Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ରୂପେ ନିଯୁକ୍ତ ହେଲେ ବାଣପୁରର ମିଟୁ ନାୟକ
ଆଞ୍ଚଳିକ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ରୂପେ ନିଯୁକ୍ତ ହେଲେ ବାଣପୁରର ମିଟୁ ନାୟକ

December 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଣପୁର, : ୮/୧୨: ଚିଲିକା ନିର୍ବାଚନ ମଣ୍ଡଳୀରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳର ବାଲିପଦର ନିବାସୀ ମିଟୁ ନାୟକଙ୍କୁ  ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ମିଟୁ ନାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ରାଜନୈତିକ ପ୍ରତିନିଧି ରୂପେ ମଧ୍ୟ କାର୍ଯ୍ୟ କରିବେ। ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପ୍ରଶାନ୍ତ ଜଗଦେବ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ୩୯୭/ପିଜେସି/୧୯ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।

ଭାରତୀୟ ସେନା ବାହିନୀର ଜଣେ ଅବସରପ୍ରାପ୍ତ କର୍ମୀ ହେଉଛନ୍ତି ମିଟୁ ନାୟକ। ଇନ୍‌ଫ୍ରାଣ୍ଟି ବାଟାଲିୟନ୍‌ରେ ୧୬ ବର୍ଷ ଧରି ସେବା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଶ୍ରୀ ନାୟକ। ସେ କାର୍ଯ୍ୟ କରିଥିବା ଅଞ୍ଚଳ ଗୁଡ଼ିକ ମଧ୍ୟରେ ଶ୍ରୀନଗର, କିଶ୍‌ଓ୍ବାଡ, ବୁରେ ସେକ୍ଟର, କାର୍‌ଗିଲ୍‌ ସେକ୍ଟର, ଇମ୍ପାଲ୍‌ (ମଣିପୁର), କୋଲାକତା, ହାଇଦ୍ରବାଦ, ଦିଲ୍ଲୀ ଆଦି ରହିଛି। ସେ ଅଂଶଗ୍ରହଣ କରିଥିବା ଅପରେସନ୍‌ଗୁଡ଼ିକ ମଧ୍ୟରେ ରହିଛି କାର୍ଗିଲ୍‌ ଯୁଦ୍ଧ, ସଂସଦ ଭବନରେ ହୋଇଥିବା ‘ପରାକ୍ରମ’ ଅପରେସନ୍‌, ଜମ୍ମୁକାଶ୍ମୀରେ ହୋଇଥିବା ଓପି ରକ୍ଷକ’ ଅପରେସନ୍‌।

ତେବେ ସେନାବାହିନୀରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶକୁ ନେଇ ପଚାରାଯାଇଥିବା ଏକ ପ୍ରଶ୍ନରେ କହିଛନ୍ତି ଯେ, ରାଜନୀତି ଜରିଆରେ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିବା ନେଇ ଇଚ୍ଛା ପ୍ରକଟ କରିଛନ୍ତି। ମିଳିଥିବା ଗୁରୁଦାୟିତ୍ବକୁ କିପରି ନିର୍ବାହ କରିବେ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ, ଚିଲିକା ନିର୍ବାଚନ ମଣ୍ଡଳୀରେ ଥିବା ଯାବତୀୟ ସମସ୍ୟା ଯେପରିକି- ଜଳ, ଆଲୋକ, ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବେ।

ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଶ୍ରୀ ନାୟକ କହିଛନ୍ତି ଯେ, ଗୋଦାବରୀଶ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପଢିବା ପରେ ସେନାବାହିନୀରେ ଯୋଗ ଦେଇଥିଲେ। ପରେ ଦୂରନିରନ୍ତର ପାଠ୍ୟକ୍ରମ ଜରିଆରେ ସ୍ନାତକ, ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ଏମ୍‌ବିଏ ଆଦି ପାଠ୍ୟକ୍ରମ ଶେଷ କରିଛନ୍ତି।

ଦେଶର ଜଣେ ସଚ୍ଚା ସୈନିକ ମିଟୁ ନାୟକ ରାଜନୀତି ମାଧ୍ୟମରେ ସମାଜସେବା କରିବାକୁ ଆଗ୍ରହୀ ରହିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପରି ଜଣେ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ ବେଶ୍‌ ଉତ୍ସାହ ଦେଖାଯାଇଛି।

 

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

ଚିଲିକା ବାଣପୁର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମିଟୁ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.