Author: Samikhsya Bureau

ଶ୍ରୀମତୀ ଜ୍ୟୋତି ବିଜ୍, ମହାନିର୍ଦ୍ଦେଶକ, ଏଫ.ଆଇ.ସି.ସି.ଆଇ. ବର୍ତ୍ତମାନ ସମୟରେ ଯେତେବେଳେ ବିଶ୍ୱ ଦ୍ରୁତ ବେଗରେ ସ୍ୱୟଂଚାଳିତ ଭାବରେ ଆଗକୁ ଗତିକରି ଚାଲିଛି, ସେତେବେଳେ ନିଯୁକ୍ତି ସହିତ ସଂଶ୍ଳିଷ୍ଟ ପ୍ରୋତ୍ସାହନ ଯୋଜନା (ଇ.ଏଲ.ଆଇ.)କୁ ସରକାର ଅନୁମୋଦନ କରିଛନ୍ତି । ଏହା ସରକାରଙ୍କର ଏକ ସମୟୋପୋଯୋଗୀ ଏବଂ ସୁଚିନ୍ତିତ ପଦକ୍ଷେପ ଭାବରେ ସାବ୍ୟସ୍ତ ହୋଇଛି । ଏହି ଯୋଜନା ସକାଶେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହି ଯୋଜନା ଭାରତର ଉଦୀୟମାନ ନିଯୁକ୍ତି ଦୃଶ୍ୟପଟ୍ଟରେ, ବିଶେଷ କରି ଉତ୍ପାଦନ କ୍ଷେତ୍ରରେ ଏକ ବଳିଷ୍ଠ, ନୀତିଗତ ଏବଂ ସାହସିକ ପଦକ୍ଷେପ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହା ଦେଶରେ ପ୍ରାୟ ୩.୫ କୋଟିରୁ ଅଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟିକୁ ସମର୍ଥନ କରିବା ନିମନ୍ତେ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଇ.ଏଲ.ଆଇ. ଯୋଜନା କେବଳ ଏକ ଆର୍ଥିକ ପଦକ୍ଷେପ ନୁହେଁ, ଏହା ଦେଶର ଶ୍ରମ ଶକ୍ତିକୁ ଭବିଷ୍ୟତରେ ଏକ…

Read More

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ମହାରାଷ୍ଟ୍ର ୨୫୮ ଟି ଘରୋଇ ହସ୍ପିଟାଲର ଲାଇସେନ୍ସ ବାତିଲ କରିଛନ୍ତି ରାଜ୍ୟ ସରକାର। ସେହିପରି ‘୫,୧୩୪ ଟି ହସ୍ପିଟାଲକୁ ନୋଟିସ ପଠାଯାଇଛି। ତ୍ରୁଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ମହାରାଷ୍ଟ୍ର ସରକାର ବମ୍ବେ ନର୍ସିଂ ହୋମ୍ ପଞ୍ଜିକରଣ ଆଇନ, ୧୯୪୯ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ୨୫୮ ଟି ଘରୋଇ ହସ୍ପିଟାଲର ପଞ୍ଜିକରଣ ବାତିଲ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ ଆବିତକର ରାଜ୍ୟ ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଘୋଷଣା କରିଛନ୍ତି। ସେ କହିିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଆରମ୍ଭରେ କରାଯାଇଥିବା ଦୁଇଟି ବ୍ୟାପକ ଯାଞ୍ଚ ସମୟରେ ଏହି ଉଲ୍ଲଂଘନ ସାମ୍ନାକୁ ଆସିଥିଲା। ରାଜ୍ୟ ସାରା ଯାଞ୍ଚ କରାଯାଇଥିବା ୨୩,୩୫୪ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୫,୧୩୪ ଟି ଆଇନର ବିଭିନ୍ନ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଜଣାପଡିଛି। ଯାହା ଭିତ୍ତିଭୂମି ମାନଦଣ୍ଡ,…

Read More

ଭୁବନେଶ୍ବର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜେଡି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜେଡି ବିକ୍ଷୋବ କରିବ ବୋଲି ଘୋଷଣା କରିଛନ୍ତି। ଏ ନେଇ ଦଳ ତରଫରୁ କୁହାଯାଇଛି ଯେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡି ବିକ୍ଷୋଭ ଜାରୀ ରଖିବ। ସେଥିପାଇଁ ଦଳ ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି କୁହାଯାଇଛି। ନିକଟରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିଥିଲା। ଲୋକସେବା ଭବନ ଆଡକୁ ମାଡି ଆସିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୋଲିସର ରବର ଗୁଳିରେ ବଡ ନେତା ଆହତ ହୋଇଛନ୍ତି। ତେବେ ଏଥର ବିଜେଡି ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ। ଏ ନେଇ ଦଳ ସ୍ଥାନୀୟ କର୍ମିମାନଙ୍କୁ ଅବଗତ କରାଇଛି। ଦଳ କହିଛି ଯେ, ସରକାର ଯେଉଁ ଆଖିଦେଖାଣିଆ ତଦନ୍ତ ନିର୍ଦ୍ଦେଶ ଦେଇଛି ସେଥିରେ କୌଣସି ସତ ବାହାରିବ ନାହିଁ। ଏହି ଘଟଣାଟି ଜଣେ ସିଟିଂ ବିଚାରପତିଙ୍କ ଦ୍ବାରା କରାଯାଉ।…

Read More

ଭୁବନେଶ୍ବର: ଆଜି ବିଜେଡି ନେତାମାନେ ଏକାଠି ହୋଇ ଭୁବନେଶ୍ବରର ଗାନ୍ଧୀ ପାର୍କରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ନିରବ ପ୍ରତିବାଦ କରିଛନ୍ତି। ବହୁ ବରିଷ୍ଠ ନେତା ଓ ନେତ୍ରୀ ଏକାଠି ହୋଇ ପାଟିରେ କଳାପଟି ବାନ୍ଧି ଏହି ପ୍ରତିବାଦ କରିଛନ୍ତି। ସେମାନେ ନା କରୁଥିଲେ ହୋ ହାଲ୍ଲା, ନା ଦେଉଥିଲେ ସ୍ଲୋଗାନ। କେବଳ ଗାନ୍ଧୀଙ୍କ ମୂର୍ତ୍ତି ତଳେ ଦୀର୍ଘ ସମୟ ଧରି ଚୁପଚାପ ବସି ରହିଥିଲେ। ତେବେ ଏପରି ନିରବ ପ୍ରତିବାଦ କରିବାର ଏକ କାରଣ ରହିଛି। ତାହା ହେଲା ସେମାନେ ରାଜଧାନୀରେ ଆନ୍ଦୋଳନ କରିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠକୁ ବିରୋଧ କରି ଏହି ପ୍ରତିବାଦ କରିଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଦଳ ଗତ 16 ତାରିଖରେ ଭୁବନେଶ୍ବରେ ବିକ୍ଷୋଭ କରିଥିଲା। ଛାତ୍ରୀକୁ ନ୍ୟାୟ ପ୍ରଦାନ ପାଇଁ ଦଳର କର୍ମିମାନେ ଲୋକସେବା ଭବନ ଆଡକୁ ମାଡି ଯାଉଥିବା ବେଳେ ପୋଲିସ ଲୁହବୁହା ବାଷ୍ପ ଏବଂ ପାଣିମାଡ କରିଥିଲା।…

Read More

କଟକ: ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ କର୍ତ୍ତୁପକ୍ଷ ସଜାଗ ହୋଇଉଠିଛନ୍ତି। ସେମାନଙ୍କ ଶିକ୍ଷା ଅନୁଷ୍ଠାନ ଯେପରି ବଦନାମ ନ ହେବ ସେଥିପାଇଁ କଲେଜ କର୍ତ୍ତୁପକ୍ଷ ବିଭିନ୍ନ କଟକଣା ଜାରୀ କରିବାରେ ଲାଗିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାର ନାମଜାଦା କଲେଜ ବା ବିଶ୍ବବିଦ୍ୟାଳୟ ରେଭେନ୍ସାରେ ନିଆଯାଇଛି ନୂଆ କଟକଣା। ଏହି କଟକଣା ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ନିଷ୍ପତି ନିଆଯାଇଛି। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍‌ ରହିବ। ଏଥିସହିତ ଏଣିକି ମହିଳା କର୍ମଚାରୀ ବା ଗବେଷଣା ଛାତ୍ରୀ ଅପରାହ୍ନ ସାଢ଼େ ୫ଟା ପରେ ରହିବେ ନାହିଁ। ଯଦି କୌଣସି ଜରୁରୀ କାମ ରହିଛି ତେବେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି। ରେଭେନ୍ସାର ଏପରି ନିଷ୍ପତି ପରେ ରାଜ୍ୟର ଅନ୍ୟ…

Read More

Ashwini Vaishnaw Birthday: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ। ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ରେଳ, ସୂଚନା ଓ ପ୍ରସାରଣ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଅଛନ୍ତି। ସେ 1970 ମସିହା ଆଜିର ଦିନରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ ସେ ହେଉଛନ୍ତି ସବୁଠାରୁ ପାୱାରଫୁଲ ମନ୍ତ୍ରୀ। ଆଜି ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଆଇଟି, ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଉନ୍ନତିକରଣ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବୃଦ୍ଧି କରିବା ପାଇଁ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି। ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ କାମନା କରୁଛି।  https://twitter.com/narendramodi/status/1946051532287356953

Read More

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଜନସମ୍ପର୍କ ଦିବସ ୨୦୨୫ ଅବସରରେ ବୁଧବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନସମ୍ପର୍କ ପ୍ରଫେସନାଲ, ଯୋଗାଯୋଗ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ସାମିଲ ହୋଇଥିଲେ। ଏହି ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡଃ ଦେବୀଲାଲ ମିଶ୍ର ମୁଖ୍ୟ ବକ୍ତା ଭାବରେ ଚଳିତ ବର୍ଷର ବିଶ୍ୱ ଜନ ସମ୍ପର୍କ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଧୁନିକ ଜନସମ୍ପର୍କ କ୍ଷେତ୍ରର ଜନକ ଭାବରେ ପରିଗଣିତ ଆଇଭି ଲିଙ୍କ ସମ୍ମାନରେ କରାଯାଇଥିଲା। ଜନସମ୍ପର୍କର ଲକ୍ଷ୍ୟ ସର୍ବଦା ସକାରାତ୍ମକ ବୋଲି ଉଲ୍ଲେଖ କରି ଡଃ ମିଶ୍ର ଜନସମ୍ପର୍କ ବୃତ୍ତିରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଆଚରଣଗତ ଦକ୍ଷତା, ଗବେଷଣାଗତ ଦକ୍ଷତା ଏବଂ ପରିସ୍ଥିତିଗତ ଦକ୍ଷତା ରହିବା ସହିତ…

Read More

ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ କଂଗ୍ରେସ ଏବଂ ଆଠଟି ଦଳର ଓଡିଶା ବନ୍ଦ ଡାକରା ବେଶ ସଫଳ ହୋଇଛି। କାରଣ କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ ସାରା ଓଡଶାରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ନେଇ ବିରୋଧୀ ଦଳମାନେ ଏହି ବନ୍ଦ ଡାକରା ଦେଇଥିଲେ। କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଜି ସକାଳ ଛଅଟାରୁ ଆରମ୍ଭ ହୋଇଥିଲା ଏହି ବନ୍ଦ। କଂଗ୍ରେସ କର୍ମିମାନେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ରାସ୍ତା ଉପରକୁ ଚାଲିଆସିଥିଲେ। ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବାରୁ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା। ହେଲେ ରାସ୍ତାରେ ଗାଡିଚଳାଚଳକୁ ନେଇ ରୋକିଥିଲେ କଂଗ୍ରେସ କର୍ମି। ଯେଉଁମାନେ ଗାଡି ଚଳାଚଳ କରୁଥିଲେ ସେମାନଙ୍କୁ କର୍ମିମାନେ ବୁଝାଇ ଫେରାଇ ନେଉଥିଲେ। ଆଜି ରାଜଧାନୀରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। କଂଗ୍ରେସ କର୍ମିମାନେ ବାଣ୍ଟି…

Read More

ଭୁବନେଶ୍ବର: ବାଲେଶ୍ବର ଘଟଣା ବର୍ତ୍ତମାନ ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଉଥିବା ବେଳେ ଏବେ ପୁଣି ସେହିପରି ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସମ୍ବଲପୁର ଗଂଗାଧର ମେହେର କଲେଜରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅଶ୍ଲିଳ ଇଙ୍ଗିତ ପରେ ତାଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୩୨ ବର୍ଷୀୟ ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଜଣାପଡିବା ପରେ କଲେଜରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ସ୍ଥାନୀୟ ନେତା ଓ ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁ କମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ଉଭୟ ଆଖି, ହାତ କିମ୍ବା ଗୋଡ ନଷ୍ଟ ହେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ୨ ଲକ୍ଷ ଟଙ୍କା ଏବଂ ଯଦି ଗୋଟିଏ ଆଖି କିମ୍ବା ଗୋଟିଏ ହାତ କିମ୍ବା ଗୋଡ ନଷ୍ଟ ହୁଏ ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସାମ୍ବିଧାନିକ…

Read More

ଭୁବନେଶ୍ବର: ଆଜି ସକାଳୁ ପ୍ରଦେଶ କଂଗ୍ରେସ ଏବଂ ବାମଦଳ ମିଳିତ ଭାବେ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ଫଳରେ ସେ ବାଧ୍ୟ ହୋଇ ଆତ୍ମହୁତି ଦେଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି କଂଗ୍ରେସ ସହିତ 8ଟି ଅନ୍ୟଦଳ ମିଳିତ ଭାବେ ଏହି ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳୁ କଂଗ୍ରେସ ଭବନରୁ କର୍ମିମାନେ ବାହାରି ଲୋକସେବା ଭବନ ଆଡକୁ ଶୋଭାଯାତ୍ରା କରି ଯାଇ ରାସ୍ତା ଅଧାରେ ଧାରଣାରେ ବସିଛନ୍ତି। ସେହିପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ରହି ଚକାବନ୍ଦ କରିଛନ୍ତି। ଫଳରେ ଭୁବନେଶ୍ବରରେ ବର୍ତ୍ତମାନ ଶୂନଶାନ ହୋଇଯାଇଛି। କାଁ ଭାଁ କିଏ ଗାଡିରେ ଆସିଲେ ସେମାନଙ୍କୁ କଂଗ୍ରେସ କର୍ମିମାନେ ବୁଝାଇ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଉଛନ୍ତି। ସେହିପରି ରାଜ୍ୟର ବିଭିନ୍ନ…

Read More

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ମୁଖ୍ୟ ପ୍ରସଂଗ ହେଲା ମୟୁରଭଂଜ ଜିଲ୍ଲାକୁ ଦୁଇଟି ପୋଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ମୟୁରଭଂଜ ଅନ୍ୟ ନୂତନ ପୋଲିସ ଜିଲ୍ଲା ରାଇରଂଗପୁର ହେବ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍‌ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ। ବହୁଦିନରୁ ଏହି ଜିଲ୍ଲାକୁ ଦୁଇଟି ପୋଲିସ ଜିଲ୍ଲାରେ ବିଭକ୍ତ କରିବା ପାଇଁ ଦାବୀ ହୋଇଆସୁଥିଲେ। ଆଜି ରାଜ୍ୟ କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି। ସେହିପରି ଆଦର୍ଶ ବିଦ୍ୟାଳୟକୁ ରାଜ୍ୟ କ୍ୟାବିନେଟ ଭଡା ମୁକ୍ତ କରିଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଆଉ ସେହି ଫି ଦେବେ ନାହିଁ। ଏହାଦ୍ବାରା ରାଜ୍ୟ ସରକାର ପାଞ୍ଚ ବର୍ଷରେ ୩୫୦ କୋଟି ଟଙ୍କା…

Read More

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ବନ୍ଦ ରହିବ। ଏ ନେଇ ବିଧିବଧ ଭାବେ ପେଟ୍ରୋଲ ଡିଲର ସଂଘ ଘୋଷଣା କରିଛି। ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ବନ୍ଦ ରହିବ। ଯେହେତୁ କଂଗ୍ରେସ ତରଫରୁ କାଲି ଓଡିଶା ବନ୍ଦ ଡାକରା ଦିଆଯାଇଛି ସେଥିପାଇଁ ପେଟ୍ରୋଲ ଟାଙ୍କି ସୁରକ୍ଷା ପାଇଁ ଏହି ପଦକ୍ଷେପ ସଂଘ ଗ୍ରହଣ କରିଛି। ଏହି ବନ୍ଦ ଦ୍ବାରା ପେଟ୍ରୋଲ ଟାଙ୍କି ପ୍ରାୟ ଶହେ କୋଟି ଟଙ୍କାର କ୍ଷତି ସହିବେ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ତିନି ହଜାର ପେଟ୍ରୋଲ ଟାଙ୍କି କାମ କରୁଛି। ତେବେ ଟାଙ୍କି ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଂଘ ତରଫରୁ କୁହାଯାଇଛି।

Read More

ଭୁବନେଶ୍ବର: ଓଡିଶାରେ ପହଞ୍ଚିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା। ସେ ଆଜି କଂଗ୍ରେସ ଭବନରେ ଗୁରୁବାର ଦିନ ହେବାକୁ ଥିବା ବନ୍ଦ ଡାକରା ନେଇ ଆଲୋଚନା କରିଛନ୍ତି। ସେ ରାଜ୍ୟ ସଭାପତି ଭକ୍ତ ଦାସଙ୍କ ସହିତ ଆଲୋଚନା କରି ଆସନ୍ତାକାଲିର ବନ୍ଦକୁ ସଫଲ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ବୈଠକ ପରେ ଅଳକା ଲାମ୍ବା ଗଣମାଧ୍ୟମକୁ କହିଛନ୍ତି ଯେ, ଓଡିଶା ଛାତ୍ରୀ ମୃତ୍ୟୁକୁ ନେଇ କଂଗ୍ରେସ ସଂସଦ ଘେରିବ। ଆସନ୍ତା 21 ତାରିଖରେ ଆରମ୍ଭ ହେବାକୁ ଥିବା ସଂସଦରେ କଂଗ୍ରେସ ଏହି ପ୍ରଂସଗ ଉଠାଇବ। ଓଡିଶାରେ ବର୍ତ୍ତମାନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରୁ 40 ହଜାର ମହିଳା ନିଖୋଜ ଅଛନ୍ତି। ହେଲେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ସେହିପରି ସେ କହିଛନ୍ତି ଯେ, ଓଡିଶା ଛାତ୍ରୀ ମୃତ୍ୟୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଟୁଇଟ କରି ଦୁଃଖ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ବିଜେଡି ଛାତ୍ରୀ ମୃତ୍ୟୁ ନେଇ ତୁମ୍ବି ତୋଫାନ କରିଥିବା ବେଳେ ଆସନ୍ତକାଲି ଓଡିଶା ବନ୍ଦ କରିବ ପ୍ରଦେଶ କଂଗ୍ରେସ। ଓଡିଶାରେ ବିଜେପି ସରକାର ଅମଳରେ ନାରୀ ନିର୍ଯ୍ୟାତନ ତଥା ବଳତ୍କାର ବୃଦ୍ଧି ପାଇବାରେ ଲାଗିଛି। ଯାହାର ଉଦାହରଣ ହେଲା ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ମୃତ ଛାତ୍ରୀକୁ ନ୍ୟାୟ ପ୍ରଦାନ ଦାବୀରେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ଡାକରାରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଆସିଛନ୍ତି ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲାମ୍ବା। ସେ ଭୁବନେଶ୍ବରରେ ପହଁଞ୍ଚିବା ପରେ ଆରମ୍ଭ କରିଛନ୍ତି ବୈଠକ। ଏହି ବନ୍ଦ ଡାକରା କିପରି ସଫଳ ହେବ ସେ ନେଇ ସଭାପତି ଭକ୍ତ ଦାସଙ୍କ ସହିତ ଲମ୍ବା ଆଲୋଚନା କରିଛନ୍ତି। ଦୀର୍ଘ ସମୟ ଧରି ସେ ବୈଠକ କରି ପୁରା ରଣନୀତି ତିଆରି କରିଛନ୍ତି। ତେବେ ଏହି ଓଡିଶା ବନ୍ଦରେ ବାମ ଦଳ ମଧ୍ୟ ସାମିଲ ହେବେ।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ବାଲେଶ୍ବର ଛାତ୍ରୀ ମୃତ୍ୟୁ ପ୍ରସଂଗରେ ବିଜେଡି ପ୍ରତିବାଦ କରୁଥିବା ବେଳେ ପୋଲିସ ରବର ଗୁଳି ମାଡରେ କେତେକ ନେତା ଆହତ ହୋଇଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟରେ ବେଶ କିଛି ଲେଖି ପୋଲିସର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ନବୀନ। ସେ ଲେଖିଛନ୍ତି ଯେ, ” ଓଡିଶାରେ ଗଣତାନ୍ତ୍ରିକ ପ୍ରତିବାଦର ଅଧିକାର ବର୍ତ୍ତମାନ ଗୁରୁତର ବିପଦରେ ଅଛି। ଆଜି ବିଜେଡି ତରଫରୁ ଜଣେ 20 ବର୍ଷୀୟ ଛାତ୍ରୀ – ଯିଏ ବ୍ୟବସ୍ଥାଗତ ଉଦାସୀନତା ଏବଂ ନିର୍ଲଜ ବିଶ୍ୱାସଘାତର ଶିକାର ହୋଇଥିଲେ ତାଙ୍କ ଦୁଃଖଦ ମୃତ୍ୟୁର ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଥିଲେ। ଯେତେବେଳେ ବିଜେଡି ନେତାମାନେ ଲୋକସେବା ଭବନ ଅଭିମୁଖେ ଏକ ଶୃଙ୍ଖଳିତ ଉପାୟରେ ଶୋଭାଯାତ୍ରା କରୁଥିଲେ, ପୋଲିସ…

Read More

ଭୁବନେଶ୍ବର: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ପରେ ରାଜ୍ୟ ରାଜନୀତିର ବେଶ ସରଗରମ ହୋଇପଡିଛି। ଆଜି ବିଜେଡି ତରଫରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ତୀବ୍ର ରୂପ ନେଇଛି। ପିଏମଜି ଛକରେ ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପୋଲିସ ପ୍ରଥମେ ପାଣିମାଡ, ପରେ ଲୁହବୁହା ବାଷ୍ପ ଏବଂ ରବର ବୁଲେଟ ପ୍ରୟୋଗ କରିଛି। ଏହି ରବର ବୁଲେଟ ମାଡରେ ବିଜେଡିର ବହୁ ନେତା ଆହତ ହୋଇଛନ୍ତି। ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ଦାସ ଆହତ ହୋଇଛନ୍ତି। ତାଙ୍କ ଗୋ଼ଡରେ ରବର ଗୁଳି ବାଜିଛି। ସେହିପରି ସାଂସଦ ସୁଲତା ଦେଓଙ୍କ ଦେହରେ ମଧ୍ୟ ଆଘାତ ହୋଇଛି। ଉଭୟ ଚିକିତ୍ସା ପାଇଁ ପୋଲିସ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି। ସେହିପରି ପୂର୍ବତନ ବିଧାୟକ ପ୍ରତିରଂଜନ ଘଡାଇ ମଧ୍ୟ ଆହତ ହୋଇଛନ୍ତି।

Read More

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଆଜି ଭୁବନେଶ୍ବରର ପିଏମଜି ଛକରେ ତୁମୁଳ କାଣ୍ଡ ଘଟିଛି। ପୋଲିସ ଏବଂ ବିଜେଡି କର୍ମିଙ୍କ ମଧ୍ୟରେ ଧସ୍ତଧସ୍ତି ଆରମ୍ଭ ହୋଇଯାଇଛି। ଫଳରେ ପୋଲିସ ପ୍ରଥମେ ପାଣି ମାଡ ଏବଂ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଫଳରେ ଆନ୍ଦୋଳନକାରୀମାନେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ଏହି ଲୁହବୁହା ବାଷ୍ପ ପ୍ରୟୋଗରେ କେତେକ ଆହତ ହୋଇଥିବାର ଜଣାପଡିଛି। ପୋଲିସ ବହୁ ବିଜେଡି ନେତା ଓ କର୍ମିଙ୍କୁ ଗିରଫ କରିଛି। ଲୋକସେବା ଭବନ ଘେରାଉ କରିବ ବୋଲି ଗତକାଲି ବିଜେଡି ଘୋଷଣା କରିଥିଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନେଇ ଏହି ଆନ୍ଦୋଳନ ହେବ ବୋଲି ଘୋଷଣା ହୋଇଥିଲା। ସେହି ଅନୁସାରେ ଆଜି ସକାଳୁ ବିଜେଡିର ବଡବଡ ନେତାଙ୍କ ସହିତ ହଜାରହଜାର କର୍ମି ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ ସ୍ଲୋଗାନ କରି ଲୋକସେବା ଭବନ ଆଡକୁ ମାଡି…

Read More

The Samikhsya Desk: ଆଜି ବାଲେଶ୍ବରର ମୃତ ଛାତ୍ରୀଙ୍କ ବାପାଙ୍କ ସହିତ ଫୋନରେ କଥା ହେଲେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଏ ନେଇ ନିଜେ ରାହାୁଳ ଗାନ୍ଧୀ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ପାଇଁ କଂଗ୍ରେସ ସବୁ ପ୍ରକାରର ଲଢେଇ ଜାରୀ ରଖିବ। ତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସବୁ ପ୍ରକାରର ପ୍ରୟାଶ ଜାରୀ ରଖିବ ବୋଲି ସେ କହିଛନ୍ତି। ରାହୁଳ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି। ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି। ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ। ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ…

Read More

ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବଦାହ ପ୍ରତିକାମୂକ ଭାବରେ ବିଜେପି କାର୍ଯ୍ୟାଳୟ ନିକଟରେ ସମାପିତ ହୋଇଥିଲା। ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଏକ ରାଲିରେ “ରାମ ନାମ ସତ୍ୟହେ, ହରିନାମ ସତ୍ୟହେ” ଉଚ୍ଚାରଣ କରି ଦୁଇଟି କୋକେଇ କାନ୍ଧେଇଥିଲେ ସେହି କୋକେଇରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଦୁଇଟି ଫ୍ଲେକ୍ସ ନିର୍ମିତ ଶବ ରଖାଯାଇଥିଲା। ସେପଟେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଶବ ତାଙ୍କ ନିଜ ଗାଁରେ ଦାହ ହେଉଥ‌ିବା ବେଳେ ଭୁବନେଶ୍ଵରରେ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବକୁ ଯୁବ କଂଗ୍ରେସ ପ୍ରତିକାତ୍ମକ ଭାବେ ଦାହ କରାଯାଇଥିଲା। ଶବଦାହର ସମସ୍ତ ବିଧୂ ଏହି କାର୍ଯ୍ୟକ୍ରମରେ ଅନୁସରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ଆମେ ମୋହନ ସରକାରର ପ୍ରତିକାତ୍ମକ ଶବଦାହ କରିଛୁ।…

Read More

The Samikhsya Desk: ଦୁଇ ଭଉଣୀ ମିଶି ପ୍ରତିଷ୍ଠା କରିଥିଲେ ଏକ ବେକରୀ ଦୋକାନ। ନାମ ଦେଇଥିଲେ ଥିଓବ୍ରୋମା ଫୁଡସ୍। ସେହି ଦୋକାନ ଯେ, ଦେଶରେ ଏକ ବଡ ବ୍ୟବସାୟ କରିବ କେହି କେବେ ଆଶା କରି ନ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ବେକରୀ ଚେନ କଂପାନୀକୁ କିଣି ନେଲା କ୍ରିସ କ୍ୟାପିଟାଲ ନାମିତ ଅନ୍ୟ ଏକ କଂପାନୀ। ଆଉ ତା ବଦଳରେ ସେହି କଂପାନୀ ଯେଉଁ ଅର୍ଥ ପ୍ରଦାନ କଲା ତାହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। କ୍ରିସ କ୍ୟାପିଟାଲ ଥିଓବ୍ରୋମା ଫୁଡ ଚେନ କୁ ପ୍ରଦାନ କରିବ ୨୪୧୦୦୦୦୦୦୦୦ ଟଙ୍କା ବା ୨୪୧୦ କୋଟି ଟଙ୍କା। ଏହି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇକୋନମିକ୍ସ ଟାଇମସ। ତେବେ ସେହି ଦୁଇ ଭଉଣୀ ତାଙ୍କ ହାତରେ ରଖିଛନ୍ତି ମାତ୍ର ୧୦ ପ୍ରତିଶତ ଅଂଶଧନ। ଅର୍ଥାତ ଆଉ ନବେ ପ୍ରତିଶତକୁ କ୍ରିସ…

Read More