Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା
ଆଞ୍ଚଳିକ

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା
ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନାଞ୍ଚଳର ରେଞ୍ଜ କାର୍ଯ୍ୟାଳୟ ଠାରେ ଜଙ୍ଗଲ ନିଆଁ ନିରାକରଣ ଓ ନିରାକରଣ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ରେଞ୍ଜର ବନାଞ୍ଚଳ ଅଧିକାରୀ ଅଶ୍ବିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ, ଅବସରପ୍ରାପ୍ତ କୃଷି କ୍ଷେତ୍ର ପରିଦର୍ଶନ ଅଧିକାରୀ ନାରାୟଣ ସାହୁ, ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ହଳଧର ସାହୁ, ବାଟଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରାଜନୀତି ବିଜ୍ଞାନବିଭାଗର ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ, ବାଟଗାଁ ଫରେଷ୍ଟର ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଜଙ୍ଗଲରେ କିପରି ନିଆଁ ଲାଗିବ ନାହିଁ, ଜଙ୍ଗଲର ଉପକାରିତା ଆଦି ସମ୍ପର୍କରେ ବକ୍ତବ୍ୟ ରଖି ଥିଲେ। ବନାଗ୍ନୀ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଵା ସହିତ ବନାଗ୍ନୀରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ଙ୍କ ଉପରେ କି ପ୍ରକାର ଆଇନ ସଙ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା ଉପରେ ବିଷଦ ଆଲୋଚନା କରିଥିଲେ।

ନାକଟିଦେଉଳ ରେଞ୍ଜର ବନସଂରକ୍ଷଣ ସମିତିର ସଭ୍ୟ ସଭ୍ୟା, ଗ୍ରାମବାସୀ, କେନ୍ଦୁପତ୍ର ବନାଞ୍ଚଳର ବନପାଳ, ବନରକ୍ଷୀ ତଥା ବନକର୍ମଚାରି ଯୋଗ ଦେଇ ଥିଲେ। ନାକଟିଦେଉଳ ଫରେଷ୍ଟର ଅରୁଣ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜଙ୍ଗଲ ନିଆଁ ନିରାକରଣ ନାକଟିଦେଉଳ ସଚେତନତା ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026
Latest News

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026

ବିହାର ନୌକା ଦୁର୍ଘଟଣା: ୧୩ ଶିଶୁ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.