ବବୁଲୁ ସାହୁ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଳା ଗ୍ରାମର ଏକ୍ ନମ୍ବର୍ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଲବଙ୍ଗଲତା ପାଡିଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କ ନାମରେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକାମାନଙ୍କୁ ଦୀର୍ଘ ବର୍ଷ ହେବ ପୁଷ୍ଟିକର ଖାଦ୍ୟ ନ ଦେଇ ବାଟ ମାରଣା କରୁଥିବାର ଅଭିଯୋଗ ରହିବା ସହିତ ସେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ଆସିଛି।
ଗର୍ଭବତୀ ମା, ଶିଶୁ ,କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଦୀର୍ଘ ବର୍ଷ ହେବ ଓଡିଶା ସରକାର ଯୋଗାଇ ଆସୁଛନ୍ତି ହେଲେ ଗ୍ରାମବାସୀ କହିବା ଅନୁସାରେ ସେହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପାଡି ଦୀର୍ଘବର୍ଷ ହବ ବାଟମାରଣା କରି ଆସୁଛନ୍ତି।
ଗୋଟିଏ ପଟେ ସରକାର ପୁଷ୍ଟିହୀନତାରୁ ଦୂରକରିବା ପାଇଁ ଗର୍ଭବତୀ ମାଁ, ଶିଶୁ, କିଶୋରୀ ବାଳିକା ମାନଙ୍କ ପାଇଁ ଛତୁଆ,ଅଣ୍ଡା, ଗଜାମୁଗ, ରାଶି ଲଡୁ, ଚିନା ବାଦାମ ଲଡୁ ଆଦି ଖାଦ୍ୟ ସହ ବିଭିନ୍ନ ଜାତୀୟ ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କେନ୍ଦ୍ରରେ ସରକାର ଯୋଗାଇ ଦେଉଥିବା ବେଳେ ଏହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ହିତାଧିକାରୀଙ୍କୁ ନ ଦେଇ ହେରଫେର କରିବାରେ ବ୍ୟସ୍ତ ରହିଛନ୍ତି। କାଲୋପଳା ଗ୍ରାମର ୧୨୧ ଜଣ ଗ୍ରାମବାସୀ ଲିଖିତ ଦସ୍ତଖତ କରି ଜୁନାଗଡ଼ ସି.ଡି.ପି.ଓ. ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ତେବେ ଏହି ହେରଫେର ପଛରେ ଅଙ୍ଗନଓ୍ବାଡିଙ୍କ ସମେତ ଆଉ କେହି ବରିଷ୍ଠ ଅଧିକାରୀଙ୍କ ହାତ ଥାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।