ଉକ୍ତ ଦୁଇ ଆଇନଜୀବୀ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଜର ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି।  ବାଣପୁର ବ୍ଲକର ନିଷ୍ପେସିତ ଏବଂ ଅସହାୟ ନାଗରିକମାନଙ୍କୁ ଆଇନ ସହାୟତା ଯୋଗାଇବା ଦିଗରେ ପ୍ରତିକାରବଦ୍ଧ ବୋଲି ଉଭୟ ଆଇନଜୀବୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଉଭୟ ଆଇନଜୀବୀଙ୍କୁ ନୂତନ ନିଯୁକ୍ତି ପାଇଁ ବାଣପୁର ଓକିଲ ସଂଘ ଅଭିନନ୍ଦନ ଜଣାଇଛି।

ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.