Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନାଚକ୍ର
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନାଚକ୍ର

January 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ପ୍ରୋତ୍ସାହନରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଭାଷା, ସାହିତ୍ୟ,ସଂସ୍କୃତି ସମ୍ପର୍କିତ ବିଭିନ୍ନ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅତିଥି ଭାବେ ଖୋର୍ଦ୍ଧାର ପ୍ରାକ୍ତନ ଜିଲ୍ଲାପାଳ ତଥା ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ସାହୁ,ମୁଖ୍ୟ ଅତିଥି ଓ ଅନ୍ତର୍ଜାତୀୟ ମଞ୍ଚ ଉଦଘୋଷାକ ଡକ୍ଟର ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ସର୍ଜନାତ୍ମକ ଓ ସାଂସ୍କୃତିକ ବିକାଶ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେପରେ “ମାତୃଭାଷାର ବିକାଶରେ ଡିଜିଟାଲର ଭୂମିକା “ଶୀର୍ଷକ ଦଳଗତ ଆଲୋଚନାଚକ୍ରରେ ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ପ୍ରଫେସର ଅହଲ୍ୟା ସ୍ୱାଇଁ ଓ ବିଶିଷ୍ଟ ଗାଳ୍ପିକ ଆଭାସ କୁମାର ବରାଳ ଯୋଗ ଦେଇ ଦୃଶ୍ୟ ଶ୍ରାବ୍ୟ ଯାନ୍ତ୍ରିକ ପଦ୍ଧତିରେ ଓଡ଼ିଆ ମାତୃଭାଷାର ବିକାଶର ବିଭିନ୍ନ ଦିଗ ଓ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଲୋକନୃତ୍ୟ, ଓଡ଼ିଆ ସୁଗମ ସଂଗୀତ, ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କିତ କୁଇଜ, ବକ୍ତୃତା, ବ୍ୟାକରଣ ଦକ୍ଷତା, କବିତା ଲିଖନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକୁ ନୋଡାଲ ଅଧିକାରୀ, ଅଧ୍ୟାପିକା ଝରଣା ନାଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ପ୍ରାଧ୍ୟାପକ ରାଜକିଶୋର ସାହୁ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଚିତ୍ତରଞ୍ଜନ ସାହୁ, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ରୀନା ରାଉତ, କ୍ରୀଷ୍ଣା ସେଠୀ, ଧୋବୀ ଚରଣ ପରିଡ଼ା, ପ୍ରବୀଣ ଜେନା, ଶୁଭଦର୍ଶିନୀ ବିଶ୍ୱାଳ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, ଶାଶ୍ଵତୀ ମହାନ୍ତି, ବିଷ୍ନୁପ୍ରିୟା ସ୍ୱାଇଁ, ଶୁଚିସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ଓ ଜିତେନ୍ଦ୍ର ମହାରଣା ଯୋଗଦେଇଥିଲେ।

ଓଡିଆ ସାହିତ୍ୟ ବାଲୁଗାଁ ମହାବିଦ୍ୟାଳୟ ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ହେମନ୍ତ ସୋରେନଙ୍କୁ ₹୧୦ ହଜାର ଜରିମାନା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.