ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ । କୋର୍ଟ କାର୍ଯ୍ୟରେ ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ। ବ୍ୟବସାୟ ଲାଭଦାୟକ ହେବ। କନ୍ୟା- ଶାରୀରିକ ଯନ୍ତ୍ରଣା ସମ୍ଭବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଆରାମ ଉପାୟରେ ଖର୍ଚ୍ଚ ହେବ। ଲେଖା ଏବଂ ପଢିବାରେ ସମୟ ଅତିବାହିତ ହୋଇପାରେ । ସଫଳତା ପାଇବେ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ ।
Author: Samikhsya Bureau
ବିଛା- ଦାୟିତ୍ୱବୋଧ ବୃଦ୍ଧି ପାଇବ । ଭାବିବା ପରେ ସଫଳତା ମିଳିବ । ସୁଯୋଗକୁ ହାତ ଛଡା କରିବାକୁ ଦିଅନ୍ତୁ ନାହିଁ । ପୁନରୁଦ୍ଧାର ପାଇଁ ଦାୟିତ୍ବ ବଢିବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ଭଲ କରିବ । ଖୁସି ହେବେ । ମକର- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରାରେ ଉପକୃତ ହେବେ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ ।
କର୍କଟ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ହାତ ଟାଣ ହୋଇଯିବ। ଜଣେ ବ୍ୟକ୍ତିଙ୍କ ସହିତ ଅଯଥାରେ ବିବାଦ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ହୃଦୟ ବିଷୟରେ କାହାକୁ କୁହନ୍ତୁ ନାହିଁ । ମୀନ- ଯାନ, ଯନ୍ତ୍ର ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ କ୍ଷତି ଏବଂ ଯନ୍ତ୍ରଣା ସମ୍ଭବ । ପୁରୁଣା ରୋଗ ପାଇଁ ଖର୍ଚ୍ଚ ହେବ । ନିଜ ନିଜ ବ୍ୟକ୍ତିଙ୍କ ସହିତ ଏକ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇପାରେ।
ତୂଳା- ଶତ୍ରୁତା ବଢି ପାରେ। କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ। କୁମାରୀମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ। ଶାରୀରିକ ସମସ୍ୟା ହୋଇପାରେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ବୃଦ୍ଧି ପାଇବ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ।
କୁମ୍ଭ – କୈଣସି ଆଇନଗତ କ୍ରମରେ ପଡ଼ନ୍ତୁ ନାହିଁ । କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସିଂହ- ଛୋଟ ପରିବାର ସଦସ୍ୟ ଅଧ୍ୟୟନ ପାଇଁ ଚିନ୍ତିତ ହୋଇପାରନ୍ତି । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଏକ ବ୍ୟବସାୟ ବଡ ଡିଲ୍ ବହୁତ ଲାଭ ଦେଇପାରେ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ ।
ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଧନୁ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ । ଜଣେ ବ୍ୟକ୍ତିଙ୍କ ସହିତ ଅନାବଶ୍ୟକ ବିବାଦ ସମ୍ଭବ । ଦୁଃଖ ରହିବ। ମନରେ ଏକ ଦ୍ୱନ୍ଦ୍ୱ ଦେଖାଯିବ । ଦୁଃଖଦ ଖବର ଦୂରରୁ ଆସିପାରେ। ଆବଶ୍ୟକ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ ।
ଭୁବନେଶ୍ବର, ଛତିଶଗଡ ସୁକୁମା ବିଜେପୁରୀ ସୀମାରେ ମାଓ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏହି ସ୍ଥାପତ୍ୟ ନିର୍ମାଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି କଳାରେ ସୁଦର୍ଶନ ବାଲୁକାରେ ଏକ ଜଙ୍ଗଲ କରିଛନ୍ତି। ତା ସମ୍ମୁଖରେ ସିଆରପିଏଫ ଯବନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଯବାନଙ୍କ ୟୁନିଫର୍ମକୁ ସେ ରଂଗନୀ ବାଲୁକା ଦେଇ ବାସ୍ତବତାକୁ ଫୁଟାଇଛନ୍ତି।
ନୂଆଦିଲ୍ଲୀ, ପୁଣି ଥରେ ନକ୍ସଲଙ୍କ ତାଣ୍ଡବ ଆରମ୍ଭ ହୋଇଛି। ରବିବାରର ଭୋରରୁ ନକ୍ସଲଙ୍କ ଆକ୍ରମଣରେ 22 ଜଣ ଯବାନ ନିହତ ହୋଇଛନ। ଏହି ଦୁଃଖଦ ଘଟଣା ଛତିଶଗଡ ସୁକୁମା ବିଜେପୁର ସୀମା ଅଞ୍ଚଳରେ ଘଟିଛି। ମାଓବାଦୀମାନେ ସୀମାନ୍ତ ଜଙ୍ଗଲରେ ଲୁଚି ରହିଥିବାର ଖବର ପାଇଁ ଯବାନମନାଙ୍କ ତରଫରୁ ଏକ ବଡ ଅପରେସନ ଚାଲିଥିଲା। ହେଲେ ଯବାନମାନେ ଆସୁଥିବାର ଜାଣିବା ପରେ ନକ୍ସଲମାନେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପ୍ରାୟ 4 ଘଣ୍ଟା ଧରି ନକ୍ସଲ ଏବଂ ଯବାନମାନଙ୍କ ମଧ୍ୟରେ ଗୁଲି ବିନିମୟ ହୋଇଥିଲା। ହେଲେ ନକ୍ସଲମାନେ ଯେପରି ସ୍ଥାନରେ ଲୁଚି ଗୁଳି ଚାଳନା କରୁଥିଲେ ସେଥିରେ ଯବାନମାନେ ସେମାନଙ୍କୁ ସମ୍ମୁଖୀନ ହେବା କଷ୍ଟଦାୟକ ଥିଲା। ଫଳରେ ସେଠାରେ 22 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ 8 ଜଣ ହେଉଛନ୍ତି ଜିଲ୍ଲା ରିଜର୍ଭ ଗାର୍ଡ, 6 ଜଣ ଏସଟିଏଫ, 7 ଜଣ କୋବ୍ରା ବାହିନୀ ଏବଂ ଜଣେ ବସ୍ତରିୟା ବାହିନୀ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୮୨, ଖୋର୍ଦ୍ଧାରୁ ୩୪, କଟକରୁ ୨୮, ବରଗଡରୁ ୨୪, ଝାରସୁଗୁଡାରୁ ୨୪, ସୁନ୍ଦରଗଡରୁ ୧୫, ବଲାଙ୍ଗୀରିରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୮, ଯାଜପୁରରୁ ୮, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୮, ଗଞ୍ଜାମରୁ ୬, ପୁରୀରୁ ୬, କେନ୍ଦ୍ରାପଡାରୁ ୪, ଅନୁଗୁଳରୁ ୩, ବାଲେଶ୍ବରରୁ ୩, କେନ୍ଦୁଝରରୁ ୩, ରାୟଗଡ଼ାରୁ ୨, ଦେବଗଡରୁ ୧, ଜଗତସିଂହପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୨ ହଜାର ୬୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର…
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ସହ ସପ୍ତାହିକ ଲକଡ଼ାଉନ ନେଇ ଏହି ବୈଠକରେ ଘୋଷଣା ହୋଇଛି। ଏହି ବୈଠକରେ କଟକଣାକୁ ଆହୁରି କଡାକଡି କରାଯାଇଛି। ସନ୍ଧ୍ୟା ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ। ଏହାସହ ଦିନ ବେଳେ ୧୪୪ ଧାରା ଲାଗିବ, ଯେଉଁଥିରେ ୫ ଜଣରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ସପିଙ୍ଗ ମଲ, ରେଷ୍ଟୁରାଣ୍ଟ, ହୋଟେଲ ଆଦି ବନ୍ଦ ରହିବ। କେବଳ ପାର୍ସଲ ବ୍ୟବସ୍ଥା ଆରମ୍ଭ ହେବ। ସିନେମା ହଲ, ପାର୍କ, ଖେଳପଡ଼ିଆ ବନ୍ଦ ରହିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ଯାଳୟ ଚାଲିବ। ଶିଳ୍ପ କାରଖାନା ଏବଂ ନିର୍ମାଣ କାର୍ଯ୍ୟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମାଫିଆମାନଙ୍କ ଦିନକୁ ଦିନ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଅତିରିକ୍ତ ତହସିଲଦାରଙ୍କୁ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏତଦବ୍ୟତୀତ ଅତିରିକ୍ତ ତହସିଲଦାରଙ୍କ ନିକଟରୁ ବଳପୂର୍ବକ ପଥର ବୋଝେଇ ୪ ଟି ଟ୍ରାକ୍ଟର ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତକାଲି କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅତିରିକ୍ତ ତହସିଲଦାର ରସୁଲପୁର ପଥର ଖଣିରେ ଚଢାଉ କରିଥିଲେ। ସେଠାରେ ୨୫ ରୁ ଉର୍ଦ୍ଧ୍ଵ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଜବତ ହୋଇଥିବା ପଥର ବୋଝେଇ ୪ ଟି ଟ୍ରାକ୍ଟରକୁ ଖଣି ମାଫିଆମାନେ ବଳପୂର୍ବକ ଛଡାଇ ନେଇ ଫେରାର ହୋଇଯାଇଥିଲେ। ପରେ ଅତିରିକ୍ତ ତହସିଲଦାର ଏନେଇ ଟାଙ୍ଗୀ…
ପ୍ରବଳ ଖରା ସତ୍ବେ କଳାହାଣ୍ଡିର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଝରଣାରୁ ଝରୁଛୁ ପାଣି
ଭୁବନେଶ୍ବର, ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭା। ହେବା ମଧ୍ୟ ସ୍ବାଭାବିକ, କାରଣ ବିଧାନସଭାରେ ଯେପରି ବିଧାୟକମାନଙ୍କର ଆଚରଣ ଥିଲା ତାହା ଗୃହକୁ ବନ୍ଦ କରିବା ପାଇଁ ବାଧ୍ୟ କଲା। ବିଶେଷ କରି ବିଜେପି ବିଧାୟକମାନେ ଚଳିତ ବଜେଟ ଅଧିବେସନରେ ଯାହା କଲେ ତାହା ସାଧାରଣରେ ଆଲୋଚନା ହେବାରେ ଲାଗିଛି। ବିରୋଧୀ ଦଳର ଗୃହ ମଧ୍ୟରେ ବିରୋଧ କରିବାର ଅଧିକାର ରହିଛି। ହେଲେ ତାହା ସୀମା ଭିତରେ ରହିବା ଆବଶ୍ୟକ। ବିଧାୟକମାନେ ଏହା ଜାଣି ରଖିବା ଉଚିତ ଯେ, ସୀମା ବାହାରକୁ ଗଲେ ଲୋକେ କେବେ ଭଲ କହିବେ ନାହିଁ। ବରଂ ନିନ୍ଦା ଶୁଣିବେ ଯାହା ବିଜେପି ବିଧାୟକଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି। ବଜେଟ ଅଧିବେସନରେ ବିଭିନ୍ନ ଘଟଣାକୁ ନେଇ ବିଜେପି ବିଧାୟକମାନେ ଚର୍ଚ୍ଚାରେ ରହି ଆସିଛନ୍ତି। ଯାହାକୁ ସାଧାରଣରେ କେହି ପସନ୍ଦ କରୁ ନାହାଁନ୍ତି। ପ୍ରଥମ ଘଟଣା ଥିଲା ଗୃହ ମଧ୍ୟରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କର ସାଇନିଟାଇଜର…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ୍ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ କୁହୁଳୁଛି ତୀବ୍ର ଅସନ୍ତୋଷ। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ବଉଳାଙ୍ଗ ପମ୍ପହାଉସ୍ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ନିମନ୍ତେ ସ୍ଥାନ ଚିହ୍ନଟ ହେବା ପରେ ସେଠାରେ ଫଳକ ଲଗାଯାଇ ୨୦୧୬ ମସିହା ଡିସେମ୍ବର ମାସରେ ସେତେବେଳର ପାରାଦ୍ବୀପ ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶୁଭ ଦିଆଯାଇଥିଲା। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତତ୍କାଳୀନ ଜଗତସିଂହପୁର ସାଂସଦ ଡଃ କୁଳମଣି ସାମଲ ଯୋଗଦେଇଥିଲେ। କିନ୍ତୁ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ ହୋଇପାରି ନଥିବା ବେଳେ ଏବେ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି। ହେଲେ ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ ତତ୍କାଳୀନ ପାରାଦ୍ବୀପ ବିଧାୟକ ଡଃ ରାଉତଙ୍କ…
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ବିଏମସି ସିଲ୍ କରିଛି। ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି। ମୁଖ୍ୟ ଶାଖାର ଗ୍ରାଉଣ୍ଡ ଓ ଫାଷ୍ଟ ଫ୍ଲୋରକୁ ବିଶୋଧନ କରାଯିବ। ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୬ ତାରିଖରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଆକ୍ରାନ୍ତ କର୍ମଚାରୀଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଥିବା ବେଳେ ସେମାନେ ଏବେ ପୃଥକ ବାସରେ ରହିଛନ୍ତି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ଦୁଇ ଜଣ କରୋନା ଆକ୍ରାନ୍ତ ଯାତ୍ରୀ ଚିହ୍ନଟ ହୋଇଛନ୍ତି। ଏହି ରେଳ ଷ୍ଟେସନରୁ ପ୍ରଥମ ଥର ଲାଗି ଦୁଇ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ଉଭୟ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନତାରିତ କରାଯାଇଛି। ଏହାସହିତ ଆକ୍ରାନ୍ତ ଦ୍ଵୟଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ଟ୍ରାଭେଲ ହିଷ୍ଟ୍ରି ଜାରି ରହିଛି। ଏହାପରେ ଷ୍ଟେସନରେ କରୋନା ପରିକ୍ଷାକୁ ତ୍ୱରାନ୍ୱିତ କରାଯାଉଛି ବୋଲି କମିଶନର କହିଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ଶନିବାର ସଂଧ୍ୟାସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭୋଡ ନିୟମ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି। ସାମଜିକ ଦୂରତ୍ୱ ପାଳନ ଓ ମାସ୍କ ଚେକିଂ କୁ କଡା କଡି କରାଯ୍ଧବଥିବା ବେଳେ କୋଭିଦ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଇତି ମଧ୍ୟରେ କଳାହାଣ୍ଡିର ୪୪ ଟି ଠିକା କରଣ କେନ୍ଦ୍ରରେ ବରିଷ୍ଠ ନାଗରିକ ସମେତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ପ୍ରତ୍ୟହ ଦଶ ହଜାର ଟୀକାକରଣ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି। ଗତ ୧ ତାରିଖ ଦିନ ୨୬ଜଣ ଓ ୨ ତାରିଖ ଦିନ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ସେହ ସପ୍ତାହରେ ଭବାବୀପାଟଣାସ୍ଥିତ ପ୍ରଗତି କଲେଜର ୩୬ ଜଣ ଛାତ୍ର…
ଭୁବନେଶ୍ବର: ରାଜ୍ୟରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନବେଳେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି ବୋଲି ବାଚସ୍ପତି କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବାଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି। ତେବେ କରୋନା କଟକଣାକୁ ମାନିବା ସହ ଏନେଇ ସଚେତନ ରହିବା ଆବଶ୍ୟକ ବୋଲି ବାଚସ୍ପତି ପରାମର୍ଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଦିନକୁ ଦିନ ଓଡିଶାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୬୩୫ ଜଣ। ରାଜ୍ୟରେ ଏବେ…
ମୁମ୍ବାଇ, ଗୋଟିଏ ଘରର ମୁଲ୍ୟ କେତେ ହେବ। ବେଶୀ ହେଲା 100 କୋଟି ନଚେତ 500 କୋଟି। ହେଲେ ଆପଣ କେବେ ଶୁଣିଛନ୍ତି ଯେ ଗୋଟିଏ ଘରର ଦାମ ହେବ 1000 କୋଟି ଟଙ୍କା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ପ୍ରଖ୍ୟାତ ଅନ ଲାଇନ ବ୍ୟବସାୟୀ D Mart ର ମାଲିକ ରାଧାକ୍ରିଷ୍ଣନ ଦାମାନୀ ଏବଂ ତାଙ୍କ ଭାଇ ଗୋପୀକ୍ରିଷ୍ଣନ୍ ଦାମାନୀ ଏହି ଘର କିଣିଛନ୍ତି। ଯାହାର ଦାମ ମୋଟ 1000 କୋଟି ହୋଇଛି। ମୁମ୍ବାଇର ମାଲାବାର ହିଲ୍ ଅଞ୍ଚଳରେ ଅବସ୍ଥିତ ଏହି ଘରଟି 5752.22 ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଛି। ଏହାର ବିଲଡ ଅପ ଏରିଆ ପ୍ରାୟ 60 ହଜାର ବର୍ଗଫୁଟ ରହିଛି। ଏହି ଘରଟି ଏହି ଦୁଇ ଭାଇ ପୁରାଚାନ୍ଦ ଆଣ୍ଡ ରାୟଚାନ୍ଦ ସନସ୍ ଠାରୁ କିଣିଛନ୍ତି। ଏହି ଘର କାରବାରରେ 30 କୋଟି ଟଙ୍କା ଷ୍ଟାମ୍ପ ଡିୟୁଟି ଦେବାକୁ ପଡିଛି। ଏହା ହେଉଛି…
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବ୍ୟସ୍ତ ଅଭିନେତା ମଧ୍ୟରୁ ଅକ୍ଷୟ କୁମାର ଅନ୍ୟତମ। ୨୦୨୦ ମସିହାରେ ଲାଗିଥିବା କରୋନା କଟକଣା ତଥା ଲକଡାଉନ ପରଠାରୁ ଅକ୍ଷୟ କୁମାର ଲଗାତର ଶୁଟିଙ୍ଗ ଜାରି ରଖିଛନ୍ତି। ସେ ତାଙ୍କ ଫିଲ୍ମକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଲାଗି ପଡିଛନ୍ତି। ହେଲେ ଏହା ଭିତରେ ସେ କରୋନା ଭୂତାଣୁର ସଂସ୍ପର୍ଶରେ ଆସି ସଂକ୍ରମଣ ହୋଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ଅକ୍ଷୟ ବର୍ତ୍ତମାନ ପୃଥକବାସରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାସହ ସେ ଶୀଘ୍ର ସୁସ୍ଥ ହୋଇ କାମକୁ ଫେରିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

