ଶାରଳା ପୀଠରେ ଅସହାୟଙ୍କୁ ସହାୟ ହେଲେ ସରପଞ୍ଚଙ୍କ ପ୍ରତିନିଧି: ୨୫ ଦିନ ହେଲା ବାଣ୍ଟୁଛନ୍ତି ରନ୍ଧାଖାଦ୍ୟ

Published: May 31, 2021, 8:12 pm IST

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ମୁକାବିଲା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ କେତେକ ସ୍ଥାନରେ ଭିକାରୀ ଓ ଅସହାୟ ଲୋକମାନଙ୍କ ପାଇଁ ଏକପ୍ରକାର ଖାଦ୍ୟ ସଂଙ୍କଟର ସମସ୍ୟା ଉପୁଜିଥିବା ଦେଖିବାକୁ ମିଳୁଥିବା ବେଳେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତ ସ୍ଥିତ ଝଙ୍କଡ଼ ଶାରଳା ପୀଠରେ କିନ୍ତୁ ଭିକାରୀ ଓ ଅସହାୟ ମାନଙ୍କୁ ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ନୃସିଂହ ରାଉଳ ଦିର୍ଘ ୨୫ଦିନ ହେଲାଣି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଆସୁଛନ୍ତି।

ସୂଚନାନୁଯାୟୀ ଝଙ୍କଡ଼ ଶାରଳା ପୀଠ ଓ ସମ୍ମୁଖସ୍ଥ ବଜାରରେ ଥିବା ଭିକାରୀ ଓ ଅସହାୟ ମାନଙ୍କୁ ଗତ ୫ତାରିଖ ଠାରୁ ଦୀର୍ଘ ୨୫ଦିନ ହେଲାଣି ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଓ ସଂନ୍ଧ୍ଯାରେ ଚୁଡ଼ା ଗୁଡ ପ୍ରଦାନ କରାଯାଉଛି। ଏମିତିକି ଲକଡାଉନ୍ ଚାଲିଥିବା ପର୍ଯ୍ୟନ୍ତ ଏହି ଖାଦ୍ୟ ପ୍ରଦାନ ଜାରୀ ରଖାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ନୃସିଂହ ରାଉଳ ପ୍ରକାଶ କରିଛନ୍ତି।

Related posts