Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର
ଅନ୍ତରାଷ୍ଟ୍ରୀୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

January 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ ଷ୍ଟୋର
ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।

amazon JIO Reliance reliance ଫ୍ୟୁଚର ଗ୍ରୁପ୍ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.