Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ ବାଇପାସରୁ ଜବତ ହେଲା ତିନୋଟି ବେଆଇନ ମାଙ୍କଡ଼ାପଥର ବୋଝେଇ ଟ୍ରକ
ଆଞ୍ଚଳିକ

ନାଚୁଣୀ ବାଇପାସରୁ ଜବତ ହେଲା ତିନୋଟି ବେଆଇନ ମାଙ୍କଡ଼ାପଥର ବୋଝେଇ ଟ୍ରକ

July 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ।

ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଟ୍ରକକୁ ଜବତ କରି ନାଚୁଣୀ ଫାଣ୍ଡି ପରିସରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମିଳିଥିବା ଶେଷ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଜବତ ଟ୍ରକର ଚାଳକ କିମ୍ବା ମାଲିକ ମାନେ ବାଣପୁର ତହସିଲଦାରଙ୍କ ନିକଟରେ ହାଜର ହୋଇନାହାନ୍ତି। ଆଗକୁ ସରକାରୀ ନିୟମ ଅନୁଯାୟୀ ସେମାନେ ଗାଡ଼ିର ସବୁ କାଗଜପତ୍ର ଦେଖାଇ ସରକାରୀ ଜରିମାନା ଦେଇ ଗାଡିଗୁଡିକୁ ଫାଣ୍ଡିରୁ ମୁକୁଳେଇ ନେଇପାରିବେ ବୋଲି ତହସିଲଦାର ସୂଚନା ଦେଇଛନ୍ତି। କରୋନା ସମୟରେ କରୋନା ଯୋଦ୍ଧାମାନେ ମିଳିଥିବା ଅତିରିକ୍ତ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ସହ ନିଜ ମୂଳ କାର୍ଯ୍ୟ ମଧ୍ୟ ଦିନରାତି ଅତି ନିଷ୍ଠାର ସହ ନିର୍ବାହ କରୁଥିବାରୁ ଜନସାଧାରଣମାନେ ବାଣପୁର ତହସିଲଦାର ଏବଂ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନାଚୁଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.