Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲାପାଳ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଶୁଭ ଉଦ୍‌ଘାଟିତ 
ଆଞ୍ଚଳିକ

ଜିଲ୍ଲାପାଳ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଶୁଭ ଉଦ୍‌ଘାଟିତ 

July 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର : ଜିଲ୍ଲାପାଳ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ-ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି ।

ଜିଲ୍ଲାରେ ରେକର୍ଡରୁମ୍ ଓ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେକର୍ଡ ରୁମ୍ ନୂତନ ଗୃହ ପ୍ରତିଷ୍ଠା ଦ୍ୱାରା ଜିଲ୍ଲାବାସୀଙ୍କ ଜମିଜମା ସଂକ୍ରାନ୍ତୀୟ ରେକର୍ଡ ଏଠାରେ ଉପଲବ୍‌ଧ ହେବ। ଜଗତସିଂହପୁର ଜିଲ୍ଲା ବିଭାଜନ ପରେ ସମସ୍ତ ରେକର୍ଡ ସେଟଲ୍‌ମେଣ୍ଟ କାର୍ଯ୍ୟାଳୟ,ଜୋବ୍ରା ଓ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଣାଯାଇ ଜଗତସିଂହପୁର ଠାରେ ଉପଲବ୍‌ଧ ହେବ ।

ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ଶ୍ରମିକ ମାନଙ୍କର ଉନ୍ନତିରେ ସହାୟକ ହେବ । ଏହି କାର୍ଯ୍ୟାଳୟରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କର ପଂଜିକରଣ କରାଯାଇ ସରକାରଙ୍କ ଉପଲବ୍‌ଧ ସୁରକ୍ଷା ଉପକରଣ,ସାଇକେଲ,ବିବାହ ସହାୟତା ରାଶି,ଶ୍ରମିକଙ୍କ ଦୁର୍ଘଟଣା ଓ ମୃତ୍ୟୁ ଜନିତ ସହାୟତା,ଶ୍ରମିକ ପରିବାର ଛାତ୍ରଛାତ୍ରୀଙ୍କୁ ବୃତ୍ତି,ପାରାଦ୍ୱୀପରେ ଗଢି ଉଠିଥିବା ମେଗା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସୁଖ ସୁବିଧା ପାଇଁ ଶ୍ରମ ଆଇନ କାର୍ଯ୍ୟକାରୀ ହେବାରେ ଏହି କାର୍ଯ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି ଉଦ୍‌ଘାଟନୀ ଉତ୍ସବରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,  ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀମତୀ ନିବେଦିତା ମିଶ୍ର,ଡେପୁଟୀ କଲେକ୍ଟର ରାଜସ୍ୱ ଶ୍ରୀ ଅଜୟ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଆର୍‌.ଏଣ୍ଡ.ବି ଶ୍ରୀ ନିମାଇଁ ଦାସ,ଶ୍ରମ ଆୟୁକ୍ତ ଶ୍ରୀ କୁମୁଦ ରଂଜନ ଦାସ, ଜିଲ୍ଲାଶ୍ରମ ଅଧିକାରୀ ଶ୍ରୀ ବାବା ଆନନ୍ଦ ଦାସ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀ, ସହକାରୀ ଶ୍ରମ ଆଧିକାରୀଣୀ ସୌମ୍ୟା ରଂଜିତା ଦଳାଇ,ରୁରାଲ୍ ଲେବର ଇନିସ୍‌ପେକ୍ଟର ସନ୍ତୋଷ କୁମାର ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.