Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ସମାରୋହ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ସମାରୋହ

November 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସପ୍ତାହବ୍ୟାପୀ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିସହ ଗତକାଲି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅଧିବକ୍ତା ବିପ୍ଳବ କୁମାର ମୁଦୁଲି, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ‘ଏକ ଭାରତ ଶ୍ରେଷ୍ଠ ଭାରାତ”, “ସବକା ସାଥ ସବକା ବିକାଶ”, ଓ “ଆତ୍ମନିର୍ଭର ଭାରତ” ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ।

ଆଜିର ଉଦଯାପନୀ ସମାରୋହରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ହୋଇ ସମ୍ବିଧାନର ପ୍ରସ୍ତାବନା ପାଠ କରି ଏହା ପ୍ରତି ନିଜ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ।  ଏହାପରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟ ଅତିଥି ଡକ୍ଟର ପ୍ରଧାନଙ୍କ ସମେତ ସମ୍ମାନିତ ଅତିଥି ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଛାତ୍ରୀ ଦୀପ୍ତି ସାହୁ ସମ୍ବିଧାନର ପ୍ରସ୍ତାବନା ଓ ଏଥିରେ ନିହିତ ସମ୍ବିଧାନର ବିଭିନ୍ନ ଧାରା, ନାଗରିକ ମାନଙ୍କ ଅଧିକାର, ଦାୟିତ୍ୱ ତଥା ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଅତିଥି ମାନେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥି ମାନେ କହିଲେ ଯେ ସମ୍ବିଧାନ ହେଉଛି ଆମର ମୁଖବନ୍ଧ ଓ ଆମ ଆଚାର ସଂହିତା। ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଆମ ସମ୍ବିଧାନର ସ୍ୱତନ୍ତ୍ର ଗରିମା ରହିଛି। ଏହା ଅନେକ ଗରିମାମୟ ବିଧାନର ସମାହାର। ଏହାର ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।  କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ପୁର୍ଣଚନ୍ଦ୍ର ସାମନ୍ତରାୟ ଓ ଆବାହକ ରୀନା ରାଉତ ଏହାକୁ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଝରଣା ନାଥ।  କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ, ସୁନିତା ନନ୍ଦ, କୀର୍ତ୍ତିମୟୀ ବାରିକ, ବିଷ୍ନୁପ୍ରିୟା ସ୍ୱାଇଁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ।

ଆତ୍ମନିର୍ଭର ଭାରତ ବାଲୁଗାଁ ମହାବିଦ୍ୟାଳୟ ସମ୍ବିଧାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

May 27, 2026

ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

May 27, 2026

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ରାଜଧାନୀରେ ଏନକାଉଣ୍ଟର

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.