ଭୁବନେଶ୍ବର, ଯଶସ୍ବୀ ସାରସ୍ବତ ସାଧକ, ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୂଯୋଗ୍ୟ ସନ୍ତାନ କୁ ହରାଇଲା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ ମନୋଜ ଦାସ ଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷ କୃତ୍ୟରେ…
Author: Samikhsya Bureau
ଭୁବନେଶ୍ବର, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି…
ଭୁବନେଶ୍ବର, ଆଜି ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପୁଡୁଚେରୀରେ ଚିକିତ୍ସିତ ହେଉଥିଲେ। ତାଙ୍କର ଶୀଘ୍ର ଆରୋଗ୍ୟଲାଭ ପାଇଁ ବିଭିନ୍ନ ସାହିତ୍ୟିକଙ୍କ ମହଲରେ ପ୍ରାର୍ଥନା କରାଯାଇଥିଲା। ହେଲେ ସେ ସବୁ ବ୍ୟର୍ଥ ଗଲା। 87 ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଛନ୍ତି। ମନୋଜ ଶ୍ରୀଅରବିନ୍ଦଙ୍କ ଜଣେ ଭକ୍ତ ଭାବେ ପୁଡୁଚେରୀ ଆଶ୍ରମରେ ରହିଆସୁଥିଲେ। ସେହି ଆଶ୍ରମ ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ବର୍ତ୍ତମାନ ତାଙ୍କର ବିୟୋଗରେ ଭାରତୀୟ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। କାରଣ ମନୋଜ ଦାସ ଓଡିଶାର ହୋଇଥିଲେ ମଧ୍ୟ ଭାରତୀୟ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୂଳନୀୟ। ସେ ଉଭୟ ଇଂରାଜୀ ଏବଂ ଓଡିଶା ସାହିତ୍ୟକୁ ତାଙ୍କର କଲମ ଚାଳନା କରି ସମୃଦ୍ଧ କରିଛନ୍ତି। ମନୋଜ ଦାସ ବାଲେଶ୍ବର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଦିନ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ…
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ମନୋଜ ଅସୁସ୍ଥ ଥିଲେ। ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମନୋଜ ଦାସଙ୍କ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ପାରଦର୍ଶିତା ରହିଥିଲା। ଓଡ଼ିଶା ଓ ଇଂରାଜୀ ସାହିତ୍ୟରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ କାଳଜୟୀ ଉପନ୍ୟାସର ସେ ସ୍ରଷ୍ଟା ଥିଲେ। ମନୋଜ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। ଏହାସହ ସାହିତ୍ୟ ଏକାଡେମୀ ଓ ସାରସ୍ଵତ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ମନୋଜଙ୍କ ବିୟୋଗରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୦୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୦୧, ସୁନ୍ଦରଗଡରୁ ୩୩୭, କଳାହାଣ୍ଡିରୁ ୩୨୩, ଝାରସୁଗୁଡାରୁ ୨୫୩, ନୂଆପଡ଼ାରୁ ୨୫୧, ପୁରୀରୁ ୨୧୯, ବରଗଡରୁ ୨୦୨, ସମ୍ବଲପୁରରୁ ୧୯୮, ବଲାଙ୍ଗୀରିରୁ ୧୬୯, ନବରଙ୍ଗପୁରରୁ ୧୨୯, ଗଞ୍ଜାମରୁ ୧୦୭, ମୟୂରଭଞ୍ଜରୁ ୧୦୦, ବାଲେଶ୍ବରରୁ ୯୮, କେନ୍ଦୁଝରରୁ ୯୩, ଯାଜପୁରରୁ ୯୦, ରାୟଗଡ଼ାରୁ ୭୧, ଗଜପତିରୁ ୫୧, ଅନୁଗୁଳରୁ ୪୬, ସୋନପୁରରୁ ୪୩, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡ଼ାରୁ ୨୯, ଭଦ୍ରକରୁ ୨୭, କୋରାପୁଟରୁ ୨୬, କନ୍ଧମାଳରୁ ୧୮, ମାଲକାନାଗିରିରୁ ୧୮, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଏବଂ ଷ୍ଟେଟ ପୁଲରୁ ୧୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୧ ହଜାର ୨୦୦ ଜଣ ସୁସ୍ଥ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୩୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୪୦୧ କୁ ବୃଦ୍ଧି ହୋଇଛି। ପଟିଆରୁ ସର୍ବାଧିକ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଲ୍ଲୀରୁ ୪୨ ଜଣ, ଖଣ୍ଡଗିରିରୁ ୪୧ ଜଣ, ଚନ୍ଦ୍ରଶେଖରପୁରରୁ ୩୨ ଜଣ, ଓଲ୍ଡ ଟାଉନରୁ ୨୨ ଜଣ, ୟୁନିଟ-୨ରୁ ୨୧ ଜଣ, ଜୟଦେବ ବିହାର ଏବଂ ଲକ୍ଷ୍ମୀସାଗରରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୩୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୫ ହଜାର ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ହଜାର ୮୯୬ ଜଣ…
ଭୁବନେଶ୍ବର: ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।ବିଶେଷକରି ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ କମ ବୟସ୍କମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଲୋକେ ଠିକରେ ମାସ୍କ ପିନ୍ଧୁନଥିବାରୁ ରାଜ୍ୟରେ ଅଧିକ ସଂକ୍ରମିତ ହେଉଛନ୍ତି। ସଠିକ ଭାବେ ମାସ୍କ ପିନ୍ଧିଲେ ସଂକ୍ରମଣକୁ ରୋକା ଯାଇପାରିବା। ସର୍ଜିକାଲ ମାସ୍କ ଠାରୁ କପଡ଼ାରେ ତିଆରି ମାସ୍କ ଅଧିକ ନିରାପଦ। ଏହା ବାୟୁରେ ଅଧିକ ବ୍ୟାପୁଥିବାରୁ ବନ୍ଦ କୋଠରିରେ ଅଧିକ ଲୋକ ବସି ବୈଠକ ନକରିବା ପାଇଁ କୁହାଯାଇଛି। ତେଣୁ ବନ୍ଦ କୋଠରି କିମ୍ବା ଗାଡି ମଧ୍ୟରେ ବସିଲେ ମଧ୍ୟ ମାସ୍କକୁ ଠିକ ଭାବେ ପରିଧାନ କରିବା ଉଚିତ। ତେବେ ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭିନ୍ନ ଲକ୍ଷଣ ଦେଖାଯାଉଛି। ବାନ୍ତି ହେବା, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ନିକଟରେ ଦେଖାଯାଉଛି। ଟୀକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ମଧ୍ୟ ରହିଛି।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ କିମ୍ବା ବାତିଲ ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ ଅଥବା ବାତିଲ କରିବା ପାଇଁ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। କଲେଜର ସମସ୍ତ ଛାତ୍ରଛାତ୍ରୀ ଟାଙ୍ଗୀ ପୂର୍ତ୍ତ ବିଭାଗ ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ ଓ ବିକ୍ଷୋଭ କରିଛନ୍ତି। ମାଟ୍ରିକ ପରୀକ୍ଷା ବାତିଲ ଢାଞ୍ଚାରେ ନିୟମ ଲାଗୁ କରିବାକୁ ଛାତ୍ର ସଂଗଠନ ଦାବି କରିଛି। ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରାସ୍ତାରେ ବସିରହି ବିକ୍ଷୋଭ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖାଦେଇଥିଲା।
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ଦଳର ଏକ ଟିମ୍ ଭେଟିଛି। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ଵରେ କଂଗ୍ରେସର ୪ ଜଣିଆ ଟିମ୍ ଆଜି ସିଇଓଙ୍କୁ ଭେଟିଛି। କରୋନା ସଂକ୍ରମଣ ବଢୁଥିବାରୁ ପିପିଲି ଉପନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି। ଆସନ୍ତା ମାସ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଦାନ ହେବାକୁ ଥିବା ବେଳେ ୧୯ ତାରିଖରେ ଭୋଟ ଗଣତି ହେବ। କିନ୍ତୁ ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
ଭୁବନେଶ୍ବର: ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ଝଡବର୍ଷା ହେବା ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ସେହିଭଳି ଆସନ୍ତାକାଲି ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବ୍ରହ୍ମପୁର: ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେବା ପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ଅଧ୍ୟାପକଙ୍କ ଉପରେ ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଜନୈକ ଛାତ୍ରୀ ୨୦୧୪ ମସିହାରେ ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ ନିକଟକୁ ଟିୟୁସନ ହେବା ପାଇଁ ଯଉଥିଲେ। ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ବେଳେ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ନିକଟକୁ ଯାଉଥିଲେ। ଅଭିଯୁକ୍ତ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ସେ ଫଟୋ ଭାଇରାଲ କରିଦେବାକୁ କହି ବର୍ଷ ବର୍ଷ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଆସୁଥିଲେ। କିନ୍ତୁ ପୀଡ଼ିତା ରାଜି ନହେବାରୁ ଅଧ୍ୟାପକ ଜଣଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣାକୁ ନେଇ ଆସିକା ଥାନାରେ ଅଭିଯୋଗ ପରେ…
ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି। ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି। ସବୁ କିଛି ହାତ ପାହାନ୍ତାରେ ମିଳୁଛି। କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍ ସହିତ ସଂଶ୍ଳିଷ୍ଟ। ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ। କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ। ଗୋଟେ ମିଥ୍ୟା ଖବରର ପ୍ରଭାବ କେବଳ…
ଭୁବନେଶ୍ବର, ଯାତ୍ରୀଙ୍କ ଯିବାଆସିବା ନ ଥିବାରୁ ପୂର୍ବତଟ ରେଳବାଇ ଦୁଇଟି ସ୍ବତନ୍ତ୍ର ଟ୍ରେନର ଚଳାଚଳକୁ ବାତିଲ କରିଛନ୍ତି। ସେଗୁଡିକ ହେଲା ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ୨୭ ଏପ୍ରିଲ୍ ଏବଂ ନୟାଗଡ଼ ଟାଉନ୍ରୁ ୨୮ ଏପ୍ରିଲ, ୨୦୨୧ ଠାରୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଅଛି। ଏଠାରେ ଦର୍ଶାଇ ଦିଆଯାଉଅଛି ଯେ, ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ ଦ୍ୱାରା ମାତ୍ର ୦୨ ଶତକଡାରୁ କମ ଯାତ୍ରୀ ଏହାର ଚଳାଚଳ ଠାରୁ ଉପଲବ୍ଧ ହୋଇଛନ୍ତି। ସେହିଭଳି, ୦୮୪୧୩/୦୮୪୧୪ ପାରାଦୀପ-ପୁରୀ-ପାରାଦୀପ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଏପ୍ରିଲ, ୨୦୨୧ ଠାରୁ ବାତିଲ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଅଛି। ଏଠାରେ ଦର୍ଶାଇ ଦିଆଯାଉଅଛି ଯେ, ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଦ୍ୱାରା ଏହାର ଚଳାଚଳ ଠାରୁ ମାତ୍ର ୧୦ ଶତକଡା ରୁ କମ ଯାତ୍ରୀ ଉପଲବ୍ଧ ହୋଇଛନ୍ତି।
ନୂଆଦିଲ୍ଲୀ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ସିବିଏସ୍ଇ 12 ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ତେବେ ଏହାକୁ ନେଇ କେରଳ ସିବିଏସ୍ଇ ସ୍କୁଲ୍ ମ୍ୟାନେଜମେଣ୍ଟ ଆସୋସିଏସନ୍ ତରଫରୁ ଏକ ବଡ ପଦକ୍ଷେପ ନିଆଯାଇଛି। ସଂଘ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ CBSE 12th ଛାତ୍ରଛାତ୍ରୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଥିବା ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରନ୍ତୁ ବୋଲି ନିବେଦନ କରାଯାଇଛି। ଆସୋସିଏସନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇ କ୍ଲାସ୍ 12 ବୋର୍ଡ ପରୀକ୍ଷା 2021 ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ସ୍ଥଗିତ ରଖାଯାଉ। ଏ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ପଡିବ ବୋଲି ସଂଘ ନିବେଦନ କରିଛି। ଏହି ଚିଠିରେ ଦର୍ଶାଯାଇଛି ଯେ କେରଳ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା…
ଦିଲ୍ଲୀପ ହାଲି ରାସ ସ୍ରଷ୍ଟା ସେ, ଆଧ୍ୟାତ୍ମିକତା ମନ୍ତ୍ରରେ ଦୀକ୍ଷିତ ଜଣେ ଦିବ୍ୟପୁରୁଷ । ସିନେମା ଭଳି ଆଧୁନିକ ଦୃଶ୍ୟକାବ୍ୟ କିନ୍ତୁ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶାରେ, ଓଡ଼ିଆ ସିନେମା ଆକାରରେ, ସିଧାସଳଖ କହିଲେ ଓଡ଼ଆ ଭାଷାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ସେ ଆରମ୍ଭ କରିଥିଲେ ଓଡ଼ିଶାରେ ନାଁ ଦେଇଥିଲେ ‘ସୀତା ବିବାହ’ । ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ । ସ୍ୱର୍ଗତ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ କେବେ ସିନେମା ଦେଖନ୍ତି ନାହିଁ । କିନ୍ତୁ ସେଦିନ ଘର ପଛପଟ ପୁରୀର ‘ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ’କୁ ସେ ଗଲେ ଭ୍ରାମ୍ୟମାଣ ସିନେମା ଦେଖିବା ପାଇଁ । ବିଖ୍ୟାତ ହାସ୍ୟ ଅଭିନେତା ଚାର୍ଲି ଚାପ୍ଲିନ୍ଙ୍କ ଅଭିନୟ ତାଙ୍କୁ ଏତେ ମୁଗ୍ଧ କଲା ଯେ ସେ ସେଇଦିନ ନିଷ୍ପତ୍ତି ନେଲେ ଫିଲ୍ମ ତିଆରି କରିବେ ଏବଂ ତାପରେ ଆରମ୍ଭ ହୋଇଗଲା…
ଭୁବନେଶ୍ଵର: ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। କୋ-ୱିନ ଆପ୍ ମାଧ୍ୟମରେ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ପାଇଁ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ନେବାରେ ବିଳମ୍ବ ହୋଇପାରେ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମେ’ ୧ ତାରିଖରେ ଟୀକା ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ଟୀକା ଆସିବାରେ ବିଳମ୍ବ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଅନିଶ୍ଚିତତା ଦେଖାଯାଇଛି। କୋଭାକ୍ସିନ ଟୀକା ମେ’ ମଧ୍ୟଭାଗରେ ଆସିବାର ଅଛି। କୋଭିସିଲ୍ଡ ପାଇଁ ଆମେ କେନ୍ଦ୍ରକୁ ଚିଠି ଲେଖିଛୁ। ଟୀକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅଛନ୍ତି। ସୂଚନା ଅନୁଯାୟୀ, ଭାଇ ଭଉଣୀ ଦୁହେଁ ଭୂବନେଶ୍ୱରରୁ ଏକ ସ୍କୁଟିରେ ବ୍ରହ୍ମପୁର ଆଡେ ଯାଉଥିବା ବେଳେ ବଡପୋଖରୀଆ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସ୍କୁଟିରୁ ଭାଇ ଭଉଣୀ ଦୁହେଁ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ଭଉଣୀ ମୃତ୍ୟୁ ବରଣ କରିଥିବା ବେଳେ ଭାଇକୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।ମୃତକ ଜଣଙ୍କ ସାଗରୀକା ପାଢୀ। ସାଗରୀକା ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ। ଘଟଣା ସ୍ଥଳରେ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଜାରି ରଖିଛି।
ଭୁବନେଶ୍ବର, କରୋନାର ଭୟବହତା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବିଶେଷ କରି ଭୁବନେଶ୍ବରରେ ଏହାର ପ୍ରକୋପ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ 958 ଜଣ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହି ସଂଖ୍ୟା ହଜାରେ ଟପିଛି। ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧି ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ହେଉଛି ୧୦୯୨ ଜଣ। ଆଜି ୩୦ ଟି ଜିଲ୍ଲାରୁ ମୋଟ ୬ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା- ୧୦୯୨ ଜଣ ବଲାଙ୍ଗୀରି ଜିଲ୍ଲା- ୪୫୭ ଜଣ ନୂଆପଡା ଜିଲ୍ଲା- ୪୦୦ ଜଣ ସୁନ୍ଦରଗଡ ଜିଲ୍ଲା- ୩୭୧ ଜଣ, ଝାରସୁଗୁଡା ଜିଲ୍ଲା- ୩୫୯ ଜଣ ବରଗଡ ଜିଲ୍ଲା- ୨୮୬ ଜଣ କଳାହାଣ୍ଡି- ୨୭୭ ଜଣ ପୁରୀ ଜିଲ୍ଲା- ୨୬୬ ଜଣ କେନ୍ଦୁଝର ଜିଲ୍ଲା- ୨୬୬ ଜଣ ଅନୁଗୁଳ ଜିଲ୍ଲା- ୨୩୯ ଜଣ ଗଞ୍ଜାମ ଜିଲ୍ଲା- ୨୦୯ ଜଣ ନବରଂଗପୁର ଜିଲ୍ଲା- ୨୦୬ ଜଣ କଟକ ୧୯୮ ଜଣ ସମ୍ବଲପୁର…
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ଆଇପିଏଲର ଅନେକ ଖେଳାଳି ଚିନ୍ତିତ ଅଛନ୍ତି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି କ୍ରିସ ଲୀନ୍ ଚିନ୍ତା ପ୍ରକଟ କରିଛନ୍ତି। ସେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ଯେ, ଆଇପିଏଲ ଖେଳ ସରିବା ପରେ ଖେଳାଳିମାନେ ସ୍ଵଦେଶ ଫେରିବା ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଲୀନ୍ କହିଛନ୍ତି ଯେ, କ୍ରିକେଟ ଅଷ୍ଟ୍ରେଲିଆ ପ୍ରତ୍ୟେକ ଆଇପିଏଲରେ ଖେଳାଳିଙ୍କ ଠାରୁ ୧୦ ପ୍ରତିଶତ ଭାଗ ନେଉଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ କଣ ଚଳିତ ବର୍ଷ ଖେଳାଳିଙ୍କ ପାଇଁ ଚାର୍ଟର ପ୍ଳେନ ପାଇଁ ଖର୍ଚ୍ଚ କରି ପାରିବ ନାହିଁ? ଆମ ଠାରୁ ଲୋକେ ଭଲ ସ୍ଥିତିରେ ଅଛନ୍ତି। ଆମେ ଏବେ କଠିନ ସମୟ ଦେଇ ଗତି କରୁଛୁ। ଆଇପିଏଲ ଶେଷ ହେବା ମାତ୍ରେ ଘରକୁ ଶୀଘ୍ର…
ରମେଶ ମହାନ୍ତି ଜଗତସିଂହପୁର: ଗାଁ ଗହଳିର ଉନ୍ନତିକରଣ ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଠିକାଦାରଙ୍କ ସହ ବିଭାଗୀୟ କିଛି ଅସାଧୁ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ସିଂହ ଭାଗ ଅର୍ଥକୁ ଚଳୁ କରିବାରେ ଠିକାଦାର ସଫଳ ହେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ସିରସ୍ତା ଠାରୁ ବଟିରା ପର୍ଯ୍ୟନ୍ତ ପାଇକା ବାମପାର୍ଶ୍ୱ କେନାଲ ଓ ବନ୍ଧର ପୁନଃରୁଦ୍ଧାର ନିମନ୍ତେ (ଏମ୍.ସି.ଆଇ)ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ ବିଭାଗ ପକ୍ଷରୁ ପାଖାପାଖି ୯କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ଏଷ୍ଟିମେଣ୍ଟ ଅନୁସାରେ କରାନଯାଇ ଅତ୍ୟନ୍ତ ନିମ୍ନମାନର ଭାବେ ଯେନତେନ ପ୍ରକାରେ କାର୍ଯ୍ୟ କରାଯାଉଥିବା କୁହାଯାଉଥିବା ବେଳେ ବିଭାଗୀୟ କିଛି ଅଧିକାରୀଙ୍କୁ କରାୟତ କରି ଠିକାଦାର ଏହି କୋଟି କୋଟି ଟଙ୍କାର ଅର୍ଥକୁ ଚଳୁ କରିଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୬ ଲକ୍ଷ ୪୬ ହଜାର ୩୦୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୮୨ ହଜାର ୨୦୪ ଆକ୍ଟିଭ୍ କେସ୍ ରହିଛି।

