Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ନୋଡାଲ ହାଇସ୍କୁଲ ଓ ଅନ୍ତରକିଆରୀରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର ନୋଡାଲ ହାଇସ୍କୁଲ ଓ ଅନ୍ତରକିଆରୀରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନ୍ତରକିଆରୀରେ ବ୍ଲକ ସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଏବଂ ବ୍ଲକ ଶିକ୍ଷାଧିକାରିଣୀ ସି. ଏଚ ବିଜୟାଲକ୍ଷ୍ମୀ ଅତିଥି ଭାବେ ଯୋଗଦେଇ ଶିକ୍ଷା ସଚେତନତା ରଥକୁ ଅନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅତିଥିମାନଙ୍କ ଉପସ୍ଥିତରେ ନୂତନ ଭାବେ ନାମ ଲଖାଇଥିବା ଶିଶୁବାଟିକା ଏବଂ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ନିରୋଦ କୁମାର ସାମନ୍ତରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ। ଅନୁରୂପ ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୋଡାଲ ହାଇସ୍କୁଲରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଥମ ଫାଟକ ନିକଟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ଚିତ୍ତାକର୍ଷକ ପରିବେଶ ମଧ୍ୟରେ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା।

ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ରଶ୍ମିତା ସେଠୀ ଓ ତପତି ସାହୁ ଅତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପୁଷ୍ପଲତା ମିଶ୍ରଙ୍କ ଦ୍ବାରା ନୂତନ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଖଡିଛୁଆ କାର୍ଯ୍ୟ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ବିମୁଗ୍ଧ କରିବା ଉଦ୍ଦେଶ୍ୟରେ ଝୁଡ଼ି ଖେଳ, ଅଙ୍କା ବଙ୍କା ରାସ୍ତାରେ ଚାଲିବା,ହାତ ଗୋଡ ଚିହ୍ନ, କୌତୁକ ଖେଳ, ସାକ୍ଷରତା ଷ୍ଟଲ୍, ସଂଖ୍ୟା ଜ୍ଞାନ ଷ୍ଟଲ୍ ଓ ସୃଜନତ୍ମକ ଷ୍ଟଲ୍ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିବ ପ୍ରିୟା ବାରିକ, ଅଙ୍କିତା ରଥ, ପ୍ରିୟଦର୍ଶିନୀ ସାହୁ, କ୍ଷୀରାବ୍ଧି ତନୟା ଦାସଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରଦତ୍ତ ସରକାରଙ୍କର ନୂତନ ପରିକଳ୍ପନାକୁ ସମ୍ମାନ ଦେଇ ବିଦ୍ୟାଳୟ ସହିତ ନିଜକୁ ସାମିଲ କରିବାକୁ ଉଦବୋଧନ ଦେଇଥିଲେ।

ପ୍ରବେଶ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୃହୀତ: ଜାଣନ୍ତୁ କାହାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ?

July 25, 2026

‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 25, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ପ୍ରତ୍ୟାହାର ଘୋଷଣା କଲା CJP

July 25, 2026

“ଏକଚ୍ଛତ୍ରବାଦ ଚଳିବ ନାହିଁ…”: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.