ମକର : – ଆଜି ଶୁଭ ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ଠାରୁ ବହୁତ ସମର୍ଥନ ମିଳିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । କଣ୍ଟିଜେଣ୍ଟ୍ ଲାଭ ହେତୁ ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ । କର୍କଟ: – କାର୍ଯ୍ୟ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ପରିବାରରେ ଭିନ୍ନତା ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ବନ୍ଦ ହୋଇଥିବା କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ, ଆପଣ ସମସ୍ତ କାର୍ଯ୍ୟକୁ ଭଲ ଭାବରେ କରିବାକୁ ସମର୍ଥ…
Author: Samikhsya Bureau
ମୀନ: – ଅବିବାହିତଙ୍କ ପାଇଁ ସମୟ ଅନୁକୂଳ, ବିବାହ ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ସେଠାରେ ଅଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ସାବଧାନ ରୁହନ୍ତୁ। ଆପଣଙ୍କର ଅଳସୁଆତା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପାରିବାରିକ ପରିବେଶ ଭଲ ରହିବ ମେଷ: – କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ…
ତୂଳା: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଅଧିକ ଚାପ ହେବ । କଠିନ ପରିଶ୍ରମ ଦ୍ୱାରା ବନ୍ଦ ହୋଇଯାଇଥିବା କାର୍ଯ୍ୟ ଅଗ୍ରଗତି ହେବ । ସହଯୋଗୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । ଚିନ୍ତା ନକରି କାରବାର ଏବଂ କୈଣସି ନିଷ୍ପତ୍ତି ଗ୍ରହଣକୁ ଏଡାଇ ଦିଆଯିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ମିଥୁନ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ ଏବଂ କଠିନ ପରିଶ୍ରମ କ୍ଷେତ୍ରରେ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ମନ ଅନୁଯାୟୀ ସଫଳତା ନ ପାଇବା ମାନସିକ ଚାପ ସୃଷ୍ଟି କରିପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ…
ଧନୁ: – ଆଜି ଏକ ଭଲ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ହେବାର ସମ୍ଭାବନା ମଧ୍ୟ ରହିବ । ବିନିଯୋଗ ଲାଭବାନ ହେବ । କାର୍ଯ୍ୟ ବିସ୍ତାର ପାଇଁ ଯୋଜନା କରିପାରିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ବହୁତ ଭଲ ଭାବରେ କାର୍ଯ୍ୟକାରୀ କରିବେ । ସିଂହ: – ଆଜି ସାଧାରଣ ଦିନ ହେବ । କ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ ଯେ କୈଣସି ପ୍ରସଙ୍ଗରେ ସମସ୍ୟା ଉପୁଜିପାରେ, ତେଣୁ ଚାକିରୀ ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ହୋଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ ।
ଭୁବନେଶ୍ୱର, କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟାରୁ ଜନସାଧାରଣ ସଂପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତାଙ୍କ ଉପରେ ଏକ ବୋଝ ସଦୃଶ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖା ଦେଇଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁ ଥିବାରୁ ଅପ୍ରେଲ ୪ ତାରିଖ ରବିବାର ସନ୍ଧ୍ୟା ଘ. ୬.୩୦ ମିନିଟ୍ ଠାରୁ ସନ୍ଧ୍ୟା ୭ ଘଟିକା ପର୍ୟ୍ୟନ୍ତ (୩୦ ମିନିଟ୍ ନିମନ୍ତେ) ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ସମସ୍ତ ଲାଇଟ୍ ଓ ବୈଦ୍ୟୁତିକ ଉପକରଣ ବନ୍ଦ୍ ରଖିବା ପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି । ଏହି ବର୍ଦ୍ଧିତ…
ନୟାଗଡ଼: ରଣପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ସହ ଏକ ୧୦ ଚକିଆ ଟ୍ରକ୍ ପୋଲିସ ଜବତ କରିଛି। ଏହାସହ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ର୍ୟାକେଟକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଏକ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର୍ୟାକେଟକୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ଏକ ୧୦ ଚକିଆ ଟ୍ରକ୍ ଓ ସେଥିରୁ ୩ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରଣପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ପଣ୍ଡା, ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ରାଜସୁନାଖଳା କୋଟଗଡ ଘାଟି ନିକଟରେ ଜଗି ରହିଥିଲେ।…
ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଦରର ବୃଦ୍ଧି ମଧ୍ୟରେ ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା ହ୍ରାସ କରାଯାଇଛି। ହ୍ରାସ ହୋଇଥିବା ଦର ଆଜି ରାତି ୧୨ ଟା ରୁ ଲାଗୁ ହେବ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏହି ସୂଚନା ଦେଇଛି।
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏପ୍ରିଲ ମାସ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ଲାଇନ୍ ଏପ୍ରିଲ ୧ରୁ ୩୦ ତାରିଖ ଯାଏଁ ଲାଗୁ ରହିବ। ସତର୍କତାର ସହ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ କରିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏବଂ ମ୍ୟୁନିସ୍ପାଲ୍ କମିଶନର୍ଙ୍କ କ୍ଷମତା ପରିଧି ମଧ୍ୟରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିବାର ନିଷ୍ପତ୍ତି ରହିବ। ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଘରକୁ ଘର ଯାଇ ସର୍ଭେ କରାଯିବ। ଆରଟିପିସିଆର ଟେଷ୍ଟକୁ ଅଧିକ କରାଯିବାକୁ ନିର୍ଦ୍ଦେଶ ହୋଇଛି। ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି। ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସମାବେଶରେ ୨୦୦ ଲୋକଙ୍କୁ ଅନୁମତି ରହିଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର। ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଟାଇମ୍ସ ଗ୍ରୁପ୍ ଦ୍ୱାରା ଆୟୋଜିତ ଟାଇମ୍ସ ହେଲ୍ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍, ନେକ୍ସ୍ଟ ଜେନେରେସନ୍ ମଲ୍ଟି ସ୍ପେଶାଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)କୁ ମିଳିଛି ଏହି ସମ୍ମାନ। ଟାଇମ୍ସ ହେଲ୍ଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜିଂ କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ମମ୍। ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅଙ୍କୋଲୋଜି, ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅବ୍ଷ୍ଟ୍ରେଟିକ୍ସ, ୟୁରୋଲୋଜି, ଏର୍ମଜେନ୍ସି ଆଣ୍ଡ ଟ୍ରମା ଏବଂ ପେଡିଆଟ୍ରିକ୍ସ ଭଳି ବିଭାଗଗୁଡ଼ିକ ଏମର୍ଜିଂ କାଟେଗୋରୀରେ ଟାଇମ୍ସ ହେଲ୍ଥ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫, କଟକରୁ ୨୫, ନୂଆପଡାରୁ ୨୨, ସୁନ୍ଦରଗଡରୁ ୧୨, ମୟୂରଭଞ୍ଜରୁ ୧୧, ଗଞ୍ଜାମରୁ ୬, ବାଲେଶ୍ବରରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୪, ରାୟଗଡାରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ଦେବଗଡ଼ରୁ ୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ପୁରୀରୁ ୨, ସୋନପୁରରୁ ୨, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧, ସମ୍ବଲପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୫୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ/ୱାଶିଂଟନ: ଗତ ଏକ ବର୍ଷ ତୁଳନାରେ ଭାରତ ବହୁତ ଆଗକୁ ଚାଲିଯାଇଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ନିୟୋଜିତ ବିଶ୍ଵ ବ୍ୟାଙ୍କ ମୁଖ୍ୟ ଅର୍ଥଶାସ୍ତ୍ରୀ ହଂସ ଟିମର କହିଛନ୍ତି। ଯଦି ଏକ ବର୍ଷର ପୂର୍ବ କଥା ଚିନ୍ତା କରାଯାଏ, ତେବେ ଭାରତର ଆର୍ଥିକ ସ୍ଥିତିରେ ଅଭୁତପୂର୍ବ ହ୍ରାସ ଘଟିଥିଲା। କରୋନା ଟିକାକୁ ନେଇ କୌଣସି ସ୍ପଷ୍ଟତା ନଥିଲା। ମହାମାରୀ ବିଷୟରେ ଅନିଶ୍ଚିତତା ଲାଗିରହିଥିଲା। ଯଦି ଏବେ ଏହାର ତୁଳନା କରାଯାଏ, ତେବେ ଭାରତର ଅର୍ଥ ବ୍ୟବସ୍ଥା ପୁଣିଥରେ ବୃଦ୍ଧି ହେବାର ଦେଖିବାକୁ ମିଳୁଛି। ଭାରତ ଟୀକାକରଣ ଆରମ୍ଭ କରିବା ସାଙ୍ଗକୁ ଟୀକା ପ୍ରସ୍ତୁତିରେ ଭାରତ ଅଗ୍ରଣୀ ଭୂମିକା ତୁଲାଉଛି ବୋଲି ହଂସ ତିମର କହିଛନ୍ତି।
ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ବର୍ତ୍ତମାନ ରାଜନୀତି ସରଗରମ ହୋଇ ଉଠିଛି। ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳ ଅଭିଯୋଗ କରିଛି ଯେ, ପିପିଲି ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ ଡାକ୍ତର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ଡାକ୍ତର ଜଣଙ୍କ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଡାକ୍ତରଙ୍କୁ ତୁରନ୍ତ ବଦଳି କରାଯିବା ସହିତ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରୁ ନିବୃତ ରହିବା ପାଇଁ ବିଜେପି ଅନୁରୋଧ କରିଛି। ଏହି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ପ୍ରମାଣ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେଲା ଲଗାତାର ୩୦ ହଜାରାରୁ ଉର୍ଦ୍ଧ୍ଵ କରୋନା ମାମଲା ଦେଖିବାକୁ ମିଳୁଛି। ମହାରଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ବୋଲି ବିଏମସି କମିଶନର ଇକବାଲ୍ ସିଂହ ଚହଲ କହିଛନ୍ତି। ମୁମ୍ବାଇରେ କେବଳ ୪୯ ଦିନରେ ୯୧ ହଜାର କେସ୍ ଆସିଛି। କମିଶନରଙ୍କ ମୁତାବିକ ମୁମ୍ବାଇରେ ୭୪ ହଜାର କେସ୍ ଅଛି, ଯେଉଁଥିରେ କୌଣସି ଲକ୍ଷଣ ଦେଖାଯାଇନି। ତେଣୁ କରୋନା ଏବେ ଏକ ସାଇଲେଣ୍ଟ କିଲର ଭାବେ ଦେଖାଯାଉଛି। ମୋଟ ୯୧ ହଜାର କେସରୁ ମାତ୍ର ୧୭ ହଜାର ମାମଲାରେ ଲକ୍ଷଣ ଦେଖାଯାଇଛି। ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ଦେହରେ ଷ୍ଟାମ୍ପ ଲଗାଯାଉଛି। ଯଦି ସର୍ବସାଧାରଣ ସ୍ଥାନ ମଧ୍ୟକୁ ସେମାନେ ଯାଅନ୍ତି, ତେବେ ତାଙ୍କ ନାଁରେ ଏତଲା କରାଯାଇ ଗିରଫ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ପାଟଣା: ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ ଭଦୌନୀ ପଞ୍ଚାୟତରେ ଗତ ୪୮ ଘଣ୍ଟା ମଧ୍ୟରେ ୬ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ୭ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଗୁରୁତର ଅବସ୍ଥାରେ ପାଟଣା ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଅଧିକାରୀଙ୍କ ଦ୍ଵାରା ମୃତ୍ୟୁର କାରଣ ଏଯାଏଁ ଔପଚାରିକ ଘୋଷଣା ହୋଇନି। କିନ୍ତୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହା ତିନି ଜଣ ଲୋକ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣଙ୍କ ଏତ୍ମାଦପୁର ଥାନାରେ ତିନିଜନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ବିଷୟରେ ଆରକ୍ଷୀ ଅଧିକ୍ଷକ ଆରଏ ସତ୍ୟଜିତ ଗୁପ୍ତା କହିଛନ୍ତି ଯେ, ଅଭିଯୁକ୍ତଙ୍କ ନାମରେ ଗଣଦୁଷ୍କର୍ମ, ଲୁଟ ଏବଂ ଜୀବନରୁ ମାରିଦେବା ଧମକର ଧାରାରେ କେସ ରୁଜ୍ଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଚଡିଦେବଗୌଡାଙ୍କ ବ୍ୟତୀତ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ସଂକ୍ରମଣ ହୋଇଛନ୍ତି। ଆଜି ଦେବଗୌଡା ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏଚଡି ଦେବଗୌଡାଙ୍କ ବୟସ ଏବେ ୮୭ ବର୍ଷ। ସେ ଜୁନ ୧ ତାରିଖ ୧୯୯୬ ଠାରୁ ଏପ୍ରିଲ ୨୧ ତାରିଖ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହିତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୯୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଳାହାଣ୍ଡି ଜିଲ୍ଲାରୁ ୫୭ ଜଣ, ଅନୁଗୁଳ ଜିଲ୍ଲାରୁ ୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୧୮ ଜଣ,…
ଭୁବନେଶ୍ବର, ଆସନ୍ତା 2 ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ଶୁକ୍ରବାର ଦିନ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୫୨ ହଜାର ୫୬୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ କୋଲକାତାସ୍ଥିତ ରେଳ ସୁରକ୍ଷା ଆୟୁକ୍ତ ପୂର୍ବ ତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଇଞ୍ଜିନିୟର ବି. ପି. ପଣ୍ଡା, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏସ.କେ ସିଂ ଏବଂ ରେଳ ବିଦ୍ୟୁତିକରଣର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) ଶ୍ରୀ କେ ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ୬୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନରେ ବିଦ୍ୟୁତିକରଣ କାର୍ୟ୍ୟ ଯାଞ୍ଚ କରିଛନ୍ତି। ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପରିଚାଳିତ ଯାଞ୍ଚ ସମୟରେ ସ୍ୱତନ୍ତ୍ର ଟ୍ରେନ କୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ଼ ଟାଉନ୍ ଠାରୁ ଖୋର୍ଦ୍ଧା ରୋଡ୍ ପର୍ୟ୍ୟନ୍ତ ୮୦ କିଲୋମିଟର ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର୍ୟ୍ୟ ସମ୍ପାଦନ କରାଯାଇଥିଲା। ଏହି ବିଦ୍ୟୁତିକରଣ ପ୍ରକଳ୍ପ ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୟାଗଡ଼ ଟାଉନରୁ ମହିପୁର…

