Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗଞ୍ଜାମ ଜିଲ୍ଲାରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ, ୨ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ, ୨ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

August 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବା ଆଜି ଜିଲ୍ଲାପାଳ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେ ଗଂଜାମରେ ସମସ୍ତ ଲୋକ କରୋନା ନିୟମ ମାନୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହାସହ କରୋନା ନୂଆ ନୂଆଁ ରୂପରେ ଆସି ପୁଣିଥରେ ସଂକ୍ରମିତ ଯେପରି ନ କରିବ ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି। ଦୋକାନୀମାନେ ପଞ୍ଚସୂତ୍ର ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଭେକ୍‌ସିନ ନ ଆସିଛି ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲାପାଳ ଭିଡ଼ିଓ ବାର୍ତ୍ତାରେ ଜଣାଇଥିଲେ।

ଆଜି ମଧ୍ୟ ଗଂଜାମରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି କାହାରି ମୃତ୍ୟୁ ଘଟିନଥିବାବେଳେ ଆଜିର ଦୁଇଜଣ ମୃତ୍ୟୁ ପୁଣି ଚିନ୍ତା ବଢ଼ାଇଛି। ଆଜିର ସଂକ୍ରମଣ ମଧ୍ୟରେ ଭଂଜନଗର ବ୍ଲକ୍‌ରୁ ୧୧, ଜଗନ୍ନାଥପ୍ରସାଦରୁ ୪, ବୁଗୁଡ଼ାରୁ ୩, ବେଲଗୁଣ୍ଠାରୁ ୧, ସୋରଡ଼ାରୁ ୪, ଧରାକୋଟରୁ ୩, ଆସିକାରୁ ୩, ପୋଲସରାରୁ ୭, ବେଗୁନିଆପଡ଼ାରୁ ୨୦, କବିସୂର୍ଯ୍ୟନଗରରୁ ୨, ଖଲିକୋଟରୁ ୧୬, ଗଂଜାମରୁ ୫, ଛତ୍ରପୁରରୁ ୧୦, ହିଂଜିଳିକାଟୁରୁ ୮, କୁକୁଡ଼ାଖଣ୍ଡିରୁ ୭, ରଙ୍ଗେଇଲୁଣ୍ଡାରୁ ୧୮, ସାନଖେମୁଣ୍ଡିରୁ ୩, ଦିଗପହଣ୍ଡିରୁ ୩, ଚିକିଟିରୁ ୪, ପାତ୍ରପୁରରୁ ୭, ବ୍ରହ୍ମପୁର ମହାନଗର ନିଗମରୁ ୩୬ ଏବଂ ଅନ୍ୟାନ୍ୟ ୨ ଅଛନ୍ତି।

ଗଂଜାମ ଜିଲ୍ଲାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧୭୨୮୭ ହୋଇଥିବାବେଳେ ଆଜି ୨୦୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୪୨୮ ଟି ଆକ୍ଟିଭ୍ କେସ ଥିବାବେଳେ ୧୮୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ବ୍ରହ୍ମପୁର ମହାନଗର ନିଗମରେ ଆଜିର ମାମଲାକୁ ମିଶାଇଲେ ସମୁଦାୟ ୩୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୭୬୩ ଜଣ ସୁସ୍ଥ ହୋଇଥିବାବେଳେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୧୬ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୪୯୨ ଜଣ ପ୍ଲାଜମା ପ୍ରଦାନ ପାଇଁ ଚିହ୍ନଟ ହୋଇଥିବାବେଳେ ୧୦୨ ପ୍ୟାକେଟ୍ ପ୍ଲାଜମା ସଂଗ୍ରହ ହୋଇଛି। ଏହାଛଡ଼ା ୯୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ୨୦ ଜଣ ରୋଗୀ ଠିକ୍ ହୋଇ ଘରକୁ ଫେରିଛନ୍ତି।

corona ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026

ଆଜି ଜୁଲାଇ ୮ ତାରିଖ ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

July 8, 2026

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.