Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ
ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ନାଚୁଣୀ/ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ବତ ଉତ୍ସବରେ ବିଶିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବାଚକ କଣାସ ମହାବିଦ୍ୟାଳୟର ଇଂରାଜୀଭାଷାତତ୍ଵ ବିଭାଗର ଅଧ୍ୟାପକ ଡ଼ଃ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟବକ୍ତା, ଖଲି କୋଟ ରାମଚ଼ନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆଭାଷାତତ୍ଵ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି, ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦଦାସ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇମାତୃଭାଷା ଓଡ଼ିଆଭାଷା ସାହିତ୍ୟର ବର୍ତ୍ତମାନ ଉତ୍ତରଣ ରେ ପୁଣି ଭାଷା ସାହିତ୍ୟ ଉନ୍ନତି ସାଧନ ସହିତ ଓଡ଼ିଆ ଅସ୍ମିତାର ପରିଚୟ ଓଡ଼ିଆ ଭାଷା ଓ କୋଟି ଓଡ଼ିଆର ପ୍ରାଣ ପ୍ରଭୁଶ୍ରୀଜଗନ୍ନାଥଙ୍କୁ ସମନ୍ବୟ କରି କିପରି ବର୍ତ୍ତମାନ ଆଗକୁ ବଢ଼ିବାକୁ ହେବ’ ଏବଂ ଯୁବପୀଢ଼ିଙ୍କ ମନରେ ଓଡ଼ିଆଭାଷା ସାହିତ୍ୟପ୍ରତି କିପରି ଆଗ୍ରହ ସୃଷ୍ଟି ହେବ ସେଥିପ୍ରତି ଧାନ ଦେବାକୁ, ବ୍ୟକ୍ତବ୍ୟ ରଖିଥିଲେ।

ଡ଼ିଜିଟାଲ ଯୁଗରେ ଯୁବବର୍ଗକିପରି ଓଡ଼ିଆ କବିତା, ଗଳ୍ପ, ନାଟକ ଉପନ୍ୟାସ ପଠନ ମନସ୍କ ହୋଇ ରଚନା କରିବାର ଦକ୍ଷତା ଅର୍ଜନ କରିବେ ସେଥିପ୍ରତି ସୁଯୋଗ ସୃଷ୍ଟି କରିପାରିଲେ ମାତୃଭାଷା ଓଡ଼ିଆଭାଷା ସାହିତ୍ୟର ଉନ୍ନତି ସାଧନ ହୋଇ ପାରିବ ବୋଲି ବ୍ୟକ୍ତବ୍ୟ ରଖି ବାଣୀକ୍ଷେତ୍ର ବାଣପୁରର ସାରସ୍ଵତ ସାଧକମାନଙ୍କ ଓଡ଼ିଆସାହିତ୍ୟ ଭଣ୍ଡାରକୁ ଅବଦାନ ସଂପର୍କରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ସାରସ୍ଵତ ସାଧକ ପଣ୍ଡିତ ଶ୍ରୀଯୁକ୍ତ ମହେଶ୍ୱର ଦାଶଶର୍ମା ଓ କବି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଯଥାକ୍ରମେ କବି ଲକ୍ଷ୍ମୀଧର ଭୋଳସ୍କୃତି ସମ୍ମାନ ଏବଂ ଆଞ୍ଚଳିକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସଂସଦର ଉପସଭାପତି ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପ୍ରମୁଖ ଅଧ୍ୟାପକ ପ୍ରଦୀପକୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ମାନପତ୍ର ପାଠ କରିଥିଲେ। ଅଧ୍ୟାପିକା ଲୀନା ନଦୀଜା ଏହି ଉତ୍ସବକୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ସୁଭଦ୍ରାଭୋଳ ଧନ୍ୟବାଦାର୍ପଣ କରିଥିଲେ।

ଉତ୍ସବର ପ୍ରାରମ୍ଭରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଉଦବୋଧନୀ ସଂଗୀତ ଗାନ କରାଯାଇଥିବାବେଳେ ଉତ୍ସବଶେଷରେ ମନସ୍ତତ୍ଵ ବିଭାଗର ପ୍ରଶିକ୍ଷକ କବି ସଂଗ୍ରାମ ହଚ଼ିଚ଼ନ୍ଦନଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ “ପ୍ରତିଶ୍ରୁତି,”ମଞ୍ଚସ୍ତ ହୋଇଥିଲା।

ଓଡ଼ିଆ ସାହିତ୍ୟ ସଂସଦ ନାଚୁଣୀ ନାଚୁଣୀ ମହାବିଦ୍ୟାଳୟ ବାଣପୁର ବାର୍ଷିକୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026

ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା

February 5, 2026

ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ

February 5, 2026

ଲାଇନଚ୍ୟୁତ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସର କୋଚ୍‌ଗୁଡ଼ିକ ପୁନଃସ୍ଥାପନ, ଟ୍ରେନ୍ ଚଳାଚଳ ସ୍ୱାଭାବିକ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.