Author: Samikhsya Bureau

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକରପୁରରେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନିରାକରପୁର ଥାନା ଡ଼ିଆ ହରିଜନ ସାହିର ବିଜୟ ନାୟକ ଶୌଚ ପାଇଁ ପୋଖରୀ ମଧ୍ୟକୁ ଯାଇଥିଲେ। କିନ୍ତୁ ପାଣିରେ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଅପସ୍ମାର ବାତ ମାରିବାରୁ ବିଜୟ ପାଣିରେ ବୁଡିଯାଇଥିବା ଅନୁମାନ କରାଯାଉଛି। ସେ ଝାଡୁଦାର କାମ କରି ପେଟ ପୋଷୁଥିଲେ ବୋଲି ଜଣା ପଡିଛି। ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଥିବା ବେଳେ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଛି।

Read More

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାରେ ଆଗାମୀ ଦୁଇ ଦିନ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଯାହାଫଳରେ ତାପମାତ୍ରାରେ ହ୍ରାସ ହେବ ଏବଂ ଲୋକଙ୍କୁ ଗରମରୁ ରକ୍ଷା ମିଳିବ। ଗତ ଦୁଇ ଦିନ ହେଲା ରାଜ୍ୟର କିଛି ଅଞ୍ଚଳରେ ବର୍ଷା କାରଣରୁ ଅସହ୍ୟ ତାତିରୁ ଲୋକଙ୍କୁ ମୁକ୍ତି ମିଳିଛି। ଗତକାଲି ଫୁଲବାଣୀ, ଦାରିଙ୍ଗ ବାଡି, କେନ୍ଦୁଝର, ବୌଦ୍ଧରେ ବର୍ଷା ହୋଇଥିବା ବେଳେ ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ଯାଜପୁରର କିଛି ଅଞ୍ଚଳରେ ଝାଡା ତୋଫାନ ହୋଇଥିବାର ସୁଚନା ରହିଛି। ତେବେ ଆଗାମୀ ଦୁଇ ଦିନ ତଥା ୪ ତାରିଖ ଏବଂ ୫ ତାରିଖରେ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବ ବୋଲି ଅନୁମାନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୬୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୭ ଟି ଜିଲ୍ଲାରୁ ୪୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୮୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୫୦ ଜଣ, ନୂଆପଡା ଜିଲ୍ଲାରୁ ୪୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୦ ଜଣ,…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ୨୪ ଘଣ୍ଟା ମଧ୍ୟରେ ଅପହୃତା ଦୁଇ ନାବାଳିକାଙ୍କୁ ଟାଙ୍ଗୀ ପୋଲିସ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି। ଏହାସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା କୁହୁଡି ଅଂଚଳର ୨ ଜଣ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ସେହି ଗାଁର ୨ ଜଣ ଯୁବକ ଅପହରଣ କରି ନେଇଥିଲେ। ଅପହରଣ ହୋଇଥିବା ନେଇ ପରିବାର ଲୋକେ ଗତ ୧ ତାରିଖରେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଉଭୟ ଅପହରଣକାରୀ ନାବାଳିକା ଦ୍ୱୟଙ୍କୁ ଟ୍ରେନରେ ଆନ୍ଧ୍ର ପ୍ରଦେଶ ନେଉଥିବା ପୋଲିସ୍ ଜାଣିବାକୁ ପାଇଥିଲା। ତେଣୁ ଆନ୍ଧ୍ର ପୋଲିସ୍ ଓ ରେଳବାଇ ପୋଲିସ୍ ସହାୟତାରେ ନାଵାଳିକା ଦ୍ୱୟଙ୍କୁ ବିଶାଖାପାଟଣାମ୍ ନିକଟସ୍ଥ ଟୁନି ଷ୍ଟେସନରୁ ପୋଲିସ୍ ଉଦ୍ଧାର କରିଥିଲା। ଏହା…

Read More

ରମେଶ ମହାନ୍ତି ଜଗତସିଂହପୁର: ବିଭିନ୍ନ ଜିଲ୍ଲାରୁ ବସ୍ ରେ ଚୋରା ଗଞ୍ଜେଇ ଆସି ଜଗତସିଂହପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ନେଇ ଦିର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏନେଇ ବସଷ୍ଟାଣ୍ଡ ଉପରେ ନଜର ରଖିଥିଲା ପୋଲିସ୍। ବିଶେଷ ସୂତ୍ରରୁ ଖବର ପାଇ ପୂର୍ବରୁ ଛପି ରହିଥିବା ଜଗତସିଂହପୁର ପୋଲିସ୍ ପକ୍ଷରୁ ଶନିବାର ଦିନ(ଗତକାଲି) ଅଚାନକ ଚଢାଉ କରାଯାଇ ବାଲିକୁଦା ପଟୁ ବାଇକରେ ଆସୁଥିବା ଜଣେ ଯୁବକକୁ ଜଗତସିଂହପୁର ବସଷ୍ଟାଣ୍ଡ ନିକଟରୁ କାବୁ କରି ଗିରଫ କରାଯିବା ସହିତ ଯୁବକଙ୍କ ନିକଟରେ ଥିବା ଏକ ବ୍ୟାଗରୁ ୫କେଜି ୧୬୫ଗ୍ରାମ୍ ଚୋରା ଗଞ୍ଜେଇ ସହ ଏକ ହିରୋ ଗ୍ଲାମର୍ ବାଇକ (ଓଡି୨୧ବି୮୭୧୧)କୁ ଜବତ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଯୁବକ ଜଣକ ବାଲିକୁଦା ଥାନା ଅନ୍ତର୍ଗତ କୋଳଦା ଗ୍ରାମର ସତ୍ୟବ୍ରତ ମଲ୍ଲିକ ଓରଫ୍ କାଲୁ (୨୧)ବୋଲି ସୂଚନା ମିଳିଛି। ଉକ୍ତ ଚୋରା ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୨୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୪ ଲକ୍ଷ ୮୫ ହଜାର ୫୦୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୯୧ ହଜାର ୫୯୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ତିନିଜଣ ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦରେ ରାତି ସାରା ବିଜେପି ବିଧାୟକମାନେ ଧାରଣରେ ବସି ରହିଛନ୍ତି। ଏପରିକି ମହିଳା ବିଧାୟକ ମଧ୍ୟ ତାଙ୍କ ସାଥୀରେ ଧାରଣରେ ଯୋଗ ଦେଇଛନ୍ତି। ମୁଖ୍ୟତଃ ବାଚସ୍ପତିଙ୍କ ମନମୁଖୀ ଭାବେ ଗୃହ ପରିଚାଳନା କରୁଛନ୍ତି ବୋଲି ମୁଖ୍ୟ ବିରୋଧୀ ବିଜେପି ଦଳ ଅଭିଯୋଗ କରିଛି। ଶନିବାର ଦିନ ଗୃହରେ ଏହାର ପ୍ରତିବାଦରେ ବିଜେପି ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରକୁ ଚପଲ ଫିଙ୍ଗିଥିଲେ। ଏପରି ବିଶୃଙ୍ଖଳ ଆଚରଣ ନେଇ ବାଚସ୍ପତି ଅପରାହ୍ନରେ ତିନିଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। ଫଳରେ ଏହାର ପ୍ରତିବାଦରେ ସମସ୍ତ ବିଜେପି ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୃତ୍ତି ତଳେ ଧାରଣରେ ବସି ରହିଛନ୍ତି। ରାତି ତମାମ ସେମାନେ ଏହି ଧାରଣାରେ ବସି ରହିଛନ୍ତି।

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ଭୁବନେଶ୍ୱର, ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଏହି ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ଏପ୍ରିଲ ୪ ତାରିଖ, ରବିବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍‌ରୁ ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍‌)…

Read More

ମେଷ: – ଆଜି ସପିଂ କରିବାକୁ ବାହାରକୁ ଯିବେ, କିନ୍ତୁ ଆପଣଙ୍କ ଜୀବନ ସାଥୀକୁ ଅନାବଶ୍ୟକ ଜିନିଷରେ ଅଧିକ ଖର୍ଚ୍ଚ କରି ଦୁଃଖ ଦେବ । ପ୍ରେମ ପ୍ରସଙ୍ଗରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ କୈଣସି ସମ୍ପର୍କ ନଥିବା ଏପରି କାର୍ଯ୍ୟରେ ପଡ଼ିବା ଠାରୁ ଦୂରେଇ ରୁହନ୍ତୁ । ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବୃଷ: – ଜଣେ ସମ୍ପର୍କୀୟଙ୍କୁ ଦେଖା କରନ୍ତୁ ଯାହାର ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ଥିଲା । ଆପଣଙ୍କର ପ୍ରିୟଙ୍କାର ସ୍ୱଭାବ ଆପଣଙ୍କୁ କଷ୍ଟ ଦେଇପାରେ । ଯେତେବେଳେ ଆପଣଙ୍କର ମତାମତ ପଚରାଯାଏ, ସେତେବେଳେ ତାହା ଦେବା ପାଇଁ ଦ୍ୱିଧା କରନ୍ତୁ ନାହିଁ – କାରଣ ଆପଣ ଏଥିପାଇଁ ବହୁତ ପ୍ରଶଂସିତ ହେବେ । ପଡୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହଯୋଗରେ ବିବାହ ସମ୍ଭବ ।…

Read More

ମେଷ: – ଆଜି ସପିଂ କରିବାକୁ ବାହାରକୁ ଯିବେ, କିନ୍ତୁ ଆପଣଙ୍କ ଜୀବନ ସାଥୀକୁ ଅନାବଶ୍ୟକ ଜିନିଷରେ ଅଧିକ ଖର୍ଚ୍ଚ କରି ଦୁଃଖ ଦେବ । ପ୍ରେମ ପ୍ରସଙ୍ଗରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ମିଥୁନ: – ଗର୍ଭବତୀ ମହିଳାମାନଙ୍କ ପାଇଁ ଅତିରିକ୍ତ ଯତ୍ନବାନ ହେବାର ଦିନ । ମନୋରଞ୍ଜନ ଏବଂ ସୌନ୍ଦର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ବିତାନ୍ତୁ ନାହିଁ । ଏପରି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କୁ ଖୁସି କରିବ, କିନ୍ତୁ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ ।

Read More

ଧନୁ: -ପ୍ରତିଦିନ ପ୍ରେମରେ ପଡ଼ିବାର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଭ୍ରମଣ ଲାଭଜନକ କିନ୍ତୁ ମହଙ୍ଗା ସାବ୍ୟସ୍ତ ହେବ । ଏହା ସମ୍ଭବ ଯେ ଆପଣ ଆରମ୍ଭରେ ନିଜ ଜୀବନସାଥୀଙ୍କଠାରୁ କମ୍ ଧ୍ୟାନ ପାଇପାରନ୍ତି; କିନ୍ତୁ ଦିନର ଶେଷ ପର୍ଯ୍ୟନ୍ତ ଆପଣ ଅନୁଭବ କରିବେ ଯେ ସେ ଆପଣଙ୍କ ପାଇଁ କିଛି କରିବାରେ ବ୍ୟସ୍ତ ଥିଲେ । କୁମ୍ଭ: – ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ଅତ୍ୟନ୍ତ ମଜାଳିଆ ହେବ ଏବଂ ହସ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଆଜି ଅନୁଭବ କରାଯାଇପାରେ । ଏହା ସମ୍ଭବ ଯେ ଆପଣଙ୍କର ଜଣେ ପୁରୁଣା ବ୍ୟକ୍ତି ଆଜି ଆପଣଙ୍କ ସହିତ ଯୋଗାଯୋଗ କରିବେ। ଫଳରେ ଏହି ଦିନକୁ ସ୍ମରଣୀୟ କରିବ।

Read More

ତୂଳା: – ଥଟ୍ଟା ଏବଂ ପରିହାସରେ କୁହାଯାଇଥିବା ଜିନିଷ ବିଷୟରେ କାହାକୁ ହସିବା ଠାରୁ ଦୂରେଇ ରୁହନ୍ତୁ । ସମ୍ପର୍କୀୟ ଏବଂ ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । ଅସ୍ତିର ପ୍ରକୃତି ହେତୁ ଆପଣଙ୍କର ପ୍ରିୟଙ୍କ ସହିତ ଭିନ୍ନତା ହୋଇପାରେ । ଭ୍ରମଣ ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଆପଣଙ୍କ ସଚେତନତା ବୃଦ୍ଧି କରିବ । ମୀନ: – କିଛି ସମୟ ପାଇଁ ଅଟକି ରହିଥିବା କାର୍ଯ୍ୟ ସଫଳତା ପାଇଁ ଆପଣଙ୍କଠାରୁ କିଛି ସମୟ ନେଇପାରେ । ଆପଣଙ୍କର ପ୍ରିୟଙ୍କୁ ନିଜ ପରିସ୍ଥିତି ସଂପର୍କରେ ବୁଝାଇବାରେ ଅସୁବିଧା ଅନୁଭବ କରିବେ । ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆପଣ ଦୂରରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି ।

Read More

କନ୍ୟା: – ଆପଣଙ୍କ ପରିବାର ସଦସ୍ୟଙ୍କ ନିୟନ୍ତ୍ରଣ ଏବଂ ସେମାନଙ୍କ କଥା ନ ଶୁଣିବାର ପ୍ରବୃତ୍ତି ହେତୁ ଅନାବଶ୍ୟକ ବିତର୍କ ହୋଇପାରେ ଏବଂ ଆପଣଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ଆପଣଙ୍କର ପ୍ରିୟଙ୍କ ଭାବନାକୁ ବୁଝି ଆପଣ ଯେ କୌଣସି ପ୍ରତିଯୋଗିତାରେ ପାଦ ଦିଅନ୍ତୁ, ଆପଣଙ୍କର ପ୍ରତିଯୋଗିତାମୂଳକ ପ୍ରକୃତି ଆପଣଙ୍କୁ ଜିତିବାରେ ସାହାଯ୍ୟ କରିବ । ବୃଷ: – ଜଣେ ସମ୍ପର୍କୀୟଙ୍କୁ ଦେଖା କରନ୍ତୁ ଯାହାର ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ଥିଲା । ଆପଣଙ୍କର ପ୍ରିୟଙ୍କାର ସ୍ୱଭାବ ଆପଣଙ୍କୁ କଷ୍ଟ ଦେଇପାରେ । ଯେତେବେଳେ ଆପଣଙ୍କର ମତାମତ ପଚରାଯାଏ, ସେତେବେଳେ ତାହା ଦେବା ପାଇଁ ଦ୍ୱିଧା କରନ୍ତୁ ନାହିଁ – କାରଣ ଆପଣ ଏଥିପାଇଁ ବହୁତ ପ୍ରଶଂସିତ ହେବେ । ପଡୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହଯୋଗରେ ବିବାହ ସମ୍ଭବ ।

Read More

ମକର- ଆଜି ଆପଣ କାହାକୁ ହୃଦୟ ଭାଙ୍ଗିବା ଠାରୁ ରକ୍ଷା କରିପାରିବେ । ଆଜି ଏପରି ଏକ ଦିନ, ଯେତେବେଳେ ଆପଣ ଚାହୁଁଥିବା ଜିନିଷଗୁଡ଼ିକ ସେପରି ହେବ ନାହିଁ । ଗାଡି ପ୍ରତି ସାବଧାନ ରୁହନ୍ତୁ, ଦୁର୍ଘଟଣାର ସମ୍ଭାବନା ଅଛି। ଅନ୍ୟ କାହା ସହିତ ଝଗଡା କରନ୍ତୁ ନାହିଁ, ନଚେତ୍ ଆର୍ଥିକ କ୍ଷତି ପ୍ରାୟ ହୋଇପାରେ । ସିଂହ: – ନିବେଶ କରିବା ଏକ ଭଲ ଦିନ, କିନ୍ତୁ କେବଳ ଉପଯୁକ୍ତ ପରାମର୍ଶ ସହିତ ବିନିଯୋଗ କରନ୍ତୁ । ସାମାଜିକ କାର୍ଯ୍ୟରେ ପରିବାର ସହିତ ଯୋଗଦେବା ସମସ୍ତଙ୍କ ପାଇଁ ଏହା ଏକ ଭଲ ଅନୁଭୂତି ହେବ । ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ଏବଂ  ସହଜରେ ଅନ୍ୟ ଲିଙ୍ଗର ଲୋକଙ୍କୁ ତୁମ ଆଡକୁ ଆକର୍ଷିତ କରିବ । ଯଦି ଆପଣ ସପିଂ କରିବାକୁ ଯାଆନ୍ତି, ଅତ୍ୟଧିକ ପକେଟ ଖୋଲିବାକୁ ଏଡ଼ାନ୍ତୁ ।

Read More

କର୍କଟ: – ଅଧ୍ୟୟନ ପ୍ରତି କମ୍ ଧ୍ୟାନ ଦେବା କିମ୍ବା ଘର ବଦଳରେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବା କାରଣରୁ ପିଲାମାନେ ଅସନ୍ତୁଷ୍ଟ ହୋଇପାରନ୍ତି । କିଛି ଲୋକଙ୍କ ପାଇଁ, ନୂଆ ରୋମାନ୍ସ ସତେଜତା ଆଣିବ ଏବଂ ଆପଣଙ୍କୁ ଖୁସି ରଖିବ । ଏପରି ପରିସ୍ଥିତିକୁ ଦୂର କରିବା ପାଇଁ ଯଦି ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଅଛି, ତେବେ କିଛି ଅସମ୍ଭବ ହେବ ନାହିଁ। ବିଛା : – ଆଜି, ଯଦି ଆପଣ ଅନ୍ୟମାନଙ୍କ କଥା ଶୁଣି ବିନିଯୋଗ କରନ୍ତି, ତେବେ ଆର୍ଥିକ କ୍ଷତି ପ୍ରାୟ ନିଶ୍ଚିତ ଅଟେ । ଘରେ କିଛି ପରିବର୍ତ୍ତନ ଆପଣଙ୍କୁ ବହୁତ ଭାବପ୍ରବଣ କରିପାରେ, କିନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ସ୍ୱତନ୍ତ୍ର, ସେମାନଙ୍କ ଭାବନାକୁ ଆପଣ ପ୍ରକାଶ କରିବାକୁ ସମର୍ଥ ହେବେ ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଆଜି ଅପରାହ୍ନରେ ସମାପନ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ମେଳଣ ଉତ୍ସବ ପରେ ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଛି। ବଢୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ଯାତ୍ରାରେ ଭକ୍ତଙ୍କ ଆଗମନ ଉପରେ ରୋକ ଲଗାଇଥିବାବେଳେ ସେବକ ମାନକ ସଂଖ୍ୟା ମଧ୍ୟ କାଣ୍ଟଛାଣ୍ଟ କରିଥିଲା। ଯାହାଫଳରେ ଚଳିତ ବର୍ଷ ପଞ୍ଚଦୋଳ ଯାତ୍ରା ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ବାଣପୁର, ବାଲୁଗାଁ ତଥା ଚିଲିକା ଅଞ୍ଚଳର ହଜାର ହଜାର ଜନସାଧାରଣ ମାନେ ମୁଣ୍ଡପୋତି ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଘରେ ରହିଥିଲେ। ଶୁକ୍ରବାର ସଂଧ୍ୟାରୁ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ଗାଲୁଆ ଛକଠାରୁ ପଞ୍ଚଦୋଳ ପଡ଼ିଆ ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଏବଂ ଜନସାଧାରଣ ମାନେ ସ୍ୱତଃପ୍ରବୃତ ଭାବେ ବହୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨, ସୁନ୍ଦରଗଡରୁ ୨୭, ନୂଆପଡ଼ାରୁ ୨୩, କଟକରୁ ୧୯, ବଲାଙ୍ଗୀରିରୁ ୧୫, ବାଲେଶ୍ବରରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୭, ଅନୁଗୁଳରୁ ୬, ମୟୂରଭଞ୍ଜରୁ ୫, ପୁରୀରୁ ୫, ଯାଜପୁରରୁ ୪, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧, ରାୟଗଡ଼ାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ କୁ…

Read More

ରମେଶ ମହାନ୍ତି ଜଗତସିଂହପୁର: ଦିର୍ଘଦିନ ପରେ ତିର୍ତ୍ତୋଲ ବ୍ଳକ୍ ଛକରେ ଜଳିଲା ଆଲୁଅ। କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ତିର୍ତ୍ତୋଲ ବ୍ଳକ ଛକ ମୁଖ୍ୟ ଗେଟ୍ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ ରାତିରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ସଂନ୍ଧ୍ୟା ହେବା ପରେ ଅନ୍ଧାରର ସୁଯୋଗ ନେଇ ସେଠାରେ ଦେହଜିବୀ ମାନଙ୍କ ସହିତ ଅସାମାଜିକ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏହି ଅସାମାଜିକ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଖରାପ ବାତାବରଣ ସୃଷ୍ଟି ହେବା ସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଥିଲା। ଏନେଇ କିଛିଦିନ ପୂର୍ବେ ସମୀକ୍ଷା ନ୍ୟୁଜ୍ ରେ ଏକ ଖବର ପ୍ରକାଶ ପାଇଥିଲା। ନ୍ୟୁଜ୍ ପ୍ରକାଶ ପାଇବା ପରେ ସକ୍ରିୟ ହୋଇ ଉଠିଥିଲା ବ୍ଲକ୍ ପ୍ରଶାସନ। ଦୁଇଦିନ ପୁର୍ବେ ବ୍ଲକ୍ ପ୍ରଶାସନ ପକ୍ଷରୁ (ଜି.ଜି.ୱାଇ) ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ଲକଛକ ମୁଖ୍ୟ ଗେଟ୍ କଡରେ ଗୋଟିଏ ହାଇମାକ୍ସ ଲାଇଟ୍ ଓ ସିଡିପିଓ ଙ୍କ କାର୍ଯ୍ୟାଳୟ…

Read More

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ନୂଆ ଏସଓପି ଜାରି କରିଛି। ସକାଳ ୬ ଟା ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। କିନ୍ତୁ ଆସନ୍ତାକାଲିଠାରୁ ସବୁ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯିବ। ରବିବାର ଦିନକୁ ଛାଡି ଅନ୍ୟ ଦିନଗୁଡିକରେ ଭକ୍ତମାନେ ସକାଳ ୬ ଟାରୁ ଦର୍ଶନ ଆରମ୍ଭ କରିବେ। ଶ୍ରୀମନ୍ଦିର ବନ୍ଦ ପରେ ସପ୍ତାହକୁ ଦୁଇଥର ବିଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Read More