Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ
ଆଞ୍ଚଳିକ

ଚିଲିକାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

March 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା।

ଉକ୍ତ ଜନ୍ମତିଥି ସଭାରେ ବିଧାୟକ ପ୍ରତିନିଧି ମନୋଜ ପ୍ରଧାନଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠିକା ସ୍ଵାଗତିକା ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପ ସଭାପତି ଗୋପୀନାଥ ମହାରଣା ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଭାସ ସୁନ୍ଦରାୟ ଆଦି ଯୋଗ ଦେଇଥିଲେ। ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସମସ୍ତ ଅତିଥିଗଣ ବିଜୁ ବାବୁଙ୍କ ମହାନ ଗୁଣ ଓ ସେ କିପରି ଓଡିଶା ବାସୀଙ୍କୁ ଭଲ ପାଉଥିଲେ ତାହା ଉପସ୍ଥିତ ବିଜୁ ପ୍ରେମୀମାନଙ୍କୁ ବ୍ୟାଖ୍ୟା କରିଥିଲେ। ଅଭିମନ୍ୟୁ ସ୍ୱାଇଁ ଆଜି ବିଜୁବାବୁଙ୍କ ଡାକୋଡା ବିମାନକୁ ସ୍ଥାପନା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।

ଅନୁରୂପ ଭାବେ ଗୋପୀନାଥ ମହାରଣା ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ ହେଉଛି ଦୁଇଟି ଶବ୍ଦ ଏବଂ ଜଣେ ବ୍ୟକ୍ତି ବିଶେଷର ନାମ ନ ଥିଲା। ଏହା ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ ଥିଲେ ଓଡିଶା ବାହାରେ, ଓଡ଼ିଶାର, ଆଉ ଓଡ଼ିଆଙ୍କ ଆଉ ଏକ ପରିଚୟ ବୋଲି ସଭାକୁ ଅଭିହିତ କରିଥିଲେ। ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ରେ ମଧ୍ୟ ସ୍ଥାନୀୟ ବିଜୁ ପାର୍କ ପରିସରରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ବିଜୁ ଜୟନ୍ତୀ। ତେବେ ଶ୍ରୀ ନାୟକ ପୃଥକ ଭାବେ ଏନଏସି ରେ ବିଜୁ ଜୟନ୍ତୀ ପାଳିବା ଚର୍ଚ୍ଚାର ବିଷୟ ପାଲଟିଛି।

ଚିଲିକା ବିଜୁ ଜନତା ଦଳ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.