Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବିଧାରପୁରଠାରେ ହେଲା ପରିଡା ପାଠାଗାରର ଶୁଭ ଉଦଘାଟନ
ଆଞ୍ଚଳିକ

ବାଣପୁର ବିଧାରପୁରଠାରେ ହେଲା ପରିଡା ପାଠାଗାରର ଶୁଭ ଉଦଘାଟନ

November 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବିଧାରପୁରଠାରେ ହେଲା ପରିଡା ପାଠାଗାରର ଶୁଭ ଉଦଘାଟନ

ସୀତାରାମ ଅଗ୍ରହୱାଲ

ବାଣପୁର: ରବିବାର ସନ୍ଧ୍ୟାରେ ବାଣପୁର ସ୍ଥିତ ବିଧାରପୁର ଠାରେ ଥିବା ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ନିକଟରେ ଗୋଲଖ ପରିଡାଙ୍କ ଆନୁକୂଲ୍ୟରେ ପରିଡା ପାଠାଗାରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପାଠାଗାରକୁ ପାରିକୁଦ ରାଜା ସନ୍ତୋଷ କୁମାର ମାନସିଂହ ମର୍ଦରାଜ ଉଦଘାଟନ କରିଥିଲେ। ଏହି ଅବସରରେ ରାଜାଙ୍କୁ ବିଧାରପୁର ଠାରୁ ପାଠାଗାର ପର୍ଯ୍ୟନ୍ତ ବାଜା ଓ ରୋଷଣୀ ମାଧ୍ୟମରେ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଶ୍ରୀଯୁକ୍ତ ମର୍ଦରାଜ ପରିଡା ପାଠାଗାରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।

ଉକ୍ତ ଉଦଘାଟନ ଉତ୍ସବକୁ ସାହିତ୍ୟ ସିନ୍ଦୁରା ତରଫରୁ ସରସ ସୁନ୍ଦର କରାଯାଇଥିଲା। ଏହି ଉପଲକ୍ଷେ ମା ଭଗବତୀ କଳାନିକେତନର ବାର୍ଷିକ ଉତ୍ସବ ନିମନ୍ତେ ଏକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାହିତ୍ୟ ସିନ୍ଦୁରା ତରଫରୁ କବିତା ପାଠ ଉତ୍ସବ ଓ ଭଜନ ପରିବେଷଣ କରାଯାଇଥିଲା। ଅଂଚଳର କବି ମାନଙ୍କ ଦ୍ୱାରା ସ୍ଵଲିଖିତ କବିତା ଗୁଡିକୁ ସେମାନେ ଆବୃତ୍ତି କରିଥିଲେ।

ଉକ୍ତ ଉଦଘାଟନ ଉତ୍ସବରେ ଅତିଥି ଭାବେ ସାହିତ୍ୟିକ ବାଳମୁକୁନ୍ଦ ଦାସ, କୈଳାଶ ମହାରଣା, ନରସିଂହ ମିଶ୍ର ଏବଂ ଗୋଲଖପରିଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ସାହିତ୍ୟିକ ଗୋଲଖ ପରିଡାଙ୍କ ଆବାହକତ୍ୱରେ ଏବଂ ନିଜସ୍ୱ ଖର୍ଚରେ ପାଠାଗାର ନିର୍ମିତ ହୋଇଥିବା ବେଳେ ଉଦଘାଟନ ପରଠାରୁ ପଠନ କାର୍ଯ୍ୟକ୍ରମ ଚାଲୁ ହୋଇଛି। ଉକ୍ତ ପାଠାଗାର ନିର୍ମାଣ ଦ୍ୱାରା ଗ୍ରାମ ପରିବେଶ ସୁନ୍ଦର ହେବା ସହ ବାଣପୁର ଅଞ୍ଚଳରେ ଏକ ସୁ ବାତାବରଣ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

banpur ପରିଡା ପାଠାଗାର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.