ରଣପୁର: ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

Published: Oct 2, 2024, 8:05 pm IST

ରଣପୁର: ଜଣେ ଜାତିର ଜନକ, ଅଂହିସାର ପୂଜାରୀ ତ ଆଉ ଜଣେ ଶାନ୍ତିଦୂତ। ଆମ ଦେଶ ପାଇଁ ଅକ୍ଟୋବର ୨ ତାରିଖ ଅବିସ୍ମରଣୀୟ ହୋଇ ରହିଛି। ସେହି ମହାପୁରୁଷ ହେଉଛନ୍ତି ସତ୍ୟର ସାଧକ ଅଂହିସାର ପୂଜାରୀ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ସତ୍ୟାଗ୍ରହ ସଂଗ୍ରାମର ସେନାପତି ତଥା ସତ୍ୟ ଅଂହିସାର ପଥ ପ୍ରଦର୍ଶକ ମହାତ୍ମାଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ। ସେହିପରି ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଜୟନ୍ତୀ ଆଜି ସାରା ଦେଶରେ ପାଳନ କରାଯାଇଛି।

ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ବରେ ଏହି ଦିବସକୁ ପାଳନ କରାଯାଇଛି। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ପିଲାମାନଙ୍କୁ କହିଥିଲେ। ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ ଓ ନୀତି ଅନୁସରଣ କରିବା ପାଇଁ ଉପଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।  ନରସିଂହପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, ମଝିଆଖଣ୍ଡ ଗୌରାଙ୍ଗପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି।

Related posts