Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ
ଆଞ୍ଚଳିକ

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମରେ ଯୁବତୀ ଅପହରଣ ଅଭିଯୋଗକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟ ଭଳି ଘଟଣା ଘଟିଥିବା ଅଭିଯୋଗ ଉଠିଛି। ଗ୍ରାମବାସୀ ୩ ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ନିର୍ଦ୍ଧୁମ ମାଡ଼ ମାରିବା ସହ ସେମାନେ ଆସିଥିବା କାରକୁ ମଧ୍ୟ ଭାଙ୍ଗିଚୁରି କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ଼ଇଁଚା ଅଞ୍ଚଳର ୩ରୁ ୪ ଜଣ ଯୁବକ କୁଞ୍ଜାମୁରା ଗ୍ରାମର ଜଣେ ପରିଚିତ ଯୁବତୀଙ୍କ ଜନ୍ମଦିନ ଅବସରରେ ଉପହାର ଦେବା ପାଇଁ ସେଠାକୁ ଯାଇଥିଲେ। ଯୁବତୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ସାଇକେଲରେ ଆସି ସେମାନଙ୍କୁ ଭେଟିଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ସେମାନଙ୍କୁ ଦେଖିଥିବା କୁହାଯାଉଛି।

ଏହା ପରେ ସନ୍ଧ୍ୟା ସମୟରେ ଗ୍ରାମର ଶତାଧିକ ଲୋକ ଯୁବକମାନଙ୍କ କାରକୁ ଅଟକାଇ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଗ୍ରାମକୁ ନେଇ ସନ୍ଧ୍ୟାରୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା। ଏହା ସହ ସେମାନଙ୍କ କାରକୁ ମଧ୍ୟ ଭାଙ୍ଗିଚୁରି କରାଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ ଉପସ୍ଥିତିରେ ମଧ୍ୟ କିଛି ଲୋକ ସେମାନଙ୍କ ଉପରେ ଆକ୍ରମଣ ଜାରି ରଖିଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଗିରଫଦାରୀ ହୋଇନଥିବା ଜଣାପଡ଼ିଛି।

ଅନ୍ୟପଟେ, ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଡ଼ଇଁଚା ଗ୍ରାମର ମିଲନ ସାହୁ (୨୧), ତଣ୍ଡାବିରା ଗ୍ରାମର ଝସକେତନ ସାହୁ ଏବଂ କୁଞ୍ଜାମୁରା ଗ୍ରାମର ସାଗର (୩୮)।

ପୋଲିସ ସୂଚନା ଅନୁଯାୟୀ, ନାକଟିଦେଉଳ ଥାନା କେସ୍ ନଂ ୧୧୪/୩୧.୦୭.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୩୭(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତେବେ ଘଟଣା ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଯୁବକମାନଙ୍କ ବିରୋଧରେ ଅପହରଣ ଅଭିଯୋଗ ଥିଲା, ତେବେ ସେମାନଙ୍କୁ ଆଇନ ଅନୁଯାୟୀ ପୋଲିସ ହାତକୁ ନ ଦେଇ ଗ୍ରାମବାସୀ କାହିଁକି  ଆଇନକୁ ହାତକୁ ନେଲେ ? ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ପୋଲିସ କେବେ କାର୍ଯ୍ୟାନୁଷ୍ଠାନ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଅପହରଣ ନିର୍ଦ୍ଧୁମ ମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.