Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଆଞ୍ଚଳିକ

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

July 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ଫରେଷ୍ଟର ଅବିନାଶ ଖୁଣ୍ଟିଆ, ଫରେଷ୍ଟ ଗାର୍ଡ ରଞ୍ଜନା ପରିଡା,ସାଧନ କେନ୍ଦ୍ର କର୍ମୀ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି ଗଣେଶ୍ୱର ପ୍ରଧାନ, ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରକାନ୍ତ ମଙ୍ଗରାଜ, ରବୀନ୍ଦ୍ର କୁମାର ସଂଗ୍ରାମସିଂହ, ବନ ବିଭାଗ କର୍ମଚାରୀ ତପନ ପ୍ରଧାନ, ପଞ୍ଚାନନ ପ୍ରଧାନ, କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରଥମେ ଧୂପ ଦୀପ ପ୍ରଜ୍ବଳନ କରି ଗଛକୁ ପୂଜା କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଆମ୍ବ, ପଣସ, ଝାଉଁ, ପେସ୍ତା ବାଦାମ ଗଛ ଲଗାଯାଇଥିଲା। ଏହା ପରେ ଏକ ସଭାକାର୍ଯ୍ୟ କରାଯାଇଥିଲା। ପ୍ରଭୁ ଗଜାନନଙ୍କୁ ପୁଷ୍ପ ଓ ଧୂପ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାପରେ ପୁଷ୍ପ, ଚନ୍ଦନ ଦିଆ ଯାଇ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ପିଲାମାନଙ୍କୁ ଗଛର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ପାଚିକା ଅହଲ୍ୟା ଦେଇ, ଟୁନି ସାହୁ, କୁନି ଖଟେଇ, ଯଦୁମଣି ବିଶ୍ୱାଳ ବୃକ୍ଷରୋପଣରେ ସହଯୋଗ କରିଥିଲେ।

ବନ ମହୋତ୍ସବ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.