ରମେଶ ମହାନ୍ତି
ଜଗତସିଂହପୁର : ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍ -19ର ଜିଲ୍ଲା ନୋଡାଲ୍ ଅଧିକାରୀ ହେମନ୍ତ ଶର୍ମା ଓ ଅତିରିକ୍ତ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ତଥା ମିଶନ ଡାଇରେରକ୍ ଓୟୁଏଚ୍ଏମ୍ ଶ୍ସ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାରେ କୋଭିଡ୍ -19 ଜନିତ ପରିସ୍ଥିତିର ସୀମକ୍ଷା କରିଥିଲେ । ପାରାଦ୍ବୀପରେ କୋଭିଡ୍ ହସ୍ପିଟାଲର 55ଟି ବେଡ୍ ରହିଛି । ଏଠାରେ ଆଉ କିଛି ବେଡ୍ ବଢାଇବା ସହିତ ଭେଣ୍ଟିଲେଟର ଓ ହାଇକାପାର୍ସିଟି ଇକ୍ବିପେଣ୍ଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରମୁଖ ଶାସନ ସଚିବ ଜଗତସିଂହପୁର ବିରିଡି ବ୍ଲକ ଓ ଜଗତସିଂହପୁର ବ୍ଲକ ସ ମ୍ୟୁନିସପାଲିଟିର କିଛି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସରପଞ୍ଚ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହପାତ୍ର ଜିଲ୍ଲାରେ କରୋନ ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଓ ଅତିରକ୍ତ ସଚିବଙ୍କୁ ଅବଗତ କରାଇଥିଲେ ।
ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧୀକ୍ଷକପ୍ରକାଶ ଆର୍ , ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ସମସ୍ତ ବ୍ଲକର ବିଡିଓ, ନିର୍ବାହୀ ଅଧିକାରୀ ପୌରପରିଷଦ ଜଗତସିଂହପୁର ଓ ପାରାଦ୍ବୀପ, ଜିଲ୍ଲାପାଳଙ୍କ ନୋଡାଲ୍ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।