Author: Samikhsya Bureau

ସିଂହ: – ଆଜି ଶୁଭ ଫଳପ୍ରଦ ଦିନ ହେବ । ବ୍ୟବସାୟ ଭଲ କରିବ । କାର୍ଯ୍ୟରେ ସଫଳତା ହେତୁ ମନ ଖୁସି ହେବ ଏବଂ ବାସ୍ତୁ ଭୋଗର ଧାରା ବଢିବ । ରିଅଲ୍ ଇଷ୍ଟେଟ୍ ଏବଂ ପୁଂଜି ବିନିଯୋଗ ପାଇଁ ଏକ ଯୋଜନା ହୋଇପାରେ । ଯେ କୈଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନ୍ତି । କନ୍ୟା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ ହେବ ଏବଂ ଆର୍ଥିକ ଲାଭ ପାଇବ । କଣ୍ଟିଜେନ୍ସି ସୁବିଧା ଏବଂ ଚାକିରି ପଦୋନ୍ନତି ଗଠନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ତଥାପି, ସେଠାରେ ଅଧିକ କାର୍ଯ୍ୟ ଭାର ରହିବ, ଯାହା ଥକ୍କାପଣର କାରଣ ହୋଇପାରେ । ଉଭୟ ପରିବାର ଏବଂ କାର୍ଯ୍ୟାଳୟର ପରିବେଶ ସୁଖଦ ହେବ ।

Read More

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ଆପଣଙ୍କର ପ୍ରୟାସ କାର୍ଯ୍ୟରେ ସଫଳତା ଆଣିବ, ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିଶ୍ରମ କରିବା ଅପେକ୍ଷା କର୍ମ କ୍ଷେତ୍ରର ଯୋଜନା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଅଧିକାରୀମାନଙ୍କର ସହାୟତା ପାଇବେ। ପୁରୁଣା ଋଣରୁ ମୁକ୍ତି ମିଳିପାରେ । ପରିବାର, ବନ୍ଧୁ ଏବଂ ସମ୍ପର୍କୀୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ।

Read More

ମେଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ । କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ। ବୃଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ ।

Read More

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରିତ ହୋଇଥିବାରୁଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ ବୋଲି ସେ କହିଛନ୍ତି ।

Read More

ରବି ୠତୁରେ କୃଷକ ପଞ୍ଜିକରଣ (ଖରିଫ ବିକ୍ରୟ ଋତୁ ୨୦୨୦-୨୧) ପାଇଁ ଯାଜପୁରରେ ପ୍ୟାକ୍ସ ସେକ୍ରେଟାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଡିଇଓ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।

Read More

ଭୁବନେଶ୍ୱର, ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତକରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା“ଦି ଇଣ୍ଟରଭ୍ୟୁ ଟାଇମ୍ସ”ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୧ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେଅତିଥିଭାବେ ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର, ମନୋଜ କୁମାର ମିଶ୍ର, ସଚିବ,ଇଂଜିନିୟରିଂ ଆଣ୍ଡ୍ ଆଇଟି, ଓଡ଼ିଶା ସରକାର, ପଙ୍କଜ ମହାନ୍ତି, ଅଧ୍ୟକ୍ଷ, ଓସିଏ, ନିରଞ୍ଜନ ପଟ୍ଟନାୟକ,ଅଧ୍ୟକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି , ମହେନ୍ଦ୍ର ଗୁପ୍ତା, ଚେୟାରମ୍ୟାନ୍‌, ଗୁପ୍ତା ପାୱାର , ପ୍ରିୟଦର୍ଶୀ ମିଶ୍ର, ଚେୟାର୍‌ମ୍ୟାନ୍‌, ଓଏସ୍‌ଏଚ୍‌ବି ପ୍ରମୁଖ ଯୋଗ ଦେଇଥିଲେ । ପତ୍ରିକାର ସମୂହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଭା କାର୍ଯ୍ୟ ପରେ ପରେ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ‘ରାଜ୍ୟ…

Read More

ଭୁବନେଶ୍ବର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବକମାନଙ୍କର ପ୍ରେରଣାର ଉତ୍ସ ବିଜୁ ବାବୁଙ୍କ ୧୯୩୨ ମସିହାରେ କଟକ ରେଭେନ୍ସା କଲେଜ ଠାରୁ ସୁଦୂର ପାକିସ୍ଥାନର ପେଶୱାର ପର୍ଯ୍ୟନ୍ତ ଦୀର୍ଘ ୪୫୦୦ ମାଇଲର ଦୁଃସାହସିକ, ଐତିହାସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏହି ସାଇକେଲର ରାଲିର ଆୟୋଜିତ କରିଥିଲା। ଏହି ବିଶାଳ ସାଇକେଲ ଶୋଭାଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି…

Read More

ଭୁବନେଶ୍ୱର: ଭାରତବର୍ଷର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନିତିଜ୍ଞ, ନବ ଉତ୍କଳର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅରବିନ୍ଦ ଢ଼ାଲି, ବିଧାନସଭା ସଚିବ ଦାଶରଥି ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ କୁମାର ପାତ୍ର, ସାଧାରର ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ଶାନ୍ତିଲତା…

Read More

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନାରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଉଚ୍ଛା ରଖିଛନ୍ତି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ,…

Read More

ଗଞ୍ଜାମ: ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଶେରଗଡ଼ ବ୍ଲକର କେ.କରଡ଼କଣା ଗ୍ରାମପଚାଂୟତ ଅନ୍ତର୍ଗତ ଲାଓଗୁଡ଼ା ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗି ୧୧ ବଖରା ଘର ଜଳିଯିବା ସହିତ ୬ଟି ଗୁହାଳରେ ନିଆଁ ଲାଗି ଯାଇଥିଲା। ଫଳରେ ୯୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥି ସହିତ ଅଗ୍ନି ବିପନ୍ନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଓ ପାଲ ଯୋଗାଇ ଦିଆଯାଇଛି।

Read More

ଭୁବନେଶ୍ବର,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ। ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ। ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଜି ଯେତେବେଳେ ଗାଁର କଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହଉଛି, ତା ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅ ରେ ତା ଘର ଉଜ୍ଜ୍ଵଳ ଦିସୁଛି, ସେତେବେଳେ ତା ମୁହଁ ରେ ହସ ଆସୁଛି। ଆଉ ତାହା ହଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର। ଆଜି ଯେତେବେଳେ ମା…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ସ୍ଥଳୀରୁ ମାର୍ଚ୍ଚ ୦୫, ୨୦୨୧ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଏହାର ସଫଳ ଆକାଶମାର୍ଗ ପରୀକ୍ଷଣ (ଫ୍ଲାଇଟ୍ ଟେଷ୍ଟ) କରାଯାଇଥିଲା। ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା। ଏହି ପରୀକ୍ଷଣ ସମୟରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତି ସହିତ ବହୁ ନୂତନ ପ୍ରଯୁକ୍ତି ପ୍ରମାଣିତ ହୋଇଥିଲା। ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତିର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି। ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ। ବର୍ତ୍ତମାନ ବିଶ୍ୱର ମାତ୍ର ହାତଗଣତି…

Read More

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ୨୯୪ ମଧ୍ୟରୁ ୨୯୧ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ସେ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଟିକେଟ୍ କାଟିଛନ୍ତି । ଏଥର ସେ ଜିଏସଟି ପରିଷଦର ସଭାପତି ତଥା ରାଜ୍ୟ ଅର୍ଥ ଓ ଶିଳ୍ପ ମନ୍ତ୍ରୀ ଅମିତ ମିତ୍ରଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ ଦେଇଛନ୍ତି। ଏଥିପାଇଁ ମମତା ସ୍ପଷ୍ଟ କରିଛନ୍ତି ଯେ, ୮୦ ବର୍ଷରୁ ଅଧିକ ପ୍ରାର୍ଥୀଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ପ୍ରାର୍ଥୀ ତାଲିକାରେ ମନ୍ତ୍ରୀ ପୂର୍ଣ୍ଣେନ୍ଦୁ ବସୁଙ୍କ ନାମ ମଧ୍ୟ ନାହିଁ। ଜୋଡ଼ାସାଙ୍କୁର ବିଧାୟକ ସ୍ମିତା ବକ୍ସିଙ୍କୁ ମଧ୍ୟ ଟିକେଟରୁ ବାଦ୍ ଦିଆଯାଇଛି ଏବଂ ଏକ ପ୍ରସିଦ୍ଧ ହିନ୍ଦୀ ଦୈନିକ ଖବର କାଗଜର ମାଲିକ ବିବେକ ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ଅନ୍ୟ ରାଜ୍ୟମାନଙ୍କ ପରି ବିଧାନ ପରିଷଦ ବର୍ତ୍ତମାନ ସାମ୍ବିଧାନିକ ନିୟମ ଅନୁଯାୟୀ ଗଠିତ ହେବ। ଯେଉଁଥିରେ…

Read More

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଜୁଲୁଣ୍ଡା ଗ୍ରାମରେ ବାହାଘର ପରେ ଶାଶୁଘରକୁ ବିଦା ହେଉଥିବା ବେଳେ ଝିଅର ମୃତ୍ୟୁ ଘଟିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଡ଼ାକ୍ତର କହିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ଭୁବନେଶ୍ୱର ନୀଳାଦ୍ରି ବିହାରର ପ୍ରଦୀପ କୁମାର ନାୟକ ତାଙ୍କ ପରିବାର ସହ ନିଜ କାର(ଓଡ଼ି-୩୩ ଟି ୪୮୮୪) ଯୋଗେ ଏକ ବାହାଘରରେ ଯୋଗ ଦେବାକୁ  ବାଣପୁର ଯାଉଥିଲେ। ତେବେ ପାଖପାଖି ସଂଧ୍ୟା ୭ ଘଟିକା ସମୟରେ ନାଚୁଣୀ ଓଭରବ୍ରିଜ ଠାରେ ପରିସ୍ରା କରିବା ନିମନ୍ତେ ପ୍ରଦୀପ ନିଜ ଗାଡିର ବ୍ଲିଙ୍କର ଅନ କରି ବାମ ପାର୍ଶ୍ୱରେ ଗାଡିକୁ ଠିଆ କରିଥିଲେ। ତେବେ ହଠାତ ଦ୍ରୁତଗତିରେ ବଡ଼ବିଲରୁ ଗୋପାଳପୁର ଯାଉଥିବା ଏକ ଆଇରନ ଵୋଝେଇ ଟ୍ରକ( ଓଡ଼ି- ୦୭ ଡବ୍ଲୁ ୦୮୭୧) କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରଦୀପଙ୍କ ପତ୍ନୀ ଏବଂ ପୁଅ ଆହତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରରେ ଦିନକୁ ଦିନ ଅସାମାଜିକ ତତ୍ତ୍ୱ ବୃଦ୍ଧି ପାଉଥିବାବେଳେ ଏଥିରେ କିଛି ମହିଳା ସଂପୃକ୍ତ ରହିବା ପୋଲିସ୍ ପାଇଁ ଚିନ୍ତା ବଢ଼ାଇ ଦେଇଛି। ବଡ଼ବଡ଼ ସହରରେ ଯେଭଳି ପ୍ଲାନିଂ କରି ହତ୍ୟା କରାଯାଏ କିମ୍ବା ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରିବା ଭଳି ଷଡ଼ଯନ୍ତ୍ର ଭିଆଯାଏ ସେଭଳି ସ୍ଥିତି ବର୍ତ୍ତମାନ ବ୍ରହ୍ମପୁର ସହରରେ ସାମାନ୍ୟ ହୋଇଗଲାଣି। ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଆଜି ବଡ଼ବଜାର ଥାନା ପୋଲିସ୍। ଘଟଣାରୁ ପ୍ରକାଶ ଯେ ଗତ ୨୭.୨.୨୦୨୧ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଗଳିର ଶିବ ଶଙ୍କର ପାତ୍ରଙ୍କ ଘର ଉପରେ କିଛି ଦୁବୃର୍ତ୍ତ ଭୟଭୀତ କରିବା ପାଇଁ ଏକ ବୋମା ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ବୋମାଟି ଫୁଟି ନଥିଲା। କିନ୍ତୁ ଶିବଶଙ୍କର ପାଇଁ ଏହା ଧମକ ଥିଲା। ଏହି ଘଟଣାରେ ବଡ଼ବଜାର ଥାନା ପୋଲିସ୍ ତତ୍ପରତା ଦେଖାଇ ଥାନା କେସ ନଂ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନାରେ ବଢ଼ିଚାଲିଛି ଅରାଜକତା। ଦିନକୁ ଦିନ ଚୋରି ଡ଼କାୟତି ବଢ଼ୁଥିବା ସ୍ଥଳେ ପୋଲିସ୍‌ର ପେଟ୍ରୋଲିଂ ଅଭାବ ଯୋଗୁଁ ଏହିଭଳି ଘଟଣା ଘଟୁଛି ବୋଲି ଅଂଚଳରେ ଥିବା ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚା ହେଉଛି। ଆଜି ଏକ ଅଭାବନୀୟ ଘଟଣା ଯାହାକି ଅତି ନିନ୍ଦନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ଜଣେ ଜଣାଶୁଣା ଆୟୁର୍ବେଦ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ନିଜ ଗାଡ଼ି ସହ ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁଇଜଣ ଦୁବୃର୍ତ୍ତଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା। ଯାହାକି ଦୁଇଟି ପିଲା ବିନା ହେଲ୍‌ମେଟ୍‌ରେ ଅତି ଦ୍ରୁତଗତିରେ ଗାଡ଼ି ଚଳାଇ ଡ଼ାକ୍ତରଙ୍କ ସମ୍ମୁଖକୁ ଆସିଯାଇଥିଲେ। ଡ଼ାକ୍ତର ଭୟଭୀତ ହୋଇ ଗାଡ଼ି ଅଟକାଇ ସେମାନଙ୍କୁ ଆକଟ କଲେ ଯେ ବିନା ହେଲ୍‌ମେଟ୍‌ରେ ଏତେ ଦ୍ରୁତଗତିରେ ଗାଡ଼ି ଚଳାଇବା ଠିକ୍ ନୁହେଁ। ଏହା ହିଁ ଥିଲା ତାଙ୍କର ଭୁଲ୍। ଦୁଇ ଯୁବକ ଲୋଚପଡ଼ା ବିଶ୍ୱକର୍ମା ସାହିର ଅରୁଣ ମହାଙ୍କୁଡ଼…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୭.୦୨.୨୦୨୧ ତାରିଖ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର-କେଲୁଆ ରୋଡ଼୍‌ରେ ଜନୈକ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ଲେନ୍ ୧୧ର ରାଜେଶ ପଣ୍ଡା । ପୋଲିସ୍ ତା’ ନିକଟରୁ ୨୦ହଜାର ଟଙ୍କା ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଉକ୍ତଦିନ ପାତ୍ରପୁର ଗ୍ରାମର ରବି ବେହେରା ପାତ୍ରପୁର-କେଲୁଆ ରୋଡ଼୍‌ରେ ୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଦୁଇଜଣ ଅଜ୍ଞାନ ଲୋକ ତାଙ୍କୁ ଖଣ୍ଡା ଦେଖାଇ ଜୀବନରେ ମାରିଦେବାର ଭୟ ଦେଖାଇ ୧ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ରବି ଜରଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୪୯/୨୦୨୧ ୟୁ/ଏସ୍ ୩୯୪ରେ ମାମଲା ରୁଜୁ ଘଟି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା। ପୋଲିସ୍ ରାଜେଶ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ସଭାଗୃହରେ ଆଜି ବ୍ଳକ୍ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଅଟଳ ବିହାରୀ ସ୍ୱାଇଁ, ଏବିଡିଓ ସତ୍ୟଜିତ୍ ସ୍ୱାଇଁ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳେଇ, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ଆମ୍ବିରୀ ସରପଞ୍ଚ, କନକପୁର ସରପଞ୍ଚ ନମିତା ରାଉଳ, ସମିତି ସଭ୍ୟ ଅଜୟ ରାଉଳ, କଟରା ସମିତିସଭ୍ୟ ବାଇଧର ବଳ, ତୁଳଙ୍ଗ ସମିତି ସଭ୍ୟ ମମତା ନାୟକ, କୋଲର ସମିତି ସଭ୍ୟ ରଞ୍ଜିତ ପାଲ୍ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ…

Read More

ଭୁବନେଶ୍ୱର/ମୁମ୍ବଇ: ଭାରତର ଅଗ୍ରଣୀ ତଥା ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍‌ସ ମହିଳାମାନଙ୍କର ଅଦମ୍ୟ ବିଚାରାଧାରାକୁ ପାଳନ କରିବା ପାଇଁ ଏକ ଅନନ୍ୟ ପେଣ୍ଡେଂଟ୍ ବା ଲକେଟ୍ ପ୍ରଚଳନ କରିଛି। ଏହି ପେଣ୍ଡେଂଟ୍ ଡିଜାଇନ ଅପୂର୍ବ ବ୍ୟକ୍ତିତ୍ୱ ଭାବଧାରାକୁ ପ୍ରଦର୍ଶନ କରୁଛି ଯାହା ଆଶା, ସାହସ ଏବଂ ଧୈର୍ଯ୍ୟର ପ୍ରତୀକ ହେବା ସହିତ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଗକୁ ବଢୁଥିବା ମହିଳାଙ୍କ ପାଇଁ ସମ୍ମାନ ପ୍ରଦର୍ଶନ କରୁଛି। ଏହି ଡିଜାଇନ ମହିଳାମାନଙ୍କର ଆଭାକୁ ପ୍ରଦର୍ଶିତ କରୁଛି ଯିଏ ମଜଭୁତ ଏବଂ ଆତ୍ମୀୟତାର ଭାବଧାରାକୁ ନିରନ୍ତର ପ୍ରେରଣା ଦିଅନ୍ତି, ବିକଶିତ କରନ୍ତି ଏବଂ ଆପଣେଇଥାନ୍ତି। ପୁରାଣ ବର୍ଣ୍ଣିତ ପକ୍ଷୀର ରମଣୀୟ ଡିଜାଇନକୁ ପ୍ରଦର୍ଶିତ କରୁଥିବା ଏହି ପେଣ୍ଡେଂଟ୍ ଝଲମଲ କରୁଥିବା ହୀରା ସହିତ ୧୪ କାରାଟ ସୁନାରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଆପଣଙ୍କ ନିଜସ୍ୱ ଷ୍ଟାଇଲକୁ ଅଧିକ ପରିପୂରକ କରିବା ପାଇଁ ଆପଣଙ୍କ ଜୁଏଲାରୀ ସମ୍ଭାର ସହିତ ସଂଯୋଗ କରିବାକୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ୧୦, ଖୋର୍ଦ୍ଧାରୁ ୭, ସମ୍ବଲପୁରରୁ ୭, ବାଲେଶ୍ବରରୁ ୬, ଝାରସୁଗୁଡାରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୩, ଗଞ୍ଜାମରୁ ୩, ନୂଆପଡାରୁ ୩, ପୁରୀରୁ ୩, ଗଜପତିରୁ ୨, ମାଲକାନାଗିରିରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, କଟକରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୭୪୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ…

Read More