Maha Shivaratri: ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ । ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ । ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଶୈବ୍ୟ କ୍ଷେତ୍ରରେ…
Author: Samikhsya Bureau
ମେଷ- ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଦୀର୍ଘ ରହଣି ଯୋଜନା କରାଯାଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ…
କୁମ୍ଭ- ଭ୍ରମଣ ଲାଭଦାୟକ ହେବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଉପହାର ଗ୍ରହଣ କରିବେ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଅଂଶୀଦାରମାନଙ୍କ ସହଯୋଗ ଦେବେ । ମୀନ-ଆର୍ଥିକ ଅସୁବିଧା ଆସିପାରେ । ଅଯଥା ଖର୍ଚ୍ଚ ହେବ । ଠିକ୍ ସମୟରେ ବ୍ୟବସ୍ଥା ହେବ ନାହିଁ । ଆଶା ଏବଂ ନିରାଶାର ଭାବନା ରହିବ । ଚିନ୍ତାଧାରାରେ ସ୍ୱଚ୍ଛତାର ଅଭାବ ସମସ୍ୟାକୁ ଆହୁରି ବଢାଇପାରେ ।
ଧନୁ- ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । ଏହି ସଫଳତାରେ ଖୁସି ହେବେ । ସହଭାଗୀମାନେ ସମର୍ଥିତ ହେବେ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ସମ୍ମାନ ପାଇବ । ମକର- ଭୁଲିଯାଇଥିବା ସହକର୍ମୀମାନଙ୍କ ସହିତ ସାକ୍ଷାତ କରିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ରହିବ । ଏକ ବଡ଼ କାର୍ଯ୍ୟ ଏବଂ ଦୀର୍ଘ ସମୟ ଭଳି ଅନୁଭବ କରିବେ ।
ତୂଳା- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ କଷ୍ଟ ଦାୟକ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିପାରିବେ । ଜଣେ ଜ୍ଞାନୀ ବ୍ୟକ୍ତି ମାର୍ଗଦର୍ଶନ କରିବେ । ବିଛା- ଆପଣ ଏକ ନୂତନ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ଚିନ୍ତା କରନ୍ତୁ । ଚାକିରିରେ ସମସ୍ୟା ହୋଇପାରେ । ଭଲ ଦାୟିତ୍ୱରେ ରହିବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କାରବାରରେ ସତର୍କତା ଆବଶ୍ୟକ ।
ସିଂହ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସରକାରୀ ସହାୟତା ମିଳିବ । ଟଙ୍କା ମିଳିବା ସହଜ ହେବ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ସାନ ଭାଇ ଏବଂ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । କାହାର ଝଗଡା ରେ ପଡ଼ନ୍ତୁ ନାହିଁ । ବିବାଦ ସହିତ ଦୁଃଖ ସମ୍ଭବ । କନ୍ୟା- ଜମି ହଟାଇବା ଏବଂ ବାଧା ସୃଷ୍ଟି କରି ପରିସ୍ଥିତି ଅନୁକୂଳ ହେବ । ସ୍ଥାୟୀ ସମ୍ପତ୍ତିର ବହୁତ ବଡ କାରବାର ହୋଇପାରେ । ସେଠାରେ ସୁଖ ଏବଂ ତୃପ୍ତି ରହିବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ ।
ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟୀମାନଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି ପାଇବ । କର୍କଟ- ସ୍ୱାସ୍ଥ୍ୟ ଦୁର୍ବଳ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । ଯଥାସମ୍ଭବ ଭ୍ରମଣରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଶତ୍ରୁମାନେ ସକ୍ରିୟ ରହିବେ ।
ମେଷ-ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ ।
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ପେଟ୍ରୋଲ ଏବଂ ଡ଼ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ସହିଦନଗରସ୍ଥିତ ଆଲୋକ ଭାରତୀ ଟାୱାରରେ ଅବସ୍ଥିତ ପେଟ୍ରୋଲ ଓ ଡ଼ିଜେଲ କମ୍ପାନୀକୁ ଘେରାଉ କଯାଇଥିଲା। ଏଥିରେ ଦାବିସମୂହ ଥିଲା ସମସ୍ତ କର୍ମଚାରୀଙ୍କର ଦରମା ବୃଦ୍ଧି କରିବା, କେତେକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କ ପ୍ରୋଭିଡ଼େଣ୍ଟ ଫଣ୍ଡ ଓ ଇଏସ୍ଆଇ ଲାଗୁ କରିବା, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ବନ୍ଦ କରିବା, କର୍ମଚାରୀ ଛଟେଇ ବନ୍ଦ କରିବା, ମହଙ୍ଗାଭତ୍ତା ପ୍ରଦାନ କରିବା, ତୈଳ କମ୍ପାନୀମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କର୍ମଚାରୀମାନଙ୍କୁ ଯୋଗାଇ ଦେବା, ବର୍ଷକୁ ଦୁଇହଳ ପୋଷାକ ଓ ଜୋତା ଯୋଗାଇଦେବା। ତତସହିତ ସିଟି ଆଲାଉନ୍ସ ପ୍ରଦାନ କରିବା ଦାବିରେ କର୍ମଚାରୀ ସଂଘର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ସହିଦ ନଗର ଟ୍ରାଫିକ ଛକରୁ ଏକ ଶୋଭାଯାତ୍ରା ବାହାରି ତୈଳ କମ୍ପାନୀ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଂଚଳରେ ସୁନା ଦୋକାନୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍ ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ୍। ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ୩ଶହ ଗ୍ରାମ ସୁନା, ନଗଦ ୨ଲକ୍ଷ ୭୫ହଜାର ଟଙ୍କା ଜବତ କରାଯାଇଛି। ପୋଲିସ୍ ସୂଚନା ମୁତାବକ, ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁ ଅଂଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁର୍ବୃଚା ଏକ ବାଇକ୍ରେ ଆସି ଗୁଳି ମାରିବା ସହ ସୁନାଗହଣା ଲୁଟି ନେଇଥିଲେ। ଅନ୍ୟପକ୍ଷରେ ଗୁଳିମାଡ଼ ଯୋଗୁଁ ରୋହିତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବଡ଼ଗାଁ ଥାନା ପୋଲିସ୍ କେଶ୍ ନଂ ୩୯୪, ୩୯୭, ୩୦୨,୨୫(୧ବି ଏ), ୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଗିରଫ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତରେ ୨୦୧୯/୨୦ ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୫ ମାସ ହେଲା କାର୍ଯ୍ଯାଳୟକୁ ଆସୁ ନଥିବା ଅଭିଯୋଗ ମଧ୍ୟ ହୋଇଛି। ତିନି ମାସ ହେଲା କ୍ଲଷ୍ଟର ଟିଏମସିର ଟଙ୍କାକୁ ପିଇଓ ନିଜ ପାଖରେ ରଖି ବିଲ୍ ହୋଇନାହିଁ ବୋଲି କହୁଥିବାର ଅଭିଯୋଗ ହୋଇଛି। ସୋରଣ ଗ୍ରାମପଞ୍ଚାୟତର ସରପଞ୍ଚ ସୁଜାତା ବିଶ୍ଵାଳ ଏଭଳି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଚିଲିକା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସୋରଣ ପଂଚାୟତରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚର ସ୍ଥାନ ଚୁଡାନ୍ତ ହୋଇଛି। ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଏନେଇ ସୂଚନା ଦେଇଛି। ଫାଇନାଲ ମ୍ୟାଚ ଇଂଲଣ୍ଡର ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ଆଇସିସି ଆଜି ସ୍ପଷ୍ଟ କରିଦେଇଛି। ସାଉଥେମ୍ପ୍ଟନର ହାମ୍ପଶାୟର ସ୍ଥିତ ବାଉଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଥିଲା। ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ସୋମବାର ଦିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ। ଏହି ନିଷ୍ପତ୍ତି ବହୁ ଦିନ ପୂର୍ବରୁ ନିଆଯାଇଥିଲା ବୋଲି ଗାଙ୍ଗୁଲି କହିଥିଲେ। କରୋନା ମହାମାରୀ କାରଣରୁ ଏଭଳି ନିଷ୍ପତ୍ତି ହୋଇଛି, କାରଣ ବର୍ତ୍ତମାନ ଖେଳାଯିବାକୁ ଥିବା ପଡ଼ିଆ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ହରିୟଣାର ମନୋହର ଲାଲ ଖଟ୍ଟର ସରକାର ବିରୋଧରେ କଂଗ୍ରେସ ଆଜି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହା ପୂର୍ବରୁ ଆଜି ଗୃହରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହେଲେ ଏହି ଅନାସ୍ଥା ପ୍ରସ୍ତାବରେ ସରକାରକୁ ବଡ ବିଜୟ ମିଳିଛି। ଏହି ଅନାସ୍ଥା ପ୍ରସ୍ତାବରେ ମନୋହର ଲାଲ ଖଟ୍ଟର ସରକାର ସମର୍ଥନରେ ୫୫ ଟି ଭୋଟ ପଡ଼ିଥିଲା। ଆଜି ସକାଳ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇ ସରକାର ଉପରେ କଂଗ୍ରେସ ପକ୍ଷରୁ ଅନେକ ଅଭିଯୋଗ ଲଗାଯାଇଥିଲା। ଯାହାଫଳରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଗୃହରେ ଉତ୍ତର ରଖିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ।
ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ। ଓଡିଶାର ବିଜେପି ସାଂସଦମାନେ ଅଗ୍ନିକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟିବା ପରେ କେନ୍ଦ୍ରୀୟ ଟିମକୁ ଓଡିଶା ପଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଏହି ଟିମ୍ ନିଆଁ ଲିଭାଇବାରେ ମୁତୟନ ଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ସହ ମିଶି କାର୍ଯ୍ୟ କରିବେ। ଏହି ବିଶେଷଜ୍ଞ ଦଳ ସେଠାକାର ପରିସ୍ଥିତ ସମ୍ପର୍କରେ ପ୍ରତିଦିନ ଅନୁଧ୍ୟାନ କରିବେ।
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନାରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ଆସିବା ଲଜାଜନକ ଘଟଣା ପାଲଟିଛି। ତେବେ ପୁଣି ଥରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଝାରପୋଖରିଆ ଥାନାରେ ପିଡିତାଙ୍କ ଲିଖିତ ଅଭିଯୋଗ ମୁତାବକ ରାତିରେ ଘରେ ଶୋଇଥିବା ସମୟରେ ପଂଚମତଳିଆ ଗ୍ରାମର ବାସା ବେଶ୍ରା(୪୫) ତାଙ୍କ ଘର ଭିତରୁ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ପାଟିତୁଣ୍ଡ ଶୁଣି ଘରଲୋକ ଆସି ଯିବାରୁ ବାସା ଦଉଡି ପଳାଇଥିଲା। ଏହାକୁ ନେଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ ମୁତାବକ ୩୯/୨୧ରେ ମାମଲା ରୁଜୁ କରି ଦଫା ୪୫୭/୩୭୬(୧)/୫୧୧/୫୦୬ ଆଇପିସି ଧାରା ଅନୁସାରେ ବାସା ବେଶ୍ରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁଦର୍ଶନ ଗାଙ୍ଗେଇ ପ୍ରକାଶ କରିଛନ୍ତି।
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋୟାର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ବିଭିନ୍ନ ପିଇବା ପାଣି ପ୍ରକଳ୍ପ।ନୂଆପଡାର ତିନୋଟି ମୁଖ୍ୟ ସମସ୍ୟା ଥିଲା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳ ସେଚନ ଅଭାବରୁ ଚାଷବାସ ରେ ଅସୁବିଧା ହେଉଥିଲା ଏବଂ ଯୋଗାଯୋଗ ବ୍ୟବସ୍ତା ଉନ୍ନତ ନଥିବାରୁ ଆର୍ଥିକ ଉନ୍ନତି ସାଧିତ ହୋଇ ପାରୁନଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନେତୃତ୍ବରେ ନୂଆପଡାର ଏହି ୩ ଗୋଟି ସମସ୍ୟାର ସମାଧାନ ହୋଇ ପାରିଛି ଏବଂ ନୂଆପଡା ଓଡିଶାର ବିକାଶ ଇତିହାସ ରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଏହି ଅବସରରେ…
ଭୁବନେଶ୍ବର: ଆଜି ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୨୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୫ ଟି ଜିଲ୍ଲାରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମାନବୀର ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ -୨୦ ବର୍ଷ ପାଇଁ ଓଡିଶା ନ୍ୟାୟିକ ସେବା(ଓଜେଏସ) ପରୀକ୍ଷାର ଫଳାଫଳ ମଙ୍ଗଳବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୃଷ୍ଣା ସୁବୁଦ୍ଧି (୨୮) କୃତିତ୍ଵ ଲାଭ କରିଛନ୍ତି। ବାଣପୁର ଏନ.ଏ.ସି ଅନ୍ତର୍ଗତ ବଜାର ସାହିର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସୁବୁଦ୍ଧି ଓ ସ୍ୱର୍ଗତା ଲକ୍ଷ୍ମୀ ସୁବୁଦ୍ଧିଙ୍କ ଏକମାତ୍ର ଝିଅ ହେଉଛନ୍ତି କୃଷ୍ଣା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପ୍ରାପ୍ତ କରିଛନ୍ତି। ଏବଂ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର(ଏଲଏଲଏମ) ହାସିଲ କରିଛନ୍ତି। ପରେ ସେ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗତ ବର୍ଷ ରାଜ୍ୟ ଲୋକସେବା ଆୟୁକ୍ତ ପକ୍ଷରୁ ୫୨ଟି ନ୍ୟାୟିକ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ…
ଭୁବନେଶ୍ୱର: ଜିଓ ବିଜନେସ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଲାଗି ଏକ ସମନ୍ୱିତ ସେବା ପ୍ରଦାନ ଆରମ୍ଭ କରାଯାଇଛି। ଏହା ମୂଳତଃ ତିନିଟି ସ୍ତମ୍ଭ ଉପରେ ପର୍ୟ୍ୟବେସିତ, ଯାହମଧ୍ୟରେ ରହିଛିି, ଏଂଟରପ୍ରାଇଜ୍-ମାନ୍ର ଫାଇବର୍ ସଂଯୋଗ ଯାହା ଭଏସ୍ ଓ ଡାଟା ସେବା ପ୍ରଦାନ କରିବ; ଡିଜିଟାଲ୍ ସମାଧାନ ଯାହା ଏଣ୍ଟରପ୍ରାଇଜ୍କୁ ପରିଚାଳନା କରିବା ଏବଂ ସେମାନଙ୍କ ବ୍ୟବସାୟକୁ ବଢ଼ାଇବାରେ ସହାୟକ ହେବ; ଡିଭାଇସ୍ ଯାହା ଏମ୍ଏସ୍ଏମ୍ବି ଗୁଡ଼ିକୁ ଅଗ୍ରଣୀ ଡିଜିଟାଲ୍ ସମାଧାନ ପ୍ରଦାନ କରିବ। ଏହି ଘୋଷଣା ସମ୍ପର୍କରେ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂସ୍ଥାଗୁଡ଼ିକ ହେଉଛି ଭାରତୀୟ ଅର୍ଥନୀତିର ଭିତିପ୍ରସ୍ତର। ବର୍ତ୍ତମାନ ଏକ ସମନ୍ୱିତ ଡିଜିଟାଲ୍ ସେବା ପ୍ରଦାନ ଏବଂ ଉନ୍ନତ ତଥା ଅତ୍ୟାଧୁନିକ ଏଂଟରପ୍ରାଇଜ୍ ସୁବିଧା ଆପଣାଇବା ପାଇଁ ସୁବିଧା ଓ ଜ୍ଞାନର ଅଭାବ ଥିବାରୁ ସେମାନେ ନିଜ ବ୍ୟବସାୟକୁ ପ୍ରଭାବଶାଳୀ ଢଙ୍ଗରେ ଚଲାଇବା ଲାଗି…

