
ବାଣପୁର: ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଘାସଡିହଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିବା ବେଳେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ, ଦେଓଗାଁ ଗ୍ରାମର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଚନ୍ଦ୍ର ଛାଟୋଇ, ପ୍ରଭାତ କୁମାର ସେଠି ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର ସେଠୀ ମଞ୍ଚର ସଭାପତିତ୍ୱ କରିବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଅନୁରୂପ ଭାବେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମନ୍ତ୍ରୀ। ମନୋରଞ୍ଜନ ଖୁଣ୍ଟିଆ, ବିଭୁତିଭୂଷଣ ଦାସ, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରମୋଦ କୁମାର ପ୍ରଧାନଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ପ୍ରମୋଦ କୁମାର ଦାସ, ଭବାନୀ ଶଙ୍କର ସେଠି,ସନ୍ତୋଷ କୁମାର ବେହେରା ଏବଂ ପରିଚାଳନା କମିଟି ର ସଭାପତି ଏବଂ ସମସ୍ତ ସଭ୍ୟ ସଭ୍ୟା ସଂପୂର୍ଣ୍ଣ ସହଯୋଗ କରି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।