Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ ଲକ୍ଷ୍ୟ: ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ ହେବ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ଟୀକାକରଣ ହେବ। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ କମିଶନର ମାନଙ୍କକୁ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରର ନୂଆ ଟୀକା ନୀତି ଅନୁଯାୟୀ ରାଜ୍ୟରେ ଟୀକାକରଣ ହେବ। ଉଭୟ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳରେ ଟୀକାକରଣ ଆରମ୍ଭ ହେବ। ବ୍ଲକ ଏବଂ ଏନଏସିରେ ୫ ଟି ଲେଖାଏଁ ସେସନ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ପୌରପଶିଷଦ ପାଇଁ ୧୦ ଟି ଏବଂ ମହାନଗର ପାଇଁ ୨୦ ଟି ସେସନର ବ୍ୟବସ୍ଥା କରାଯିବ। ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଟୀକାକରଣ ହେବ। ସଠିକ ସମୟରେ ଦ୍ଵିତୀୟ ଡୋଜ ଟୀକା ଦେବାକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନାଜନିତ ମୃତ୍ୟୁ ପାଇଁ ଦେଇହେବନି ୪ ଲକ୍ଷ: ଶେଷ ହୋଇଯିବ ଏସଡିଆରଏଫ ଟଙ୍କା, ସୁପ୍ରିମକୋର୍ଟରେ ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ରଖିଛି। କରୋନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛି।

ଆବେଦନକାରୀଙ୍କ କହିବା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ୨୦୧୫ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟୀ ଦ୍ଵାରା ଗାଇଡଲାଇନ ଜାରି କରାଯାଇ ବିପର୍ଯ୍ୟୟ ସମୟରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରାବଧାନ ଅଛି। ତେଣୁ ଏହି ଆଧାରରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବା ଉଚିତ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ଜଣାଇଥିଲେ।

ହେଲେ ଏହାର ଉତ୍ତର ରଖି କେନ୍ଦ୍ର ସରକାର କହିଛି ଯେ, ଏହି ନିୟମ କେବଳ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ। ଯଦି କରୋନାରେ ଏହି ଟଙ୍କା ଖର୍ଚ୍ଚ କରାଯିବ, ତେବେ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିର ସବୁ ଅର୍ଥ ଶେଷ ହୋଇଯିବ। ଫଳରେ ବିପର୍ଯ୍ୟୟ ସମୟରେ ଅର୍ଥର ଅଭାବ ଦେଖାଯିବ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅର୍ଥର ଆବଶ୍ୟକ ହେଉଛି ବୋଲି ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ଉତ୍ତର ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଂସଦ ଅଶ୍ବନୀ ବୈଷ୍ଣବ ସାମିଲ ନେଇ ଜାତୀୟ ମିଡିଆରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର, ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିବା ବିଜେପି ସାଂସଦ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଲା ମୋଦି ମନ୍ତ୍ରୀମଣ୍ଡଳରେ ଯେଉଁ ଅଦଳବଦଳ ହେଉଛି ସେଥିରେ ବୈଷ୍ଣବ ମନ୍ତ୍ରୀ ହେବେ। ଏହାକୁ ନେଇ ଜାତୀୟ ସ୍ତରର ପ୍ରାୟ ପ୍ରମୁଖ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ବିଭିନ୍ନ ଗଣମାଧ୍ୟମରେ ବର୍ତ୍ତମାନ ମୋଦି କେଉଁମାନଙ୍କୁ ମନ୍ତ୍ରୀ କରୁଛନ୍ତି ସେମାନଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କେତେକ ଗଣମାଧ୍ୟମ 7 ଜଣ, କେଉଁଥିରେ 12 ଜଣ ଏବଂ କେତେକ ଗଣମାଧ୍ୟମ 15 ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଅର୍ଦ୍ଧାଧିକ ଗଣମାଧ୍ୟମରେ ଓଡିଶା ସାଂସଦ ଅଶ୍ବନୀ ବୈଷ୍ଣବଙ୍କ ନାମ ରହିଛି। ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେଉଛନ୍ତି ବୋଲି ଏସବୁ ଗଣମାଧ୍ୟମ ଉଲ୍ଲେଖ କରାଯାଇଛି।

କଣ ପାଇଁ ଅଶ୍ବନୀ ବୈଷ୍ଣବଙ୍କ ନାମରେ ଚର୍ଚ୍ଚା ହେଉଛି

ଅଶ୍ବନୀ ବୈଷ୍ଣବ 2019 ମସିହାରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଏହାପରେ ଅଶ୍ବନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ଗୁଡ ବୁକରେ ଅଛନ୍ତି। ସେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବାରୁ କେବେ ବି ନବୀନଙ୍କ କିମ୍ବା ରାଜ୍ୟ ସରକାରଙ୍କ ବିରୋଧରେ କିଛି କହି ନାହାଁନ୍ତି।

ବର୍ତ୍ତମାନେ ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ଅଶ୍ବନୀଙ୍କୁ ବ୍ୟବହାର କରିବା ପାଇଁ କୁଆଡେ କେନ୍ଦ୍ରୀୟ ଦଳ ନିଷ୍ପତି କରିଛନ୍ତି। କାରଣ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ କରାଯାଇଥିଲେ ମଧ୍ୟ ରାଜ୍ୟ ବିଜେପିର କିଛି ଲାଭ ହେଲା ନାହିଁ। ଓଡିଶାର ଜନସାଧାରଣ ଜଣେ ଶାନ୍ତଶିଷ୍ଠ ନେନୃତ୍ୟ ଚାହୁଁଛନ୍ତି ବୋଲି କେନ୍ଦ୍ରୀୟ ନେତା ଜାଣିବା ପରେ ସେମାନେ ଅଶ୍ବନୀଙ୍କୁ ମାଧ୍ୟମ କରିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଅଶ୍ବନୀ ବୈଷ୍ଣବ ଯେତେବେଳେ ଅଟଳବିହାରୀ ବାଜପେୟୀଙ୍କ ପ୍ରାଭେଟ ସେକ୍ରେଟାରୀ ଥିଲେ ସେତେବେଳେ ତାଙ୍କର ମୋଦିଙ୍କ ସହିତ ଘନିଷ୍ଠ ସଂପର୍କ ରହିଛି। ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଶ୍ବନୀଙ୍କ ମାଧ୍ୟମରେ ସେ ବାଜପେୟୀଙ୍କଠାରୁ ଉଭୟ ସରକାରୀ ଓ ରାଜନୈତିକ ସହଯୋଗ ହାସଲ କରିଥିଲେ। ସେଥିପାଇଁ ସେ ମୋଦିଙ୍କ ଗୁଡବୁକରେ ରହିଛନ୍ତି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ସମର୍ଥନ ରହିଛି। କାରଣ ହେଲା ସେ ଚାହୁଁନାହାଁନ୍ତି ଓଡିଶାରୁ ବୈଜୟନ୍ତ ପଣ୍ଡା କିମ୍ବା ଅପରାଜିତା ଷଡଙ୍ଗୀ ମନ୍ତ୍ରୀ ହୁଅନ୍ତୁ। ଅଶ୍ବନୀ ବୈଷ୍ଣବ ହେଲେ ତାଙ୍କ ପାଇଁ କୌଣସି ବିପଦ ହେବା ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରୀ କରିବା ସପକ୍ଷରେ ଧର୍ମେନ୍ଦ୍ର ଅଛନ୍ତି।

ଏସବୁ କାରଣରୁ ଜାତୀୟ ରାଜନୀତିରେ ଅଶ୍ବନୀଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି। ଏପରିକି ସେ ମନ୍ତ୍ରୀ ହେବାର ନିଶ୍ଚିତ ସମ୍ଭାବନା ସୃଷ୍ଟି କରିଛି।

Categories
ଆଜିର ଖବର ଜାତୀୟ ଖବର

ଏହି ଦୁଇଟି ସହରକୁ ରାଣୀ ଲକ୍ଷ୍ମୀବାଇ ଏବଂ ଅହିଲ୍ୟାବାଇଙ୍କ ନାମରେ ନାମିତ କରିବାକୁ କଂଗ୍ରେସ ନେତାଙ୍କ ଦାବି

ନୂଆଦିଲ୍ଲୀ: ଗତକାଲି ମଧ୍ୟପ୍ରଦେଶର ଦୁଇଟ ସହରର ନାମ ବଦଳାଇ ରାଣୀ ଲକ୍ଷ୍ମୀବାଇ ଏବଂ ଅହିଲ୍ୟାବାଇଙ୍କ ନାମରେ ନାମିତ କରିବାକୁ କଂଗ୍ରେସ ନେତା ସଜ୍ଜନ ସିଂହ ଦାବି କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିଅର ଏବଂ ଇନ୍ଦୋର ସହରର ନାମକୁ ବଦଳାଇ ରାଣୀ ଲକ୍ଷ୍ମୀବାଇ ଏବଂ ଅହିଲ୍ୟାବାଇଙ୍କ ନାମରେ ନମିତା କରିବାକୁ ସେ ଦାବି କରିଛନ୍ତି। ଏହାସହ ନା କେବଳ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି, ସେମାନଙ୍କ ବ୍ୟତୀତ ଦେଶର ଗଦ୍ଦାରମାନଙ୍କୁ ମଧ୍ୟ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ଯାହା ଫଳରେ ସେହି ଗଦ୍ଦାରମାନଙ୍କ ବିଷୟରେ ଆଗାମୀ ପିଢି ଜାଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଅସାଧୁ ମିଲର୍ସ ଓ ଧାନ ଦଲାଲଙ୍କ ମଧୁଚନ୍ଦ୍ରିକାରେ ପେଶୀ ହେଉଛନ୍ତି ନୀରିହ ଚାଷୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ର ଅନ୍ତ ହିଁ ନାହିଁ। ପ୍ରତି ଧାନ ସିଜନରେ ଚାଷି ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥାଏ। ପ୍ରତି ଧାନ ଚାଷ ରୁ ଧାନ ବିକ୍ରି ନସାରୁଣୁ ପୁଣି ନୂଆ ଚାଷ ପାଇଁ ପ୍ରସ୍ତୃତି ଆରମ୍ଭ ହୋଇଥାଏ। ଏହା ସହିତ ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଅବସ୍ଥା ଖରାପ କରିଦେଇଥାଏ। ଏଥିସହିତ ପରିବାର ଚଳାଇବା ସହ ବିଭିନ୍ନ ଖର୍ଚ୍ଚ ତୁଳାଇବାକୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ର ମୂଲ୍ୟ ଉପରେ ନିର୍ଭର କରିଥାଏ।

ଅନ୍ୟ ପକ୍ଷରେ ଧାନ ମଣ୍ଡିରେ ଭିତ୍ତିଭୂମିର ଅଭାବ ଥିବା ହେତୁ ମଣ୍ଡି ମାନଙ୍କରେ ପେକ୍ସ କିମ୍ବା ଏସଏଚଜି ନାମରେ ସିଧା ସଳଖ ମିଲର୍ସ ମାନେ ହିଁ ଧାନ କିଣୁଥିବାର ଅଭିଯୋଗ ହୋଇଥାଏ। ଏହାର ସୁଯୋଗ ନେଇ ଅସାଧୁ ମିଲର୍ସ ମାନେ ଦଲାଲ ମାଧ୍ୟମରେ ଚାଷିଙ୍କୁ ବିଭିନ୍ନ ଉପାୟରେ ଲୁଟ କରୁଥିବାର ଅନେକ ଅଭିଯୋଗ ହୋଇଛି। କେତେକାଂଶରେ ଧାନ କିଣା ଦାୟୀତ୍ୱରେ ଥିବା ପାକ୍ସ ର ଅସାଧୁ କର୍ମଚାରୀ କିମ୍ବା ଏସଏଚଜି କର୍ମକର୍ତା ମାନେ ବ୍ୟାପକ ଭାବେ ଜମିଜମା କାଗଜାତରେ ଜାଲିଆତି ସାଙ୍ଗକୁ ଚଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରୁଥିବା ଅଭିଯୋଗମାନ ହୋଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଚାଷୀ ମହଲରେ ଆପତ୍ତି ଅଭିଯୋଗ କରାଯାଉଥିଲେ ହେଁ ସେମାନଙ୍କ ସମସ୍ୟା ସମାଧାନ ପାଇଁ ତତ୍ପରତା ପ୍ରକାଶ ପାଉନଥିବା ଚାଷି ମହଲରେ ଅଭିଯୋଗ ହେଉଛି।

ନିକଟରେ ଏଭଲି ଏକ ନିଚ୍ଛକ ଘଟଣା କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଧାନ ମଣ୍ଡିରେ ଅଭିଯୋଗ ହୋଇଥିବାର ଜଣାପଡିଛି। ଜୁନ୬ ତାରିଖ ରବିବାର ରାତିରେ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତା ଉପରେ ଓଆର୧୦/୨୬୪୮ ନମ୍ବର ଟ୍ରକରେ ଧାନ ବସ୍ତା ଲୋଡିଂ ହେଉଥିବାର କୋକସରା ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ଟ୍ରକକୁ ଧାନ ସହ କୋକସରା ଥାନାକୁ ନିଆଯାଇଥିବା ଜଣାପଡିଥିଲା।

ଏସଂପର୍କରେ ଯୋଗାଣ ବିଭାଗ ପଦାଧିକାରୀ ଉକ୍ତ ଟ୍ରକର ରିଲିଜ ଅର୍ଡର ଦେବା ଯୋଗୁଁ ଟ୍ରକଟିକୁ ଛାଡିଦିଆଯାଇଥିବା କୋକସରା ପୋଲିସ ସୂତ୍ରରୁ ଜଣାପଡିଥିଲା। ହେଲେ ରାତିଅଧିଆ କିପରି ଓ କାହିଁକି କେନାଲ ହୁଡାରେ ଚାଷଜମିରୁ ଧାନ ବୋଝେଇ ହେଉଥିଲା ତାହା ସନ୍ଦେହ ଘେରରେ ରହିଛି। ଅତୀତରେ ନିଜ ପରିବାରର ସଭ୍ୟା ମାନଙ୍କୁ ନେଇ ବୋହୁକୁ ସଭାପତି କରାଇବା ସହିତ ନିଜେ ସଂପାଦକ ହୋଇ ଗଠିତ କରିଥିବା ଏକ ଏସଏଚଜି ଧାନ କିଣା ଦାୟୀତ୍ୱରେ ଥିବା ସଂପାଦକଙ୍କ ପୁଅ ଡିଇଓ ଏବଂ ଦଲାଲି କରୁଥିବା ସ୍ୱାମୀ ମିଶି ଚାଷି ପଂଜିକରଣରେ ବ୍ୟାପକ ହେରାପେରୀ ଏବଂ ଅନିୟମିତତା କରିବା ଅଭିଯୋଗ ହେବାପରେ ଜିଲ୍ଲାପ୍ରଶାସନ ଉକ୍ତ ଏସଏଚଜିକୁ ଧାନ କିଣା କାରବାରରୁ ବାଛନ୍ଦ କରିଥିବା ଜଣାପଡିଛି।

ହେଲେ ଚଳିତ ରବି ଋତୁରେ ଏହି ଟ୍ରକ ରାତିଅଧିଆ କେନାଲ ରାସ୍ତାରେ ଧାନ ବୋଝେଇ କରୁଥିବା ବେଳେ ଉକ୍ତ ଏସଏଚଜିର ସଂପାଦକଙ୍କ ସ୍ୱାମୀଙ୍କ ଏହି ଧାନ କାରବାର ହେଉଥିବା ଜଣାପଡିଛି। ଗତ ମଇ ମାସ ୩୦ ତାରିଖରେ ସଂପୃକ୍ତ ବ୍ୟକ୍ତିଙ୍କ ଟୋକନ ମାଧ୍ୟମରେ ଧାନ କିଣାଯାଇଥିବା ସଂପୃକ୍ତ ଧାନକିଣା ସଂସ୍ଥା ତରଫରୁ କୁହାଯାଉଛି। ହେଲେ ଏହି ଧାନ କାହାର ଓ କାହିଁକି କ୍ଷେତ ମଝିରେ ଥିବା କେନାଲ ରାସ୍ତା ଉପରେ ଟ୍ରକରେ ବୋଝେଇ କରାଯାଉଥିଲା ତାହା ସନ୍ଦେହ ଘରରେ ରହିଛି।

ସଂପୃକ୍ତ ଟ୍ରକ ଲଡୁଗାଁର ଏକ ରାଇସ ମିଲର ବୋଲି ଜଣାପଡିଛି। ପାରିବାରିକ ଅନୁସାରେ ଗଠିତ ଏବଂ ପ୍ରଶାସନ ଆଖିରେ ଧୂଳି ଦେଇ ଚଂଚକତା କରି ଧାନ କିଣା ଦାୟୀତ୍ୱରେ ଥିବା ଏହି ଏସଏଚଜି ମାଧ୍ୟମରେ ଲଡୁଗାଂର ସେହି ରାଇସ ମିଲ ଅତୀତରେ ବ୍ୟାପକ ଜାଲିଆତି ଏବଂ ହେରାପେରୀ କରୁଥିବା ଉକ୍ତ ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି। ଏସଏଚଜି ସଂପାଦକଙ୍କ ସ୍ୱାମୀ ସହ ମିଶି ରାତିଅଧିଆ ଧାନ ଚାଲାଣ କରୁଥିବା ଏହି ରାଇସ ମିଲ ମାଲିକ ପକ୍ଷରୁ ଘଟଣା ସଂପର୍କରେ ଅଭିଯୋଗ କରିଥିବା ଚାଷି ମାନେ ଅଯଥା ହଇରାଣ କରୁଛନ୍ତି ବୋଲି ଜିଲ୍ଲାପ୍ରଶାସନ ପାଖରେ ଅଭିଯୋଗ କରିଥିବା କୁହାଯାଉଛି।

ଏସଏଚଜି ସଂପାଦକଙ୍କ ସ୍ୱାମୀ ସହ ସଲାସୁତୁରା କରି ବ୍ୟାପକ ଚଂଚକତା କରୁଥରବା ରାଇସ ମିଲ ମାଲିକ ମାନେ ବିଭିନ୍ନ ଉପାୟରେ ଚାଷି ମାନଙ୍କୁ ହଇରାଣ ହରକତ କରିବା ସହିତ ଟୋକନ ଏବଂ ଧାନର ମାନ ଆଳ ଦେଖାଇ ମନଇଚ୍ଛା ଉଠାଣ କରୁଥିବା ହେତୁ ବହୁ ଚାଷି ଧାନ ବିକି ନପାରି ମଣ୍ଡିରେ ପକାଇ ରଖିଥିବା ଜଣାପଡିଛି। ଯଦିଓ ଠିକ ଭାବେ ଧାନ ଉଠାଣ ହେଉଛି ତେବେ ରାତିଅଧିଆ ଚାଷ ଜମି ମଧ୍ୟରେ କେନାଲ ରାସ୍ତା ଉପରେ ଧାନ ବୋଝେଇ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ହେଉଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅସାଧୁ ମିଲର୍ସ ଧାନ କିଣାସଂସ୍ଥାର ଅସାଧୁ କର୍ମଚାରୀ ମାନଙ୍କ ସହାୟତାରେ ଚାଷିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେବା ସହ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ୨ ଆହତ: ଗ୍ରାମରେ ଉତ୍ତେଜନା

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମ ପତ୍ର ଫଡିରେ ହାତୀ ଆକ୍ରମଣରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ ଅଧିନସ୍ଥ ଲୁହାପଙ୍କ ଗ୍ରାମରେ ଗତକାଲି ରାତି ପ୍ରାୟ ୧୧ଟାରେ ବନବିଭାଗର କର୍ମଚାରୀମାନେ ହାତୀ ଘଉଡାଉଥିଲେ। ଗାଡୁମୁଣ୍ଡା ପତ୍ରଫଡିରେ ପ୍ରାୟ ୧୩ ଜଣ ପତ୍ର ବନ୍ଧାଳି କେନ୍ଦୁପତ୍ର ବନ୍ଧା କାମରେ ନିୟୋଜିତ ଥିଲେ। ସେମାନେ ରାତିରେ ଖାଇ ପିଇ ନିଘୋଡ ନିଦ୍ରାରେ ଶୋଇ ପଡିଥିଲେ। ସେଇ ସମୟରେ ଗାଡୁମୁଣ୍ଡା ପତ୍ର ଫଡିରେ ଦନ୍ତା ହାତୀଟି ପତ୍ର ବନ୍ଧାଳି ଅନୁଗୋଳ ଜିଲ୍ଲା ବାମୁର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ନାଏକ (୫୦)କୁ ଶୋଇ ଥିବା ଅବସ୍ଥାରେ ଶୁଣ୍ଡରେ ଟାଣିଆଣି ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିମ୍ବାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨ ଜଣ ପତ୍ର ବନ୍ଧାଳି ପବିତ୍ର ଦେହୁରୀ(୫୩), ବିନାୟକ ନାଏକ(୫୦)କୁ ମଧ୍ୟ ହାତୀଟି ଆକ୍ରମଣ କରିଥିଲା। ଅନ୍ୟମାନେ ଜୀବନକୁ ବଂଚାଇ ପ୍ରାଣ ବିକଳରେ ଦୈାଡି ପଳାଇଥିଲେ।

ଖବର ପାଇ ଗ୍ରାମବାସୀ ଓ ବନବିଭାଗ ଘଟଣା ସ୍ଥଳକୁ ତୁରନ୍ତ ଯାଇ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। କେନ୍ଦୁପତ୍ର ବିଭାଗ କର୍ମଚାରୀ ସେମାନଙ୍କୁ ପତ୍ର ବନ୍ଧା କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ ସେଠାରେ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ବନବିଭାଗ ସେଇ ଫଡିରେ ରାତିରେ ପତ୍ର ବନ୍ଧାଳିମାନେ ନ ରହିବାକୁ ମନା କରିଥିଲେ ମଧ୍ୟ ସେମାନେ ମାନି ନ ଥିଲେ ବୋଲି ବନବିଭାଗର ଜନୈକ କର୍ମଚାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ଘଟଣା ସ୍ଥଳରେ ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀମଞିତ ବିଶ୍ୱାଳଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଦିଆଯାଉଥିବା ସହଯୋଗ ରାଶି ମୃତକଙ୍କ ପରିବାରକୁ ଖୁବ୍ ଶିଘ୍ର ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି। ସେଇ ଦନ୍ତାହାତୀଟି ରେଢାଖୋଲ ଓ ନାକଟିଦେଉଳ ଅଂଚଳରେ ଆତଙ୍କ ଚଳାଇଥିଲେ ମଧ୍ୟ ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜର ଦେଇ ନିଜ ଆୟତକୁ ଆଣିବାରେ ବିଫଳ ହୋଇଛି ଯା’ ଫଳରେ ବହୁ ଜଣଙ୍କର ଜୀବନ ଯାଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୮୧ ଦିନ ପରେ ଦେଶରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୪୧୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୭ ଲକ୍ଷ ୬୬ ହଜାର ୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୨୯ ହଜାର ୨୪୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୫୮୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ, ମୟୂରଭଞ୍ଜ, ରାୟଗଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ନୟାଗଡ ଓ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୩୫ ହଜାର ୧୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୭୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୫୭୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୩୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୩୫ ହଜାର ୧୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୭୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ, କଟକ ଜିଲ୍ଲାରୁ ୪୦୭ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୦୫ ଜଣ, ବରଗଡ ଜିଲ୍ଲାରୁ ୫୧ ଜଣ, ଭଦ୍ରକ ଜିଲ୍ଲାରୁ ୧୮୬, ବଲାଙ୍ଗୀରି ଜିଲ୍ଲାରୁ ୩୬, ବୌଦ୍ଧ ଜିଲ୍ଲାରୁ ୫୯, ଦେବଗଡ ଜିଲ୍ଲାରୁ ୧୨, ଢେଙ୍କାନାଳ ଜିଲ୍ଲାରୁ ୯୬ ଜଣ, ଗଜପତି ଜିଲ୍ଲାରୁ ୨୯ ଜଣ, ଗଞ୍ଜାମ ଜିଲ୍ଲାରୁ ୨୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୩ ଜଣ, ଯାଜପୁର ଜିଲ୍ଲାରୁ ୩୩୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳ ଜିଲ୍ଲାରୁ ୪୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୧ ଜଣ, କେନ୍ଦୁଝର ଜିଲ୍ଲାରୁ ୬୧ ଜଣ, କୋରାପୁଟ ଜିଲ୍ଲାରୁ ୫୯ ଜଣ, ମାଲକାନାଗିରି ଜିଲ୍ଲାରୁ ୮୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୮୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୭ ଜଣ, ନୟାଗଡ ଜିଲ୍ଲାରୁ ୧୧୪ ଜଣ, ନୂଆପଡା ଜିଲ୍ଲାରୁ ୧୯ ଜଣ, ପୁରୀ ଜିଲ୍ଲାରୁ ୨୩୭ ଜଣ, ରାୟଗଡା ଜିଲ୍ଲାରୁ ୮୮ ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ ଜଣ, ସୋନପୁର ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୩ ଜଣ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ, ଲୋକେ ଭୟଭିତ

ନୂଆଦିଲ୍ଲୀ, ଆଜି ଭୋରରୁ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଲୋକେ ଶୋଇଥିବା ବେଳେ ଏପରି ଭୂକମ୍ପ ଯୋଗୁଁ ସମସ୍ତେ ଭୟଭିତ ହୋଇପଡିଛିନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା 3.1 ତୀବ୍ରତା ବୋଲି ଜଣାପଡିଛି। ଏଠାରେ ସକାଳ 5ଟା 41ରେ ଅନୁଭୂତ ହୋଇଥିଲା।

ସେହିପରି ଅରୁଣାଞ୍ଚଳ ପ୍ରଦେଶର ପାଗିନୀ ଜିଲ୍ଲାର ମଧ୍ୟ ରାତି 1ଟା 22 ରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା 3.1 ଥିଲା ବୋଲି ଜଣାପଡିଛି। ମଣିପୁରର ଉକୁରଲ ଜିଲ୍ଲାର ସିରୁଇ ଗ୍ରାମାଞ୍ଚଳରେ ମଧ୍ୟ ସେହି ରାତି 1ଟା 22 ରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା 3.6 ଥିଲା ବୋଲି ଜଣାପଡିଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 20 ତାରିଖ ରବିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନବର୍ଷା

ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେ କୈଣସି ଆସାଇନମେଣ୍ଟ କିମ୍ବା ପ୍ରୋଜେକ୍ଟ ଆପଣ ସମାପ୍ତ କଲେ ମଧ୍ୟ ସିନିୟରମାନଙ୍କୁ ପ୍ରଭାବିତ କରିବ ନାହିଁ ।

ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ପୂର୍ବରୁ, ଆପଣଙ୍କୁ ଅନେକ ଚତୁରତାର ସମାଧାନ କରିବାକୁ ପଡିବ । ଶିକ୍ଷା କ୍ଷେତ୍ରରେ ଦେବା ଏବଂ ଗ୍ରହଣ କରିବାର ସମାନ ପ୍ରସଙ୍ଗ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସ୍ୱାସ୍ଥ୍ୟ ସନ୍ତୋଷଜନକ ହେବ ବୋଲି ଆଶା କରାଯାଉଛି ।

କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି । ଶିକ୍ଷା କ୍ଷେତ୍ରରେ କୋଚିଂ ସାହାଯ୍ୟରେ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ଆଶା ଅଛି । ବିବାହିତ ଲୋକମାନେ ଏହି ପବିତ୍ର ବନ୍ଧନରେ ବନ୍ଧା ହୋଇପାରିବେ । କାହାକୁ ବିଶେଷ ଦେଖାଇବାକୁ ଆପଣଙ୍କର ବହୁତ କିଛି ଅଛି ।

ସିଂହ- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । ଆପଣ କିଣୁଥିବା ସମ୍ପତ୍ତି ଭଲ ରିଟର୍ନ ପାଇବା ଆରମ୍ଭ କରିବ । ଚାପଗ୍ରସ୍ତ ପରିବାର ପରିବେଶରେ ସକରାତ୍ମକ ପରିବର୍ତ୍ତନ ସମ୍ଭବ ।

କନ୍ୟା-ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ । ଏକ କାର୍ଯ୍ୟକୁ ବିସ୍ତୃତ ଭାବରେ ଜାଣିବାର ଅଭ୍ୟାସ ଆପଣଙ୍କୁ ଲାଭ କରିବାକୁ ଯାଉଛି । ବାତିଲ ହୋଇଥିବା ଯାତ୍ରା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଆପଣ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତି ଅନୁଭବ କରିବେ ।

ତୂଳା- ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ । ଯଦି ଆପଣ କାର୍ଡକୁ ଭଲ ଖେଳୁଛନ୍ତି, ତେବେ ଆପଣଙ୍କର ଚାକିରି ବଜାର ଖୋଲିବାର ସୁଯୋଗ ନେଇପାରିବ । ଏକ ନୂତନ ଉଦ୍ୟୋଗ ପାଇଁ ଅର୍ଥ ପ୍ରଦାନ କଷ୍ଟକର ହେବ ।

ବିଛା- ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ । ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଭଲ ପ୍ରସ୍ତୁତି ଲାଭବାନ ହେବାକୁ ଯାଉଛି। ଆର୍ଥିକ ସ୍ତରରେ ସୁରକ୍ଷିତ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱ ବଢିବାର ଏକ ସମ୍ଭାବନା ଅଛି ।

ଧନୁ- ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ । କିନ୍ତୁ ପରେ ଆପଣଙ୍କ ସହିତ ସମାନ ଘଟଣା ହୋଇପାରେ, ପ୍ରସ୍ତୁତ ରୁହନ୍ତୁ । ସର୍ବସାଧାରଣ ଯାତ୍ରାକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ହେବ ନାହିଁ ।

ମକର-  ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି । ଜୀବାନସାଥୀଙ୍କ ନୀରବତା ଆପଣଙ୍କୁ ବ୍ୟଥିତ କରିପାରେ କିନ୍ତୁ ଆପଣ ନିଜ ଉପାୟରେ ଚେଷ୍ଟା ଜାରି ରଖିବେ । କାହାଠାରୁ ଉପହାର ଆପଣଙ୍କ ଉଦାସୀନ ମନର ଉତ୍ସାହକୁ ବଢାଇପାରେ ।

କୁମ୍ଭ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ପରିବାର ମଧ୍ୟରେ ବେଶ୍ ସୁଖମୟ ପରିବେଷ ରହିବ। ଖୁସି ହେବେ। ପ୍ରେମ ଜୀବନ ଧୀରେ ଧୀରେ ଗତି କରିବାକୁ ଯାଉଛି । ଗାଡି ଚଳାଇବା ଏବଂ ଏକ ଦୀର୍ଘ ଯାତ୍ରା କରିବା ଆନନ୍ଦଦାୟକ ହେବ ।

ମୀନ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ । ଏକ ସମୟ ମଧ୍ୟରେ ଏକ ବୃତ୍ତିଗତ ସ୍ତରରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖନ୍ତୁ । ଉପଯୁକ୍ତ ବିନିଯୋଗ ଏବଂ ସଞ୍ଚୟ ଅର୍ଥନୈତିକ ସ୍ତରରେ ଦୃଢ ରହିବ ବୋଲି ଆଶା କରାଯାଉଛି । ଏକ ସନ୍ତୁଳିତ ଖାଦ୍ୟ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଭଲ ରଖିବ ।

Categories
ଆଜିର ଖବର ଧର୍ମ

ଦୟାକରି ଏହି ରାଶିର ବ୍ୟକ୍ତିମାନେ ଅନ୍ୟର ବିବାଦରେ ହସ୍ତକ୍ଷେପ କରନ୍ତୁ ନାହିଁ

ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି ।

ତୂଳା- ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ଅସୁସ୍ଥତାରୁ ପାଇବେ ମୁକ୍ତି

ସିଂହ- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି ।

କନ୍ୟା-ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ନିଜର ଆତ୍ମବିଶ୍ବାସ ବଳରେ ହେବେ ସଫଳ

ମକର-  ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି ।

ମୀନ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ଦେଖାଦେବ, ସାବଧାନ

କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି ।

ଧନୁ- ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ରବିବାରରେ କୌଣସି ଗୁରତ୍ବପୂର୍ଣ୍ଣ କାର୍ଯ୍ୟର ଶୁଭ ପଡିବ

କୁମ୍ଭ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ।

ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି ।

Categories
ଆଜିର ଖବର ଧର୍ମ

ରବିବାର ଦିନ ଏହି ରାଶିର ବ୍ୟକ୍ତିଙ୍କୁ କେହି ଜଣେ ସାହାଯ୍ୟ କରିବାକୁ ଯାଉଛନ୍ତି

ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ ।

ବିଛା- ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ

ଭୁବନେଶ୍ବର, କରୋନା ପୁଣି ଜଣେ କଳାକାରଙ୍କ ଜୀବନ ନେଇଛି। ସେ ହେଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର। ଦୀର୍ଘଦିନ ଧରି ସେ କରୋନାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ରାତି 11ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ନିକଟରେ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କର ସୁସ୍ଥତା କାମନା କରି ପୁରା ଓଲିଉଡ ଇଣ୍ଡଷ୍ଟ୍ରି ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା 4ର୍ଥ ସ୍ଥାନ

ଭୁବନେଶ୍ୱର, ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣିଥରେ ଏକ ସଫଳତା ହାସଲ କରିଛି। ଏହା ସମଗ୍ର ଦେଶର ଶ୍ରେଷ୍ଠ ୧୦ଟି ଶ୍ରେଷ୍ଠ ଜୀବନ ଧାରଣ ବା ଲିଭେବୁଲ ସହର ମଧ୍ୟରେ ଭୁବନେଶ୍ବର ଚତୁର୍ଥ ସ୍ଥାନ ହାସଲ କରିଛି।  ଆଶ୍ଚର୍ଯ୍ୟର ବିଷୟ ହେଉଛି, ମନ୍ଦିର ମାଳିନୀ ସହର ସର୍ବମୋଟ 100 ମାର୍କ ମଧ୍ୟରୁ 94.8 ମାର୍କ ହାସଲ କରି Citizen Perception Survey ସର୍ଭେର ଶୀର୍ଷରେ ରହିଛି।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର ଦେଶର ଶ୍ରେଷ୍ଠ ଜୀବନଧାରଣ ସହର ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ହେଉଛି ଭାରତର ଟପ୍ ସହର। ଏହା ପରେ ଚେନ୍ନାଇ, ଶିମଲା ଏବଂ ଭୁବନେଶ୍ୱର ରହିଛି।

ଏହି ସ୍କୋର ପ୍ରଦାନ କରିବାକୁ ଚାରୋଟି ପାରାମିଟରକୁ ଦୃଷ୍ଟିକେ ରଖି ବିଚାର କରାଯାଇ ଥିଲା। ସେଗୁଡିକ ମଧ୍ୟରେ ରହିଛି ଜୀବନଧାରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା, ଅର୍ଥନୈତିକ କ୍ଷମତା, ସ୍ଥିରତା ଏବଂ ନାଗରିକଙ୍କ ଜୀବନ ଧାରଣା ପାଇଁ ସୁଯୋଗ। 100 ରୁ ଏହି ଚାରୋଟି ପାରାମିଟରରେ ସହରଗୁଡିକ ଚୟନ କରାଯାଇଥିଲା। ଏହି ସୂଚକାଙ୍କରେ ଚାରୋଟି ରାଜଧାନୀ ସହର ଦିସପୁର, ଦାମନ, ଅମରାବତୀ ଏବଂ କୋଲକାତା କୌଣସି ମାନ୍ୟତା ପାଇ ନାହାଁନ୍ତି।

ସେହିପରି ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ଅଧୀନରେ ଭୁବନେଶ୍ବର ମୁମ୍ବାଇ ଏବଂ ଦିଲ୍ଲୀ ଭଳି ସହରକୁ ପଛରେ ପକାଇ ଦେଇଛି।  ଇଜି ଅଫ୍ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ୱର 59.85 ସ୍କୋର କରିଥିବାବେଳେ ମୁମ୍ବାଇ 58.23 ଏବଂ ଦିଲ୍ଲୀ 57.56 ସ୍କୋର କରିଛନ୍ତି। ସେହିପରି ବେଙ୍ଗାଲୁରୁ 66.7, ଚେନ୍ନାଇ 62.61,  ଏବଂ ଶିମଲା 60.90 ସ୍କୋର କରିଛି।

ଭୁବନେଶ୍ବରର ଏପରି ସଫଲତାରେ ଖୁସି ପ୍ରକଟ କରିଛନ୍ତି ବିଏମସି କମିଶନର ସଂଜୟ ସିଂ। ସେ କହିଛନ୍ତି ଯେ, ଭୁବନେଶ୍ବର ବାସୀଙ୍କ ଜୀବନ ଧାରଣର ମାନ ଆହୁରି ବୃଦ୍ଧି କରାଯିବ। ସେହିପରି ବିଭିନ୍ନ କାର୍ଯ୍ୟକ୍ରମକେ ନାଗରିକଙ୍କ ସଂପୃକ୍ତିକୁ ଜୋରଦାର କରାଯିବ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ୮୧୦ଟି ମୁଖ୍ୟ ଡାକଘରେ ଉନମୋଚିତ ହେବ ସ୍ମାରକୀ ଡାକଟିକେଟ

ନୂଆଦିଲ୍ଲୀ, ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର‌୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ । ସ୍ମାରକୀ ଡାକଟିକଟ ଏବଂ ମୋହର ଉନ୍ମୋଚନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବବୃହତ୍ ଆୟୋଜନ ।

ଡେଲିଭେରି ଏବଂ ଅଣଡେଲିଭରି ନିର୍ବିଶେଷରେ ଦେଶର ସମସ୍ତ ମୁଖ୍ୟ ଡାକଘରଗୁଡିକରେ ଜୁନ୨୧ତାରିଖ ଦିନ ଏହି ଉନ୍ମୋଚନ ଉତ୍ସବ ପାଳନ କରାଯିବ । ଏହିଦିନ ଚିଠିଗୁଡିକ ଉପରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଟିକଟଗୁଡିକର ପୁନଃ ବ୍ୟବହାର ନ ହେବା ପାଇଁ ସ୍ୱତନ୍ତ୍ର ମୋହର ମରାଯିବ । ଡାକ ଟିକଟ ସମ୍ପର୍କୀତ ଅଧ୍ୟୟନ ନିମନ୍ତେ ଏହି ମୋହରର ଯଥେଷ୍ଟ ମୂଲ୍ୟ ରହିଛି ଏବଂ ଏ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ମଧ୍ୟ ହେବ ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୩୨: ସୁସ୍ଥ ହେଲେ ୭୧୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୪୦୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୭୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୩ ହଜାର ୮୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୧୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୦୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।