Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ
ଜାତୀୟ ଖବର

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

March 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Election2024 ଓଡିଶା ନିର୍ବାଚନ2024 ଚିଲିକା ବିଧାନସଭା ପ୍ରସନ୍ନ ପାଟ୍ଟଶାଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025
Latest News

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.