Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଶିଶୁ ମନ୍ଦିରରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର ଶିଶୁ ମନ୍ଦିରରେ ଆଇନ ସଚେତନତା କାର୍ଯ୍ୟକ୍ରମ

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଏବଂ ଶିକ୍ଷା ଅଧିକାର ଆଇନ ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ଭୋପା, ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ବାଣପୁର ଓକିଲ ସଂଘ ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ଦେବି ପ୍ରସାଦ ସାମନ୍ତରାୟ, ଆଇନଜୀବୀ ସୀତାରାମ ଅଗ୍ରୱାଲ ଏବଂ ଅନ୍ୟ ଓକିଲ ମାନେ ଉପସ୍ଥିତ ଥିଲେ।

ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଚଳିତ ବର୍ଷ ନୂତନ ଭାବେ ଖୋଲିଥିବା ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷ ଏବଂ ହାଇସ୍କୁଲର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସହ ଉପସ୍ଥିତ ଅତିଥିମାନଙ୍କ ଠାରୁ ବହୁ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ। ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଶିଶୁ ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଏବଂ ଶିକ୍ଷା ଅଧିକାର ଆଇନ ସମ୍ବନ୍ଧରେ ବୁଝାଇଥିଲେ। ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ଶିଶୁ ଛାତ୍ର ଜୀବନରୁ ଉକ୍ତ ଆଇନକୁ ଅନୁସରଣ କଲେ ଭବିଷ୍ୟତରେ ସେ ଶୃଙ୍ଖଳିତ ନାଗରିକ ହୋଇପାରିବ।

ଅନୁରୂପ ଭାବେ ଶିକ୍ଷା ଅଧିକାର ଆଇନ ଦ୍ୱାରା ପ୍ରତ୍ୟେକ ଶିଶୁଙ୍କୁ ବାଧ୍ୟତାମୂଳକ ଶିକ୍ଷା ଦିଆଯିବାର ଆଇନଗତ ବ୍ୟବସ୍ଥା ଅଛି। ଶିକ୍ଷା ହିଁ ସମାଜର ବିକାଶର ପ୍ରଥମ ସୋପାନ ଏବଂ ଶିକ୍ଷା ଅଧିକାର ଆଇନ ଦ୍ୱାରା କୌଣସି ଶିଶୁ ଶିକ୍ଷାଦାନରୁ ବଞ୍ଚିତ ହେବେନାହିଁ ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ୟାମ ସୁନ୍ଦର ମିଶ୍ର ପରିଚାଳନା କରିଥିଲେ।

ଆଇନ ସଚେତନତା କାର୍ଯ୍ୟକ୍ରମ ବାଣପୁର ସରସ୍ବତୀ ଶିଶୁ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026

ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେବ କର୍କଟ ରୋଗ: ଷ୍ଟ୍ରାଣ୍ଡ ଲାଇଫ୍ ସାଇନ୍େସସକୁ ମିଳିଲା ପେଟେଣ୍ଟ

July 8, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

July 8, 2026

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.