ଶୀତକାଳୀନ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ଗୃହ 3ଟା ପର୍ଯ୍ୟନ୍ତ ମୁଲତବି

Published: Nov 13, 2019, 10:36 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର-ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିବା ଦାବୀ କରି ଉଭୟ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ତାଗିତ କରିବା ସତ୍ବେ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 3ଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅପରାହ୍ନରେ ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

Related posts