Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏକ ନମ୍ବରରେ ରହୁଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ କରୋନା କଟକଣାକୁ କଡ଼ାକଡି କରିଛନ୍ତି।  ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ଯାଞ୍ଚ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସହଯୋଗରେ ନାଚୁଣୀ ବଜାରରେ କଡ଼ାକଡ଼ି କୋଭିଡ ଚେକିଂ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ଉକ୍ତ ଚଢ଼ାଉ ଜାରି ରହି ୨୧ ଜଣ ଅମାନିଆଙ୍କଠୁ ୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି। ତତସହିତ ତହସିଲଦାର ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ପାଇଁ ଘୋଷଣା କରିଛନ୍ତି। ସରକାରୀ, ଘରୋଇ ଏବଂ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢା ବନ୍ଦ ପାଇଁ ଘୋଷଣା ହୋଇଛି। ହଷ୍ଟେଲ, ଆବାସିକ ସ୍କୁଲରେ ପଢୁଥିବା ପିଲାଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ହୋଇଛି। ଏପ୍ରିଲ ୩୦ ଯାଏଁ ସ୍କୁଲକୁ ବାତିଲ କରାଯାଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ହୋଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୯୩୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ପିପିଲି ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନରେ ଜିତିବା ନେଇ ଦାବି ପ୍ରତ୍ୟେକ ଦଳ କରୁଥିବା ବେଳେ ପ୍ରଚାର ମୈଦାନକୁ ନିଜ ନିଜର ଷ୍ଟାର ପ୍ରଚାରକମାନେ ପିପିଲିରେ ପହଞ୍ଚୁଛନ୍ତି। ତେବେ ବିଜେଡ଼ି ପକ୍ଷରୁ ଦଳର ସୁପ୍ରିମୋ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ଏନେଇ ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି। ସେଥିପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବ। କିନ୍ତୁ କେବେ ଆଉ କେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ଏଯାଏଁ ନିର୍ଦ୍ଧାରଣ କରାଯାଇପାରିନାହିଁ। ଖୁବ ଶୀଘ୍ର ପ୍ରଚାର ସମୟ ଘୋଷଣା କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ସେହିପରି ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ। ଆସନ୍ତା ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ।…

Read More

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ମୁମ୍ବାଇ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଟ୍ରେନ ସମୟ ସାରଣୀକୁ ବିଶାଖାପାଟଣା ଓ ଭୁବନେଶ୍ୱର ମଧ୍ୟରେ ପରିବର୍ତ୍ତିତ ଏବଂ ସଂଶୋଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ୦୧୦୧୯ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ମୁମ୍ବାଇରୁ ୧୨ ଏପ୍ରିଲ, ୨୦୨୧ ଠାରୁ ବିଶାଖାପାଟଣା ଠାରେ ଏହାର ନିର୍ଧାରିତ ଆଗମନ ସମୟ ଅପରାହ୍ନ ୩ଘ.୩୫ମି.ପରିବର୍ତ୍ତେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ଘ.୫୫ମି.ପରିବର୍ତ୍ତେ ଅପରାହ୍ନ ୪ଘ.୦୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ଭୁବନେଶ୍ୱର ଠାରେ ଏହାର ନିର୍ଧାରିତ ଆଗମନ ସମୟ ରାତ୍ରି ୧୧ଘ.୧୫ମି. ପରିବର୍ତ୍ତେ ରାତ୍ରି ୧୧ଘ.୨୦ମି.ରେ ପହଞ୍ଚିବ। ବିଜୟନଗରମ, ଶ୍ରୀକାକୁଲମ୍ ରୋଡ୍, ସୋମପେଟା, ଇଛାପୁରମ୍, ବ୍ରହ୍ମପୁର, ଛତ୍ରପୁର ଏବଂ ବାଲୁଗାଓଁ ଷ୍ଟେସନ ମାନଙ୍କରେ ଏହି ଟ୍ରେନର ସମୟ ସାରଣୀକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅନ୍ୟ ସ୍ଥିରୀକୃତ ଷ୍ଟେସନଗୁଡିକରେ ଏହି ଟ୍ରେନ ସମୟ ସାରଣୀରେ କୌଣସି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନାହିଁ ନାହିଁ ରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା। ଏହି ଥାନା ଖୋର୍ଦ୍ଧା ଜିଲ୍ଲାର(ଗ୍ରାମାଞ୍ଚଳ) ସବୁଠାରୁ ବୃହତ ଏବଂ ବ୍ୟସ୍ତ ଥାନା ଅଟେ। ପ୍ରାୟ ୬୧୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିତ ଅଞ୍ଚଳର ୧୯୯ ଟି ଗ୍ରାମ, ୨୧ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୫ ଗୋଟି ଏନଏସି ୱାର୍ଡ ଏହା ଅଧୀନରେ ଆସୁଛି। ଯାହାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨ ଲକ୍ଷ ୮୨ ହଜାର ୮୧୧ ଅଟେ। ପ୍ରତି ମାସରେ ଉକ୍ତ ଥାନାରେ ହାରାହାରି ୪୦ ଗୋଟି ମାମଲା ରୁଜୁ ହେଉଥିବା ସ୍ଥଳେ ବାର୍ଷିକ ହାରାହାରି ୫୦୦ ରୁ ଉର୍ଦ୍ଧ୍ଵ ମାମଲା ରୁଜୁ ହେଉଛି। ତେବେ ଜିଲ୍ଲାର ଏତେ ବଡ଼ ଏବଂ ଗୁରୁତ୍ୱପୂର୍ଣ ଥାନାରେ ବର୍ତ୍ତମାନ ପୋଲିସ କର୍ମଚାରୀଙ୍କ ମରୁଡି ଦେଖାଯାଇଛି। ବର୍ତ୍ତମାନ ବାଣପୁର ଥାନାରେ ମାତ୍ର ୨ ଜଣ ଏସଆଇ ଏବଂ ୨ଜଣ ଏଏସଆଇ କାମ କରୁଛନ୍ତି। ତେବେ ବାଣପୁର ଥାନାରେ…

Read More

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରଥମ ମୋନିଟାରୀ ପଲିସର ଘୋଷଣା କରିଛି। ଦେଶରେ କରୋନା ସଂକ୍ରମଣ ବଢିବା ଭିତରେ ଆରବିଆଇର ମୁଦ୍ରା ନୀତି ସମିତି ଆର୍ଥିକ ବର୍ଷ ୨୦୨୧-୨୨ ପ୍ରଥମ ମୁଦ୍ରା ସମୀକ୍ଷାରେ ରିପୋ ରେଟର କୌଣସି ପରିବର୍ତ୍ତନ କରି ନାହିଁ। ରିଭର୍ସ ରିପୋ ରେଟ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି। ଏହାସହିତ ଜିଡିପି ଦରରେ କୌଣସି ପରିବର୍ତ୍ତନ ହେବା ଆକଳନ କରାଯାଇନାହିଁ। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆରବିଆଇ ଆର୍ଥିକ ବୃଦ୍ଧିର ଲକ୍ଷ୍ୟ ୧୦.୫ରେ ଅପରବର୍ତ୍ତିତ ରଖିଛି।

Read More

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ବଢିବା ପରେ ଉଚ୍ଚ ନ୍ୟାୟଳୟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଏବେ ଦିଲ୍ଲୀର ସବୁ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆଜି ଏକ ଯାଚିକାର ଶୁଣାଣି ବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ସବୁ ବ୍ୟକ୍ତି ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ନ୍ୟାୟାଧୀଶ ପ୍ରତିଭା ସିଂହ ଆଦେଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକା କାର ଚଲାଉଛନ୍ତି, ତଥାପି ସେ ମାସ୍କ ପିନ୍ଧିବା ଜରୁରୀ ବୋଲି ନ୍ୟାୟାଧୀଶ କହିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ନିକଟରେ ଛତିଶଗଡର ବୀଜାପୁର ଠାରେ ନକ୍ସଲ ଆକ୍ରମଣରେ ଦେଶର ୨୨ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶ ସ୍ତବ୍ଧ ଏବଂ ଦୁଃଖିତ ଅଛି। ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ନିରବ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ବାଣପୁର ବ୍ଲକ ଅନ୍ତର୍ଗତ ପ୍ରତାପ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠିତ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଉକ୍ତ ଶ୍ରଦ୍ଧାଞ୍ଜଳି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରାୟ ଚାଳିଶରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ମାନେ ପ୍ରଥମେ ପ୍ରତାପ ଗ୍ରାମର ମା’ ଶୁଳିଆ ଦେବି ଏବଂ ବୁଢ଼ୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ସହିଦ ହୋଇଥିବା ୨୨ ଜଣ ଯବାନ ମାନଙ୍କପାଇଁ ୨୨ ଗୋଟି ପ୍ରଦୀପ ପ୍ରଜ୍ବଳନ କରି ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ କର୍ମକର୍ତ୍ତା ମାନେ ପ୍ରତାପ ଗ୍ରାମ ପରିକ୍ରମା…

Read More

ନୂଆଦିଲ୍ଲୀ, ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅବହେଳିତ ବର୍ଗଙ୍କୁ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସହାୟତା ଯୋଗାଇ ଦେବା ଲାଗି ପ୍ରଚଳନ ହୋଇଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବା ପିଏମଏମଓ୍ବାଇ। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ବପ୍ନକୁ ସାକାର କରାଯିବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳତାର ଅନୁଭବ ଦିଆଯାଉଛି। ଅଣ କର୍ପୋରେଟ, ଅଣ କୃଷି କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ୮ ଏପ୍ରିଲ ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପିଏମଏମଓ୍ବାଇ ଯୋଜନା ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ପିଏମଏମଓ୍ବାଇର ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ମୁଦ୍ରା ଯୋଜନା କାହିଁକି ଭାରତ ଏକ ଯୁବ ରାଷ୍ଟ୍ର ଯାହା ଯୁବସୁଲଭ ଉତ୍ସାହ ଏବଂ ଆକାଂକ୍ଷାରେ ପରିପୂର୍ଣ୍ଣ। ଭାରତରେ ବିକାଶର ମଞ୍ଜି ବୁଣିବା ଲାଗି ଏକ ଉର୍ବର କ୍ଷେତ୍ର ଯୋଗାଇ ଦେବା ଉଦ୍ଦେଶ୍ୟରେ, ଏହି ଯୁବ ଭାରତର ଅଭିନବ ଉତ୍ସାହକୁ ଉପଯୋଗ କରିବା ଗୁରୁତ୍ବପୂର୍ଣ୍ଣ ଯାହା ଦେଶର ଅର୍ଥନୈତିକ ପରିବେଶରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଂକୁଲା ପଞ୍ଚାୟତ ବାଉରୀ ସାହିରେ ଏକ ଲୋମ ହର୍ଷଣକାରି ଘଟଣା ଘଟିଯାଇଛି। ଏକା ସାଙ୍ଗରେ ମା ଏବଂ ପୁଅର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ବ୍ରାହ୍ମଣକୋଷଡ଼ିହ ଗ୍ରାମ ବାଉରୀ ସାହିର ବିଭୁ ନାୟକଙ୍କ ପତ୍ନୀ ସସ୍ମିତା ନାୟକ (୨୫) ଏବଂ ୩ ବର୍ଷର ପୁତ୍ର (ହାପି)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି ଦାବି ହେଉଛି। ପରିବାର ବର୍ଗଙ୍କ ମୁତାବିକ ଉଭୟ ମା ଏବଂ ପୁଅ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡ଼ିପିଓ, ବାଲୁଗାଁ ଆଇ ଆଇ ସି, ଥାନାର ଉଭୟ ଏସଆଇ ଏବଂ ସାଇଣ୍ଟିଫିକ୍ ଦଳ ପହଁଚି ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷେ ପରିବାର ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୫୯ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୬୪୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୪୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୫୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧୮ ଜଣ, ୮୪ ଜଣ, ଅନୁଗୁଳ ୧୭ ଜଣ, ବାଲେଶ୍ଵର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୮ ଲକ୍ଷ ୧ ହଜାର ୭୮୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୯୨ ହଜାର ୧୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮ ଲକ୍ଷ ୪୩ ହଜାର ୪୭୩ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଥିତି ସମୀକ୍ଷା ପାଇଁ ୪ ଏପ୍ରିଲ, ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ପଞ୍ଚ ସୂତ୍ରୀ ରଣନୀତି ଉପରେ ଗୁରୁତ୍ବାରୋପ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଜନହିତରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଭୂମିକାକୁ ମନ୍ତ୍ରଣାଳୟ ଦୋହରାଇଛି। ତେଣୁ କୋଭିଡ-ଉପଯୁକ୍ତ ବ୍ୟବହାର ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣର ବାର୍ତ୍ତା ପ୍ରଚାର କରି ‘ଦଓ୍ବାଇ ଭି କଡ଼ାଇ ଭି’ ସମ୍ପର୍କରେ ଅଧିକ ମାତ୍ରାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Read More

ମୁମ୍ବଇ, ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରିଛି । ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଟ୍ରେଡିଂ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବା ମୋଟ ୭.୫୦ ମେଗାହର୍ଜ ସ୍ପେକ୍ଟ୍ରମ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ସର୍କଲରେ ୩.୭୫ ମେଗାହର୍ଜ, ଦିଲ୍ଲୀ ସର୍କଲରେ ୧.୨୫ ମେଗାହର୍ଜ, ମୁମ୍ବଇ ସର୍କଲରେ ୨.୫୦ ମେଗାହର୍ଜ । ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି । ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି,…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ…

Read More

ମକର: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। କୁମ୍ଭ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ। ସ୍ଥାନାନ୍ତରଣର ଏକ ସମ୍ଭାବନା ଅଛି।

Read More

ସିଂହ: ଆଜି ପ୍ରକୃତିର କ୍ରୋଧ ହେତୁ ଆପଣ କାମ କରିବାକୁ ମନ ଦେବ ନାହିଁ । ବିତର୍କରେ ଏହାର ଗୁରୁତ୍ୱ ହେତୁ ଅନ୍ୟମାନଙ୍କର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଶିଘ୍ର ନିଷ୍ପତ୍ତି ଗ୍ରହଣ କିମ୍ବା ପଦକ୍ଷେପ ନେଲେ କ୍ଷତି ହେବାର ସମ୍ଭାବନା ଅଛି। ବିଛା: ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ ସହିତ ଘରେ ସମୟ ବିତାଇବେ । ଶାରୀରିକ ଏବଂ ମାନସିକ ସୁଖ କାମ କରିବାରେ ଉତ୍ସାହ ଯୋଗାଇବ। ଅଫିସରେ କର୍ମଚାରୀଙ୍କ ସାହାଯ୍ୟରେ, ଆପଣ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ।

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ । ଚାକିରୀରେ ଆପଣ ଲାଭର ଖବର ପାଇବେ। ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ବିବାହ ଯୋଗ ଦେଖାଦେଇଛି। ମହିଳା ବନ୍ଧୁମାନଙ୍କଠାରୁ ବିଶେଷ ଲାଭ ହେବ। ଆୟ ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି।

Read More

ମୀନ: ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ। ତୂଳା: ଆଜି ପ୍ରେମ, ରୋମାନ୍ସ, ମନୋରଞ୍ଜନ ଏବଂ ମଜାଦାର ପରିପୂର୍ଣ୍ଣ ଦିନ। ଆପଣ ସାଧାରଣ ଜୀବନରେ ଗୁରୁତ୍ୱ ହାସଲ କରିବେ। ଯଶ ଏବଂ ଖ୍ୟାତି ବୃଦ୍ଧି ପାଇବ। ଅଂଶୀଦାରମାନଙ୍କ ସହିତ ଲାଭ ବିଷୟରେ ଆଲୋଚନା ହେବ। ସୁନ୍ଦର ପୋଷାକ କିମ୍ବା ପୋଷାକ ପାଇଁ ସପିଂ କରିବେ।

Read More

କର୍କଟ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ଧନୁ: ଆଜି ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ। କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ।

Read More