Author: Samikhsya Bureau

ମିଥୁନ୍ – ଯେ କୈଣସି ପ୍ରମୁଖ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏକ ଦୀର୍ଘ ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ବିବାଦ କରନ୍ତୁ ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି। କର୍କଟ- କର୍ମକ୍ଷେତ୍ରରେ ସଂଶୋଧନ ହୋଇପାରେ। ନୂତନ ଚୁକ୍ତିନାମା ହେବ । ଘର ବାହାରେ ଖୁସିର ପରିବେଶ ରହିବ। ଅଂଶୀଦାରମାନଙ୍କ ଦ୍ୱାରା ପାର୍ଥକ୍ୟ ଦୂର ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆପଣ ସରକାରଙ୍କ ତରଫରୁ ଲାଭ ଏବଂ ପ୍ରତିଷ୍ଠା ପାଇବେ ।

Read More

ସିଂହ- ଚାକିରିରେ ଶାନ୍ତି ରହିବ। ଏକ ଯାତ୍ରା ଯୋଜନା ହେବ। ମନ ପୂଜାରେ ନିୟୋଜିତ ହେବ। ଖୁସି ହେବେ। ସୁଖର ମାଧ୍ୟମ ଉପରେ ଖର୍ଚ୍ଚ ହେବ। ଲାଭ ପାଇଁ ସୁଯୋଗ ଆସିବ। ବ୍ୟବସାୟ ଭଲ କରିବ। ମୀନ- ସ୍ୱାସ୍ଥ୍ୟ ଭଲ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଆୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଅତିଥିମାନେ ଘରେ ପହଞ୍ଚିବେ। ଯେକୈଣସି ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହୋଇପାରିବ।

Read More

ମକର- ଯେ କୈଣସି ଦୁଃଖଦ ଖବର ମିଳିପାରିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କ୍ଳାନ୍ତ ହୋଇଯିବେ। ଆୟ ରହିବ। ପ୍ରୟାସ କରିବାକୁ ପଡିବ। ପରିବାରର ସାନ ସଦସ୍ୟମାନଙ୍କ ପାଇଁ ଚିନ୍ତା ହେବ। କୁମ୍ଭ- ଧାନର ପ୍ରାପ୍ତି ସହଜ ହେବ। ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ସୁଖ ମିଳିବ। ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । କାର୍ଯ୍ୟରେ ସଫଳତା ହାସଲ ହେବ। କାର୍ଯ୍ୟକୁ ପ୍ରଶଂସା କରାଯିବ । କିଛି ନୂଆ କରିବାକୁ ଯୋଜନା ହୋଇପାରେ।

Read More

ବିଛା- ଉଚ୍ଚଶିକ୍ଷାରେ ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ଜମି ଏବଂ କୋଠା ଇତ୍ୟାଦି କିଣିବା ଏବଂ ବିକ୍ରୟ କରିବା ଦ୍ୱାରା ବହୁତ ଲାଭ ମିଳିପାରେ। ବ୍ୟବସାୟ ବୃଦ୍ଧି ପାଇଁ ପ୍ରୟାସ ସଫଳ ହେବ। କିଛି ବଡ ଲାଭ ହୋଇପାରେ । ଧନୁ- ବ୍ୟବସାୟ ଲାଭଦାୟକ ହେବ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଖୁସି ହେବ। ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଆସିବ। ପାର୍ଟୀ ଏବଂ ପିକନିକ୍ ଇତ୍ୟାଦି ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ ।

Read More

କନ୍ୟା- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନ ରୁହନ୍ତୁ। ଟଙ୍କା ପାଇଁ ବଦନାମ ହୋଇପାରନ୍ତି । ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଚାକିରିରେ ଭଲ ରହିବେ । ବ୍ୟବସାୟ ଭଲ କରିବ। ତୂଳା – ନୂତନ ଯାନ ଉପହାର ମିଳିପାରିବ। ଭାଗ୍ୟ ତୁମ ସହିତ ରହିବ । ହଠାତ୍ ବଡ ଲାଭର ସମ୍ଭାବନା ଅଛି। ଭ୍ରମଣ ଲାଭଦାୟକ ହେବ। ଖୁସି ହେବେ। କୁମାରୀମାନଙ୍କୁ ବିବାହ ପ୍ରସ୍ତାବ ଆସିବ।

Read More

ନୂଆଦିଲ୍ଲୀ, ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଅଗଷ୍ଟ ୨୦୨୦ରେ, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏନଡିଏଚଏମର ଶୁଭାରମ୍ଭ ଘୋଷଣା କରିଥିଲେ। ସେବେଠାରୁ, ଡିଜିଟାଲ ମଡ୍ୟୁଲ ଓ ରେଜିଷ୍ଟ୍ରି ବିକଶିତ କରାଯାଇ ଆସୁଛି ଏବଂ ଏହି ମିଶନକୁ ଛଅଟି କେନ୍ଦ୍ର ଶାସିତ ପ୍ରଦେଶରେ କାର‌୍ୟ୍ୟକାରୀ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୧.୯ ଲକ୍ଷ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ଏବଂ ୩୧୦୬ ଡାକ୍ତର ଓ ୧୪୯୦ ଡାକ୍ତରଖାନା ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିଛନ୍ତି। ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟଓ୍ବର୍କ-ୟୁନିଫାଏଡ ହେଲ୍ଥ ଇଣ୍ଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର‌୍ୟ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ…

Read More

ଭୁବନେଶ୍ବର, ଇତିମଧ୍ୟରେ ସାମୁଦ୍ରିକ ବାତ୍ୟା ‘ୟସ’ ଓଡ଼ିଶା ଅତିକ୍ରମ କରି ଝାଡଖଣ୍ଡ ରାଜ୍ୟକୁ ଚାଲିଯାଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବୃଷ୍ଟିପାତ ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧିପାଇଥିଲେ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆନନ୍ଦପୁର ଓ ଆଖୁଆପଦା ଠାରେ ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ଠାରେ ଜଳସ୍ତର ୩୯.୦୮ ମିଟର ଥିବାବେଳେ ଆଖୁଆପଦା ଠାରେ ୧୭.୯୨ ମି. ରହିଥିବା ସୂଚନା ମିଳିଛି । ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଦେଖେଦେଲେ ବିଶେଷ ଭାବେ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର…

Read More

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । ଏଥି ସହିତ ମନ୍ତ୍ରୀ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର…

Read More

ପୁରୀ, ଶ୍ରୀମନ୍ଦିର ରୂପକାର ସେବକ ମାନଙ୍କ ଦ୍ୱାରା ଅତ୍ୟନ୍ତ ସୁନ୍ଦର ଓ ନିଖୁଣ ଭାବରେ ମହାପ୍ରଭୁଙ୍କ ରଥ ତ୍ରୟର ଗୁଜ କାର୍ଯ୍ୟ ଆଗେଇଚାଲିଛି ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ। କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ…

Read More

ଭୁବନେଶ୍ୱର: ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। କରୋନା ମହାମାରୀର ପ୍ରକୋପ ତଥା ବାତ୍ୟା ପରିପ୍ରେକ୍ଷୀରେ ସୋସାଇଟି ପକ୍ଷରୁ କଳିଙ୍ଗ ନଗରଠାରେ ଗରିବଶ୍ରେଣୀର ଲୋକଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ଯଥା-ଚାଉଳ, ଅଟା, ଡ଼ାଲି, ତେଲ, ଆଳୁ ଓ ପିଆଜର ପ୍ୟାକେଟ ବଣ୍ଟନ କରାଯାଇଛି। ଏଥିସହିତ ଭୁବନେଶ୍ୱର ଓ ଛତିିଆର ତିନୋଟି ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ। ସୋସାଇଟିର ସଭ୍ୟ ଡଃ କରୁଣାକର ପ୍ରଧାନ, ନମ୍ରତା ଚଢା, ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶା ଶାଖା ସଭାପତି ଡଃ ବିମଳେନ୍ଦୁ ମହାନ୍ତି, କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ବରିଷ୍ଠ ସଭ୍ୟ ବିଳମ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୩୫, ସୁନ୍ଦରଗଡରୁ ୮୧୯, କଟକରୁ ୭୦୯, ସମ୍ବଲପୁରରୁ ୬୯୬, ଯାଜପୁରରୁ ୬୯୫, କଳାହାଣ୍ଡିରୁ ୫୯୫, ଅନୁଗୁଳରୁ ୫୮୮, ମୟୂରଭଞ୍ଜରୁ ୪୯୫, ନବରଙ୍ଗପୁରରୁ ୪୦୫, ଗଞ୍ଜାମରୁ ୩୬୮, ପୁରୀରୁ ୩୫୪, ଭଦ୍ରକରୁ ୩୪୯, କୋରାପୁଟରୁ ୩୨୧, ବରଗଡ ୩୧୮, ଜଗତସିଂହପୁରରୁ ୩୦୬, ବଲାଙ୍ଗୀରିରୁ ୨୮୮, କେନ୍ଦୁଝରରୁ ୨୭୩, ବାଲେଶ୍ବରରୁ ୨୬୯, ନୟାଗଡରୁ ୨୬୩, ଝାରସୁଗୁଡାରୁ ୨୬୨, ସୋନପୁରରୁ ୨୪୮, ରାୟଗଡାରୁ ୨୨୭, ବୌଦ୍ଧରୁ ୨୧୨, କେନ୍ଦ୍ରାପଡାରୁ ୨୦୨, ନୂଆପଡାରୁ ୧୩୬, ଦେବଗଡରୁ ୧୨୧, ମାଲକାନଗିରିରୁ ୧୦୭, ଢେଙ୍କାନାଳରୁ ୯୧, ଗଜପତିରୁ ୮୬, କନ୍ଧମାଳରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସର୍ବନିମ୍ନ ସ୍ତରକୁ ପହଁଚିଛି। କିନ୍ତୁ ବାତ୍ୟା ଲାଗି ଦୁଇ ଦିନ ଟେଷ୍ଟିଙ୍ଗ ବନ୍ଦ ଥିବାରୁ ସଂକ୍ରମିତଙ୍କ ସଂଖ୍ୟାରେ କମ ଆସି ଥାଇପାରେ ବୋଲି କୁହାଯାଉଛି। ଆଜି କେବଳ ବାଣପୁର ବ୍ଲକରୁ ୬ ଜଣ ଆକ୍ରନ୍ତ ଚି଼ହ୍ନଟ ହୋଇଛନ୍ତି। ସେହିପରି ଆଜି ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୦୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ତେବେ…

Read More

ଭୁବନେଶ୍ବର, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପରିବହନ ସହିତ ପୂର୍ବ ତଟ ରେଳପଥ ବାତ୍ୟା ପରେ ପରେ ତୁରନ୍ତ ରେଳ ଚଳାଚଳ ସେବା ପ୍ରାରମ୍ଭ କରିଛି । ଏହା ସହିତ ବାତ୍ୟା ପରବର୍ତ୍ତୀ ମୁହୂର୍ତ୍ତରେ ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ସେବା ଚଳାଚଳକୁ ମଧ୍ୟ ପ୍ରସ୍ତୁତ କରିଛି । ପୂର୍ବ ଯୋଜନା ଅନୁଯାୟୀ ପ୍ରଭାବିତ ଅଞ୍ଚଳ ଉପରେ ବିଭିନ୍ନ ବିଭାଗ ଦ୍ୱାରା ନିୟୋଜିତ ଗ୍ରାଉଣ୍ଡ ଲେଭଲ୍ କର୍ମଚାରୀଙ୍କ ସହିତ ନିରନ୍ତର ସମ୍ପର୍କ ଏବଂ କାର୍ଯ୍ୟକାରୀ ଆଦେଶ ଯୋଗୁଁ ଏହା ସମ୍ଭବପର ହୋଇପାରିଥିଲା। ଏହା ସହିତ ପୂର୍ବ ବାତ୍ୟା ଗୁଡିକର ଅଭିଜ୍ଞତା ଏବଂ ପୂର୍ବ-ଯୋଜନା ପୂର୍ବତଟ ରେଳପଥକୁ ସଂରକ୍ଷା, ସତର୍କତା ପ୍ରତି ଧ୍ୟାନ ଦେଇ ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସାହାଯ୍ୟ କରିଥିଲା ​​। ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ଏବଂ ବ୍ରିଜଗୁଡିକର ପାଟ୍ରୋଲିଂ ଏବଂ ତା’ପରେ ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବର ତର୍ଜମା ବୈଠକ ରେ ସଠିକ ଯୋଜନା ଦ୍ୱାରା ଟ୍ରେନ୍ ଚଳାଚଳ ସେବାଗୁଡିକର…

Read More

ନୂଆଦିଲ୍ଲୀ: ଜୁଲାଇ ମାସ ସୁଦ୍ଧା ଭାରତରେ ଫାଇଜର ଟୀକା ଉପଲବ୍ଧ ହୋଇପାରେ ବୋଲି ଡା. ଭିକେ ପଲ କହିଛନ୍ତି। ସେଥିପାଇଁ ଫାଇଜର ଟୀକା ଉତ୍ପାଦକଙ୍କ ସହ ଆଲୋଚନା ଜାରି ରହିଛି। ଆଲୋଚନା ପରେ ଭାରତକୁ ଟୀକା ଦେବା ପାଇଁ ଫାଇଜର ଲାଇସେନ୍ସ ଆବେଦନ କରିବ। ଆବେଦନ ପରେ ବିଚାର କରାଯାଇ ମଞ୍ଜୁରୀ ବ୍ୟବସ୍ଥା କରାଯିବ ବୋଲି ଡା. ପଲ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏହି ଟୀକା ଉତ୍ପାଦକ କମ୍ପାନୀ ଫାଷ୍ଟ ଟ୍ରାକ ମଞ୍ଜୁରୀ ପାଇଁ କେନ୍ଦ୍ର ସାରକାରକୁ ଅନୁରୋଧ କରିଛି। ଏହି ଟୀକା ୧୨ ବର୍ଷର ଊର୍ଦ୍ଧ୍ଵ ବର୍ଗର ବୟସ୍କଙ୍କୁ ଦିଆଯାଇପାରିବ ବୋଲି ଫାଇଜର ଦାବି କରିଛି। ଏହାସହ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଏହାକୁ ସୁରକ୍ଷିତ ଭାବେ ଏକ ମାସ ପର୍ଯ୍ୟନ୍ତ ରଖାଯାଇପାରିବ ବୋଲି କମ୍ପାନୀ ଦାବି କରିଛି।

Read More

ଭୁବନେଶ୍ବର, ବାତ୍ୟା ୟଶ ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବରୁ ସୂଚନା ରହିଥିଲା। ଲୋକମାନେ ଘରୁ  ନ ବାହାରିବା ପାଇଁ ଲୋକମାନଙ୍କୁ ସଚେତନ ମଧ୍ୟ କରାଇଥିଲେ। ତଥାପି ଅନେକ ଅମାନିଆ କାହା କଥା ଶୁଣିବାକୁ ନାରାଜ। ପବନ ସମୟରେ ଜଣେ ବ୍ୟକ୍ତି ବୁଲୁଥିବାର ଦେଖି ଓଡିଆ ଚ୍ୟାନେଲ ନକ୍ଷତ୍ର ନ୍ୟୁଜ ରିପୋର୍ଟର ତାଙ୍କୁ ପ୍ରଶ୍ନ କରିଥିଲେ। ରିପୋର୍ଟରଙ୍କ ପ୍ରଶ୍ନ ଏବଂ ସେହି ଲୋକର ଉତ୍ତର ଯାହା ଥିଲା ତାହା ହେଲା ରିପୋର୍ଟର- ବର୍ତ୍ତମାନ ପ୍ରବଳ ପବନ ପ୍ରବାହିତ ହେବ, ସରକାର ମନା କରିଛନ୍ତି ଘରୁ ନ ବାହାରିବା ପାଇଁ, ଆପଣ କାହିଁକି ବାହାରେ ବୁଲୁଛନ୍ତି ? ଲୋକ- ଆପଣତ ବାହାରେ ବୁଲୁଛନ୍ତି ? ଆପଣଙ୍କୁ ଦେଖି ତ ଆମେ ବାହାରକୁ ବାହାରିଲୁ ରିପୋର୍ଟର- ଆମେ ଲୋକଙ୍କୁ ଖବର ଦେଖାଇବୁ ବୋଲି ବାହାରେ ବୁଲୁଛୁ ଲୋକ- କେମିତି ଦେଖାଇବେ ? ଆମେ ବାହାରକୁ ବାହାରିଲେ ସିନା ଆପଣ ଆମକୁ ଦେଖାଇବେ। ଆମେ ନ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୫୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୩୫୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୯ ହଜାର ୯୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ, ୟସ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗରେ 46ଟି ଲେଖାଏଁ ଦଳ ସହିତ ଏନଡିଆରଏଫର ମୋଟ 106ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା 2500 ଗଛ ଏବଂ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ। ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା। ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ…

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ଏକ ହେଲିକାପ୍ଟରେ ତାଙ୍କର ଅଧିକାରୀଙ୍କ ସହିତ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ସରିବା ପରେ ପରେ ବାତ୍ୟା ଅ଼ଞ୍ଚଳର ଲୋକଙ୍କ ପାଇଁ ସାତ ଦିନ ରିଲିଫ ଦେବେ ବୋଲି ଘୋଷଣା କରିଥିଲେ। ଆଜି ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ସମୀକ୍ଷା କରିବେ ବୋଲି ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି। ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି। ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର…

Read More