Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଔଷଧ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟ..! ଦୁର୍ନୀତିକୁ ଲୁଚାଇବାକୁ ଯାଇ ତହସିଲ୍‌ଦାରଙ୍କୁ ଟାର୍ଗେଟ୍‌
ଆଞ୍ଚଳିକ

ଔଷଧ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟ..! ଦୁର୍ନୀତିକୁ ଲୁଚାଇବାକୁ ଯାଇ ତହସିଲ୍‌ଦାରଙ୍କୁ ଟାର୍ଗେଟ୍‌

October 14, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅନେକ ଦିନ ବ୍ୟବଧାନରେ ଆଜି କୁକୁଡ଼ାଖଣ୍ଡି ବ୍ଲକ୍ ପରିସର ମଧ୍ୟରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। କରୋନା ମହାମାରୀଠାରୁ କୌଣସି ପ୍ରକାର ବୈଠକ ହୋଇନଥିବାବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉକ୍ତ ବ୍ଲକ୍‌ରେ ଅତି ନିମ୍ନମାନର ଏବଂ ବାଟମାରଣା ହୋଇଥିବାକୁ ନେଇ ବହୁ ଦୁର୍ନୀତି ପଦାକୁ ଆସିଛ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ କୁକୁଡ଼ାଖଣ୍ଡି ବ୍ଲକ୍‌ର ଦୁର୍ନିତର ଗନ୍ତାଘରକୁ ନେଇ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଆଜିର ଏହି ସମିତି ବୈଠକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କିମ୍ବା ଏହାର ଦୁର୍ନୀତି ଏବଂ ବାଟମାରଣାକୁ ନେଇ କୌଣସି ଆଲୋଚନା ହୋଇନଥିବାବେଳେ କିଛି ସରପଞ୍ଚ ସ୍ଥାନୀୟ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକି ଏହା ଏକ ଶସ୍ତା ରାଜନୀତି କହିଲେ କିଛି ଭୁଲ୍ ହେବ ନାହିଁ।

ଏଠାରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଲା ଯେ, ଅନେକ ଦିନ ବ୍ୟବଧାନରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସମିତି ବୈଠକରେ ଯୋଗ ଦେଇଥିଲେ। ଏଠାରେ ସୂଚନାଥାଉକି କୁକୁଡ଼ାଖଣ୍ଡି ବ୍ଲକ୍ ମୁଖ୍ୟତଃ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଗଡ଼ କହିଲେ ଭୁଲ୍ ହେବ ନାହିଁ। କୁକୁଡ଼ାଖଣ୍ଡି ବ୍ଲକ୍‌ର କିଛି ଅଂଚଳ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ବିଧାୟକ ସମିତି ବୈଠକକୁ ଯାଇ ବିଭିନ୍ନ କାର୍ଯ୍ୟକୁ ନେଇ ସମୀକ୍ଷା କରିବା ଏହା ଏକ ଅଡ଼ୁଆ ସୂତା କହିଲେ ଚଳିବ ବୋଲି କୁକୁଡ଼ାଖଣ୍ଡି ବ୍ଲକ୍‌ର କିଛି ବୁଦ୍ଧିଜୀବୀ ଏବଂ କିଛି ରାଜନେତା ମତ ରଖିଛନ୍ତି। ଆଜିର ଏହି ବୈଠକରେ ଗୋପାଳପୁର ବିଧାୟକଙ୍କ ସହ କୁକୁଡ଼ାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ତହସିଲ୍‌ଦାର ଇପ୍‌ସିତା ମିଶ୍ର, ଏବିଡ଼ିଓ ବିଜୟ କୁମାର ପ୍ରଧାନ, ଯୋଗାଣ ଅଧିକାରୀ ଜି. ପ୍ରସାଦ କୁମାର ରାଓ, ଜିପିଓ କାହ୍ନୁଚରଣ ବେହେରା ଏବଂ କୁକୁଡ଼ାଖଣ୍ଡି ବ୍ଲକ୍‌ର ବିଭିନ୍ନ ବିଭାଗର ଅଫିସରମାନେ ଯୋଗ ଦେଇଥିଲେ। ଏବଂ କିଛି ହାତଗଣତି ସରପଞ୍ଚ, ସମିତିସଭ୍ୟମାନେ ଦେଖିବାକୁ ମିଳିଥିଲା।

ଏଠାରେ ସୂଚନାଥାଉକି କୁକୁଡ଼ାଖଣ୍ଡି ବ୍ଲକ୍ ଦୁର୍ନୀତିର ପିଛା ଛାଡ଼ୁନାହିଁ। କୁକୁଡ଼ାଖଣ୍ଡି ବ୍ଲକ୍ ଅଧିନରେ ଥିବା ପ୍ରତ୍ୟେକ ପଞ୍ଚାୟତ ବର୍ତ୍ତମାନ ଦୁର୍ନୀତିରେ ଉବୁଟୁବୁ। ଏହି କ୍ଷେତ୍ରରେ ମଧ୍ୟ ବିଜେଡ଼ିର ଗୋଷ୍ଠୀ କନ୍ଦଳ ମଧ୍ୟ ସ୍ପଷ୍ଟ ହୋଇଥିବା ବାରି ହୋଇ ପଡ଼ୁଥିଲା। ଏହି ବୈଠକରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଏବଂ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ କୌଣସି ଆଲୋଚନା ହୋଇନଥିବା ବେଳେ ମୁଖ୍ୟତଃ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ସ୍ୱର ଉତ୍ତୋଳନ କରିବା କେତେଦୂର ଯଥାର୍ଥ ତଥା ଦୁର୍ଭାଗ୍ୟଜନକ ଅଟେ।

ସୂଚନାଥାଉକି କୁକୁଡ଼ାଖଣ୍ଡି ତହସିଲ୍‌ଦାର ଜଣେ କର୍ତ୍ତବ୍ୟନିଷ୍ଠା ଅଧିକାରିଣୀ ରୂପେ ପରିଚିତ। ସେ ପୂର୍ବରୁ ପୁରୁଷୋତ୍ତମପୁର ତହସିଲ୍‌ଦାର ରୂପେ କାର୍ଯ୍ୟରତ ଥିବାବେଳେ ତାଙ୍କର କାର୍ଯ୍ୟକଳାପକୁ ଏବଂ ପାରଦର୍ଶିତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇଥିଲା। ସେ କିଛି ଦିନ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ହେବା ପରେ ମୁଖ୍ୟତଃ ମାଫିଆ ଏବଂ ଗୁଟ୍‌ଖା, ମଦ, ବାଲି, ଇଟା, ପଥର ବ୍ୟବସାୟୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଳେ ଦିନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ ସବ୍ କଲେକ୍ଟର ଏବଂ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ତତ୍ତ୍ୱାବଧାନରେ ବିିଭିନ୍ନ ନକଲି ମଦଭାଟି, କୋଟିଏ ଟଙ୍କାର ଗୁଟ୍‌ଖା କାରଖାନା ଚଢ଼ାଉ ହୋଇଥିବାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା। ଯାହାକି ତାଙ୍କର କାର୍ଯ୍ୟକଳାପକୁ ନେଇ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିଥିଲେ।

ଯାହାଫଳରେ ମାଫିଆମାନେ କୌଣସି ବାଟନପାଇ ତାଙ୍କ ବିରୋଧରେ ଚକ୍ରାନ୍ତ କରିବା ଆରମ୍ଭ କରିଥିଲେ। ଯାହାକି ଆଜି ତାହା ହାଟରେ ଯାଇ ବାଟରେ ପଡ଼ିଲା। କାରଣ ମୁଖ୍ୟତଃ ଆଜିର ଏହି ସମିତି ବୈଠକରେ କୌଣସି ବିଷୟରେ ଆଲୋଚନା ହେବା ତ ଦୂରର କଥା ଆକ୍ରୋଶ ଭାବରେ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ଅଙ୍ଗୁଳି ନିକ୍ଷେପ କରାଯାଇଥିଲା। ଯାହାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ତହସିଲ୍‌ଦାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଏମ୍‌ଜିଏନ୍‌ଆର୍‌ଜିଏସ୍‌, ଇନ୍ଦିରାବାସ ଯୋଜନା, ମୋ କୁଡ଼ିଆ, ଅଙ୍ଗନାୱାଡ଼ି କାର୍ଯ୍ୟ ଉପରେ ହେଉଥିବା ବାଲି ପଥର ଇଟା ଗାଡ଼ିକୁ ତହସିଲ୍‌ଦାର ସିଜ୍ କରି ଫାଇନ୍ ପକାଉଥିବାକୁ ନେଇ ହୋ ହାଲ୍ଲା କରାଯାଇଥିଲା।

କିନ୍ତୁ ଇପ୍‌ସିତା ମିଶ୍ର ଏହାର ଜବାବ ଦେଇ କହିଥିଲେ ଯେ, କୌଣସି ଗରିବ ଲୋକର ଏବଂ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଗାଡ଼ିକୁ ସିଜ୍ କରାଯାଇନାହିଁ। ଯଦି ଆପଣମାନଙ୍କ ପାଖରେ କୌଣସି ତଥ୍ୟ ଅଛି ତେବେ ପ୍ରଦାନ କରନ୍ତୁ। ଯାହାଫଳରେ ସମସ୍ତେ ନୀରବ ହୋଇଯାଇଥିଲେ। ମୁଖ୍ୟତଃ ସେ ଯେଉଁମାନେ ଚୋରାଚାଲାଣ ଏବଂ ମାଫିଆମାନଙ୍କର କାର୍ଯ୍ୟକଳାପକୁ ଉପରେ ତୀକ୍ଷ୍ମ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଉକ୍ତ ବୈଠକରେ ସୂଚାଇଥିଲେ। କିନ୍ତୁ ଏହାକୁ କୌଣସି ମଂଚାସୀନ ବ୍ୟକ୍ତିବିଶେଷ ଗୁରୁତର ଭାବେ ନେଇନଥିଲେ। ସେମାନେ ଏକ ଜିଦ୍‌ରେ ଅଟଳ ତହସିଲ୍‌ଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯାହାକି ଏହା ଏକ ହୀନ ଚକ୍ରାନ୍ତ ଏବଂ ଶସ୍ତା ରାଜନୀତି ବୋଲି ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି।

ମୁଖ୍ୟତଃ ଏହି ପରିପ୍ରେକ୍ଷୀରେ ଖୋଦ୍ ସୂର୍ଯ୍ୟ ପାତ୍ର କୌଣସି ମତ ରଖିନାହାନ୍ତି କିମ୍ବା ଏହି ସଂକ୍ରାନ୍ତରେ ଅନ୍ୟ ଗୋଷ୍ଠୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶଂସା କରିଛନ୍ତି। ଏଠାରେ ସୂଚନାଥାଉକି ବାରମ୍ବାର ଗଣମାଧ୍ୟମରେ ବିିଭିନ୍ନ ଦୁର୍ନୀତିକୁ ନେଇ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ଏଭଳିକି କିଛି କାର୍ଯ୍ୟକୁ ନେଇ ବ୍ରହ୍ମପୁର ଭିଜିଲାନସ ଅଫିସରେ କିଛି ବ୍ୟକ୍ତି ଦ୍ୱାରସ୍ଥ ହୋଇଛନ୍ତି।

ଏହି କ୍ଷେତ୍ରରେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଏବଂ ବ୍ଲକ୍ ଚେୟାରମ୍ୟାନ କାମାକ୍ଷା ପ୍ରସାଦ ପାତ୍ର ଉକ୍ତ ଦୁର୍ନୀତିକୁ ନେଇ କୌଣସି ମୁହଁ ନ ଖୋଲିବାକୁ ନେଇ ସଂଦେହ ଦୃଢ଼ୀଭୂତ ହୋଇଛି। ଏଥିପାଇଁ କୁକୁଡ଼ାଖଣ୍ଡି ବ୍ଲକ୍‌ର ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଜିଲ୍ଲାପାଳ, ପିଡ଼ି ଡ଼ିଆର୍‌ଡ଼ିଏ ପ୍ରତ୍ୟେକ ଦୃଷ୍ଟି ଦେବାକୁ ଅଂଚଳରେ ଦାବି ହୋଇଛି ଏବଂ ଉକ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଭିଜିଲାନସ ତଦନ୍ତ ଯଦି କରାଯାଏ ତେବେ ବହୁତ ତଥ୍ୟ ପଦାକୁ ଆସିବ ବୋଲି କୁକୁଡ଼ାଖଣ୍ଡି ବ୍ଳକ୍‌ର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି।

କୁକୁଡ଼ାଖଣ୍ଡି ବ୍ଲକ୍‌ ଦୁର୍ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026

ଫ୍ରିଜରେ ରଖାଯାଇଥିବା ଖାଦ୍ୟ କେତେ ସମୟ ଯାଏଁ ତାଜା ରହେ, ଜାଣନ୍ତୁ ?

April 25, 2026

ମାଉଥୱାସର ଅତ୍ୟଧିକ ବ୍ୟବହାର ରକ୍ତଚାପ ବୃଦ୍ଧି କରିପାରେ!

April 25, 2026

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.