ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ଥାନ ସହ ଆଲୋଚନା ଲାଗି ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଛନ୍ତି। ପିଡିପି ଅଧ୍ୟକ୍ଷ ମହବୁବା ମୁଫ୍ତି ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ଟ୍ବିଟ ମାଧ୍ୟମରେ ମହବୁବା ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଏଭଳି ପ୍ରୟାସ ଏକ ଉଚିତ୍ ପଦକ୍ଷେପ ଅଟେ। ଯେମିତି ବାଜପେୟୀ କହୁଥିଲେ କି, ବନ୍ଧୁ ବଦଳି ପାରନ୍ତି, କିନ୍ତୁ ପଡୋଶି ନୁହେଁ। ମୁଁ ଆଶା କରୁଛି କି, ଏହି ଆଲୋଚନା ସମାଧାନ ପ୍ରକ୍ରିୟା ଆଡକୁ ଯିବ। ଏବଂ କାଶ୍ମୀରରେ ଶାନ୍ତି ଫେରିବ ବୋଲି ମୁଫ୍ତି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପାକିସ୍ଥାନ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚିଠି ଲେଖି ପାକିସ୍ଥାନ ଲୋକଙ୍କୁ ଶୁଭକାମନା ଜଣାଇଥିଲେ। ଗୋଟିଏ ପଡୋଶୀ ଦେଶ ଭାବେ ଭାରତ ସବୁବେଳେ ପାକିସ୍ଥାନ ଲୋକଙ୍କ ସହ ଶୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଇଚ୍ଛା କରିଥାଏ। ଏଥିପାଇଁ ଅବିଶ୍ଵାସ,…
Author: Samikhsya Bureau
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍ସ୍ପଟ୍ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବରଗଡରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୯, ସୁନ୍ଦରଗଡରୁ ୭, ବାଲେଶ୍ବରରୁ ୫, କଟକରୁ ୫, ଯାଜପୁରରୁ ୫, ନବରଙ୍ଗପୁରରୁ ୪, ରାୟଗଡାରୁ ୪, ଜଗତସିଂହପୁରରୁ ୩, ସମ୍ବଲପୁରରୁ ୩, ଗଞ୍ଜାମରୁ ୨, ନୂଆପଡ଼ାରୁ ୨, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୩୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ କୁ ବୃଦ୍ଧି ହୋଇଛି। ତେବେ ୯୩୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ଗୋଟିଏ ଗାଁରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକର ଏକ ଗାଁରୁ ୨୯ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୫୬ ଟି ନମୁନା ମଧ୍ୟରୁ ୨୯ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ସିନାପାଲୀ ବିଡିଓ ଏନେଇ ସୂଚନା ଦେଇଛନ୍ତି। ଏହା ପରେ ସମ୍ପୃକ୍ତ ଗାଁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ କହିଛନ୍ତି। ସେହି ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁର ସମସ୍ତ ଲୋକଙ୍କ କରୋନା ପରୀକ୍ଷା କରାଯିବ ବୋଲି ବିଡିଓ କହିଛନ୍ତି। ଏହା ସହ ଗାଁରେ ହେବାକୁ ଥିବା ବାହାଘର କାର୍ଯ୍ୟକ୍ରମ ଏବଂ ସାପ୍ତାହିକ ହାଟକୁ ମଧ୍ୟ ସରପଞ୍ଚ ବନ୍ଦ କରିଦେଇଛନ୍ତି। ତେବେ ଏହି ଗାଁଟି ଛତିଶଗଡ ସୀମାକୁ ଲାଗିଥିବାରୁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।
ଭୁବନେଶ୍ଵର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ସଂକ୍ରମଣ ବଢିବା ଯୋଗୁଁ ପ୍ରଶାସନ ଧୀରେ ଧୀରେ ତତ୍ପରତା ଦେଖାଉଛି। କଟକଣା ଲଗାଇ ସଂକ୍ରମଣକୁ ରୋକିବା ପାଇଁ ପୁଣିଥରେ ପ୍ରଶାସନ ପ୍ରୟାସ ଆରମ୍ଭ କରିଦେଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହା ଉପରେ କଡା ନଜର ରଖୁଛି। ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଟକଣା ଲାଗିବ। ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି। ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହେବା ପାଇଁ ମନା…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ, ଆମର ଲକ୍ଷ୍ୟ ଟିବି (ଯକ୍ଷ୍ମା) ମୁକ୍ତ ଭାରତ। ଯେକୌଣସି ଲୋକକୁ ଯକ୍ଷ୍ମା ରୋଗ ହୋଇପାରେ। ଏହାର ଲକ୍ଷଣ ହେଉଛି ଦୁଇ ସପ୍ତାହରୁ ଅଧିକ କାଶ ଲାଗି ରହିବା,ସଂନ୍ଧ୍ୟା ସମୟରେ ଅଳ୍ପ ଜ୍ୱର ହେବା, ଓଜନ କମିଯିବା, ଭୋକ ନ ଲାଗିବା ଏବଂ କଫରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଯକ୍ଷ୍ମା ରୋଗୀ ଏଚ୍.ଆଇ.ଭି ଓ ମଧୁମେହ ପରିକ୍ଷା କରିବା ନିହାତି ଜରୁରି। ଅନିୟମିତ କିମ୍ବା ଅସମ୍ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଔଷଧ ପ୍ରତିରୋଧକ ଯକ୍ଷ୍ମା ହୋଇପାରେ। ସମସ୍ତ ସରକାରୀ/ବେସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସେମାନଙ୍କ ଦ୍ବାରା ଚିହ୍ନଟ ଓ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ବନ୍ଧରେ ଜିଲ୍ଲା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି। ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି। ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି। ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଟି ୟୁକେ ଷ୍ଟ୍ରେନ ଚିହ୍ନଟ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଟି ରାଜ୍ୟରୁ ମୋଟ ୭୭୧ ଟି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ୭୭୧ ଟି ନୂଆ ଷ୍ଟ୍ରେନ ମଧ୍ୟରୁ ୭୩୬ ଟି ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବେଳେ ୩୪ ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ଟି ୟୁକେ ଷ୍ଟ୍ରେନ ମଧ୍ୟରୁ ସର୍ବାଧିକ ୩୩୬ ଟି ପଞ୍ଜାବରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ୩ଟି ରହିଛନ୍ତି। ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ.କେ ସିଂହ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ଦୈନନ୍ଦିନ ଶହ ଶହ ପଥଚାରୀ ଏହି ବାଟ ଦେଇ ଯିବାଆସିବା କରୁଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ନିଜର ଦାବି ହାସଲ ପାଇଁ ଗାନ୍ଧୀମାର୍ଗରେ ଜନ ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଓଡ଼ିଶାରେ ପ୍ରବେଶ କରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଭାବେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ତେବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଗାନ୍ଧୀମାର୍ଗ ପ୍ରତି ବିପଦ ରହିଥିବାରୁ ସମାଜସେବୀ ପ୍ରତାପ ସାହୁ ଏକ ନିଆରା ଢଙ୍ଗରେ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜି କରିଛନ୍ତି। ପ୍ରତାପଙ୍କ ଏଭଳି ଉଦ୍ୟମକୁ ରାଜଧାନୀ ବାସୀ ପ୍ରଶଂସା କରିଥିବା ବେଳେ ଏ ବାବଦରେ ପ୍ରତାପ କୁହନ୍ତି ଯେ, ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ।…
ନୂଆଦିଲ୍ଲୀ: ମହାରାଷ୍ଟ୍ର ଲେଟର ବମ୍ ମାମଲାରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରିଥିଲେ। ହେଲେ ଆଜି ଉଚ୍ଚତମ ନ୍ୟାୟଳୟ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହି ଯାଚିକା ଉପରେ ଶୁଣାଣି କରି ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ସୁଭାଷ ରେଡ୍ଡୀ କହିଛନ୍ତି ଯେ, ପୂର୍ବତନ କମିଶନରଙ୍କ ଅଭିଯୋଗ ସଙ୍ଗୀନ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ଏହି ମାମଲା ଉଚ୍ଚତମ ନ୍ୟାୟଳୟ ନୁହେଁ, ବରଂ ଉଚ୍ଚ ନ୍ୟାୟାଳୟରେ ଉଠାଇବା ଉଚିତ୍।
ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକା କରୋନା ସଂକ୍ରମଣ ହୋଇଛନ୍ତି। ଏବେ ଅଭିନେତା ଆମିର ଖାନ କରୋନାରେ ସଂକ୍ରମଣ ହୋଇଛନ୍ତି। ସଂକ୍ରମଣ ହେବା ପରେ ଆମିର ଘରେ କ୍ଵାରେଣ୍ଟିନରେ ଅଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଆଙ୍କୁଲା ଗ୍ରାମର ୩୨ ବର୍ଷୀୟ ସନ୍ତୋଷ ବାରିକ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କର ଚିକିତ୍ସାରେ ସହାୟତା ପାଇଁ ପୂର୍ବରୁ ବହୁ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ଶେଷରେ ସନ୍ତୋଷଙ୍କୁ ସହାୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡ଼ା. ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଙ୍କୁଲା ଗ୍ରାମରେ ସନ୍ତୋଷଙ୍କ ବାସଭବନକୁ ଆସି ଭୁବନେଶ୍ୱର ଏମ୍ସ ମେଡିକାଲକୁ ନେଇଛନ୍ତି। ଡ଼ା. ପାତ୍ର ନିଜେ ଆମ୍ବୁଲାନ୍ସ ଯୋଗେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡ଼ା. ସଞ୍ଜୟ ଗିରି, ଡ଼ା. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ଭୁବନେଶ୍ୱର…
ନୂଆଦିଲ୍ଲୀ: ନ୍ୟାୟଧୀଶ ଏନଭି ରମଣା ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ ଅରବିନ୍ଦ ବୋବଡେ କେନ୍ଦ୍ର ଆଇନ ମନ୍ତ୍ରାଳୟଙ୍କୁ ନ୍ୟାୟଧୀଶ ରମଣାଙ୍କ ନାମ ସୁପାରିସ୍ ପାଇଁ ପଠାଇଛନ୍ତି। ବୋବଡେଙ୍କ ପରେ ଏନଭି ରମଣା ଉଚ୍ଚତମ ନ୍ୟାୟାଳୟର ସବୁଠୁ ବରିଷ୍ଠ ବିଚାରପତି। ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଭାବେ ନ୍ୟାୟଧୀଶ ରମଣା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ଜନ୍ମ ଗ୍ରହଣ କରିଥିଲେ। ଏନଭି ରମଣା ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟଳୟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ୨୦୧୪ ଫେବୃୟାରୀରେ ଉଚ୍ଚତମ ନ୍ୟାୟଳୟକୁ ଯିବା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି…
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୭୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୨୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦୦୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୨୭ ଜଣ, କଟକ ଜିଲ୍ଲାରୁ ୨୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୨ ଜଣ,…
ରମେଶ ମହାନ୍ତି ଜଗତସିଂହପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସକାଳ ୭ଟା ସମୟରେ ଜଗତସିଂହପୁର ଥାନା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ। ଏ ହି ସମସ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର…
ନୂଆଦିଲ୍ଲୀ/ ଭୁବନେଶ୍ବର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଏମ୍ସ ପାଇଁ ସ୍ଵତନ୍ତ୍ର ପାଣ୍ଠି ଦେବାକୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏମ୍ସର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହା ସହ ଏମ୍ସରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ବିଭିନ୍ନ ବିଭାଗ ପାଇଁ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ମଧ୍ୟ ଦର୍ଶାଇଛନ୍ତି। ତେଣୁ ଲୋକେ ଏମ୍ସ ଠାରୁ ଉପଯୁକ୍ତ ସୁବିଧା ପାଇପାରୁନାହାନ୍ତି। ଯାହାଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏତଦବ୍ୟତିତ ବାଲେଶ୍ଵର ସାଟେଲାଇଟ୍ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୭ ଲକ୍ଷ ୩୪ ହଜାର ୫୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୮ ହଜାର ୪୫୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।
ଭୁବନେଶ୍ୱର, ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଚଳିତ ମାସ ୩୦ ତାରିଖ ଠାରୁ ୬୮୪୨୬ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭୁବନେଶ୍ୱରରୁ ଅପରାହ୍ନ ୪ଘ.୩୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୯ଘ.୩୫ମି.ରେ ପହଞ୍ଚିବ। ଫେରିବା ପଥରେ ୬୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ କେନ୍ଦୁଝରଗଡ଼ ଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୧ଘ.୦୫ମି.ରେ ପହଞ୍ଚିବ। ଏହି ଟ୍ରେନ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କପିଳାସ ରୋଡ଼, ବୈରୀ, ଧାନମଣ୍ଡଳ, ଜେନାପୁର, ଯଖପୁରା, ସୁକିନ୍ଦା ରୋଡ଼, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର ଓ ନରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ।…
ଭୁବନେଶ୍ବର, ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରି ନଥିବାରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍ଧ ହୋଇଥାଏ । ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ସରକାରୀ ସ୍କୁଲ ଓ କଲେଜରେ…

