Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚ଼ିଲିକା: ବିଭିନ୍ନ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ, ଯୋଗ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ
ଆଞ୍ଚଳିକ

ଚ଼ିଲିକା: ବିଭିନ୍ନ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ, ଯୋଗ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା: ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ଦେଓଗାଁ ଗ୍ରା:ପ ଅନ୍ତର୍ଗତ ଘାସଡ଼ିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ଆଜିର ଛାତ୍ରଛାତ୍ରୀ ମାନେ ଆଗାମୀ ଦିନର ଭବିଷ୍ୟତ। ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାଗତ ଭାବେ ଶିକ୍ଷା ଅଧ୍ୟୟନ କରି ପ୍ରତିଭାର ବିକାଶ ସହ “ବିକଶିତ ଓଡ଼ିଶା” ଗଠନରେ ସହଭାଗିତା ହୁଅନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଷ କୁମାର ଦାସ, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ବସନ୍ତ କୁମାର ସାହୁ, ପ୍ରଧାନଶିକ୍ଷକ ବସନ୍ତ ଶବର ଅତିଥି ଭାବେ ମଞ୍ଚାସୀନ ହୋଇଥିବା ସ୍ଥଳେ ଘାସଡ଼ିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ଉତ୍ସବ ବିତରଣ ସମାରୋହ ରେ ବିଶିଷ୍ଟ ସମାଜସେବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଦେଓଗାଁ ଗ୍ରା:ପର ସରପଞ୍ଚ ରେଣୁବାଳା ଛାଟୋଇ, ବିଶିଷ୍ଟ ଶିକ୍ଷାବିତ୍ ବିଭୂତି ଭୁଷଣ ଦାଶ, ଚିତ୍ତରଞ୍ଜନ ପଟ୍ଟନାୟକ,ସମାଜସେବୀ ଶରତ ଛାଟୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନଶିକ୍ଷକ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

ଉଭୟ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରସ୍କୃତ କରିବା ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଲିକା ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

July 19, 2026
Latest News

“ଧନ୍ୟବାଦ ବନ୍ଧୁଗଣ”: ଯୁବପିଢ଼ିଙ୍କ ଭଲପାଇବ ଏବଂ ସମର୍ଥନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 25, 2026

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ

July 25, 2026

୧୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି

July 25, 2026

ଆଜି ଜୁଲାଇ ୨୫ ତାରିଖ ଶନିବାରରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

July 25, 2026

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.