ନୂଆଦିଲ୍ଲୀ, ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ । ଆଜିର ଯାତ୍ରା ବିନିଯୋଗ ସଫଳ ହେବ । ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ । ଏହି ଦୁଇଟି ରାଶି ହେଲା ମିଥୁନ ଏବଂ ମେଷ ରାଶି। ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ । ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ । ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ । ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ ।
Author: Samikhsya Bureau
ଭୁବନେଶ୍ବର, ଏକ ଐତିହାସିକ ଘଟଣା କ୍ରମରେ ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ୍ କଂପାନୀ କେନ୍ଦ୍ରାପଡ଼ାରେ ଏକ ସମନ୍ୱିତ ଇସ୍ପାତ୍ କାରଖାନା ନିର୍ମାଣ କରିବ। ଏନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିତ୍ତଲ ଗ୍ରୁପ୍ର ଅଧ୍ୟକ୍ଷ ଏଲ୍.ଏନ୍.ମିତ୍ତଲ,ଇସ୍ପାତ ଓ ଖଣିଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ । ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍ କପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍ ପ୍ରକଳ୍ପର…
ନୂଆଦିଲ୍ଲୀ: ଶିବସେନା ମୁଖପାତ୍ର ସଂଜୟ ରାଉତ ଗୁରୁତବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। କିନ୍ତୁ ରାଜ୍ୟରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ। ସେ କହିଛନ୍ତି ଯେ, ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ କି ନାହିଁ ତାହା ଜାଣିବାକୁ ଲୋକମାନେ ଆଗ୍ରହୀ। କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ନିଷ୍ପତି ନେଇଛି ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ସହ ଛିଡ଼ା ହେବେ। ସଂଜୟ ରାଉତ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ। ସେ କେନ୍ଦ୍ରରେ ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସମସ୍ ପ୍ରକାର ଅର୍ଥ, ଶକ୍ତି ଏବଂ ଗଣମାଧ୍ୟମ ବ୍ୟବହାର କରାଯାଉଛି। ତେଣୁ ଶିବସେନା ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିଜୟ…
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୁଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଆଜି ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ। ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି। ଏହା ଡିଜିଟାଲ ସମାଚାର…
ଝାରସୁଗୁଡା: ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ଖାଦ୍ୟ ନାଳୀ କାଟି ଦେଇଛନ୍ତି। ମହିଳାଙ୍କ ଅବସ୍ଥା ଏବେ ଗୁରୁତର ହୋଇ ପଡ଼ିଛି। ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ଏପରି ବେପରୁଆ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା। କନକତୋରା ପଂଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ…
ଝାରସୁଗୁଡା: ଝାରସୁଗୁଡା ପୋଲିସ ଝାରପଡା ଜେଲରେ ଥିବ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁଘୋଷର ଅନ୍ୟତମ ସହଯୋଗୀ ଅଜୟ ପାଠକକୁ ଗିରଫ କରିଛି। ସୋନୁ ସହ ମିଶି ଅନେକ ଅପରାଧ ଘଟାଇଥିବା ଅଜୟର ଗତିବିଧିକୁ ପୋଲିସ କିଛିଦିନରୁ ଲକ୍ଷ୍ୟ ରଖିବା ପରେ ତାଘରେ ଗତରାତିରେ ଅଚାନକ ଚଢାଉ କରି ଏକ ବେଆଇନ୍ ଦେଶୀ ବନ୍ଧୁକ ସହ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେବା ସମୟରେ ଅଜୟ ନାଁରେ ବ୍ରଜରାଜନଗର ଥାନାରେ ପୁର୍ବରୁ ଦୁଇଟି ଅପରାଧିକ ମାମଲା ରହିଥିବା ବେଳେ ସେ ରାଜ୍ୟର ଅନ୍ୟ ଥାନା ସହ ପଡୋଶୀ ଝାଡଖଣ୍ଡରେ ଅନେକ ମାମଲାରେ ସଂପ୍ରୁକ୍ତ ଥିବା ସୁଚନା ଦେଇଥିଲେ।
ଜଗଡିୟାଲ: ତେଲେଙ୍ଗନା ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛିା କୁକୁଡ଼ା ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ଗଞ୍ଜା କୁକୁଡ଼ା ନିଜ ମାଲିକକୁ ଛୁରୀ ଭୁସି ହତ୍ୟାକାରିଥିବା ଜଣାପଡିଛିା ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛିା ସୂଚନା ଅନୁଯାୟୀ ତେଲେଙ୍ଗନା ରାଜ୍ୟ ଜଗଡିୟାଲ ଜିଲ୍ଲା ଲୁଥିନୁର ଗାଁ ରେ ବଡଧରଣର କୁକୁଡ଼ା ଲଢେଇ ଚାଲିଥିଲା। ଏଥିରେ ସାମିଲ ହେବା ପାଇଁ ସତୀଶ ନାମକ ଏକ ଯୁବକ ନିଜ ଗଞ୍ଜା କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧି ଲଢେଇ ପାଇଁ ପୂର୍ବ ପ୍ରସ୍ତୁତି କରୁଥିବାବେଳେ କୁକୁଡ଼ା ବାରମ୍ବାର ୩ ଫୁଟ ଉପରକୁ ଉଠି ରାଗି ଯାଇ ମାଲିକର ପେଟରେ ଗୋଡ଼ରେ ବନ୍ଧା ହୋଇଥିବା ଛୁରୀରେ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା।
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ। ଏହି ସାଇକେଲ୍ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧, ବରଗଡରୁ ୮,ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରିରୁ ୬, ସୁନ୍ଦରଗଡରୁ ୫, ଦେବଗଡ଼ରୁ ୪, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୨, ରାୟଗଡାରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧, ପୁରୀରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…
ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ। ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ ଇଂ. ଶ୍ରୀଧରନଙ୍କ ନାମ ଘୋଷଣା କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେଟ୍ରୋ ମ୍ୟାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି କେରଳର ବିଜେପି ସଭାପତି କେ. ସୁରେନ୍ଦ୍ରନ କେନ୍ଦ୍ରୀୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ମେଟ୍ରୋ ମ୍ୟାନ ନାମରେ ପରିଚିତ ଇଂ. ଶ୍ରୀଧରନ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦିଲ୍ଲୀ ମେଟ୍ରୋର ନିର୍ମାଣକୁ ସଫଳ କରିଥିବା ଶ୍ରୀଧରନ ଦେଶର ଅନେକ ମେଟ୍ରୋ ପ୍ରକଳ୍ପ ପାଇଁ ମଧ୍ୟ ସାହାଯ୍ୟ କରିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ପୁଣିଥରେ ବସ୍ ଭଡ଼ାରେ ବୃଦ୍ଧି ହୋଇଛି। ତୈଳ ଦର ବଢୁଥିବାରୁ ବସ୍ ଭଡ଼ାରେ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ବସ୍ ଭଡା ଥିଲା ୮୦ ପଇସା। ଏବେ ଏହା ବୃଦ୍ଧି ପାଇ ୮୫ ପଇସା ହେଲା। ସେହିଭଳି ଏକ୍ସପ୍ରେସ ବସ ଭଡା ଆଗରୁ ଥିଲା ୮୪ ପଇସା ଏବଂ ଏବେ ଏହା ୮୯ ପଇସା ହେଲା। ସେହିଭଳି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସାକୁ ବୃଦ୍ଧି କରାଯାଇଛି। ଡିଲକ୍ସ ବସ ଭଡା ପୂର୍ବରୁ ୧.୧୧ ପଇସା ଥିଲା ଓ ଏବେ ୧.୨୧ ପଇସା ହେଲା। ଏସି ବସ ଭଡା ୧.୩୯ ପଇସା ଥିଲା ଏବଂ ଏବେ ହେଲା ୧.୪୯ ପଇସା। ସୁପର ପ୍ରିମିୟର ବସ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି। ଏନେଇ ରାଜ୍ୟ…
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ। ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି। ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ…
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜ୍ୟସରକାର। ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ଲାଗି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଆଇନଗତ ସହାୟତା ଲୋଡିଛନ୍ତି। କୋଟିଆ ଓଡ଼ିଶାର ବୋଲି ସମସ୍ତ ପ୍ରାମାଣିକ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସମ୍ପର୍କରେ ଜଣାଇଛନ୍ତି ରାଜସ୍ୱ ସଚିବ।
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଛାତ୍ର ବିରୋଧି ନୀତି ପ୍ରତିବାଦରେ ‘ନୌକରି ଦୋ ୟା ଡିଗ୍ରୀ ୱାପସ୍ ଲୋ’ କାର୍ଯ୍ୟକ୍ରମରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶାର ଛାତ୍ର ନେତା ଅଂଶଗ୍ରହଣ କରିବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଅଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ରୋଶନଲାଲ ବିଟୁ କଂଗ୍ରେସ ଭବନ ଠାରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି। ୟାସିର ନୱାଜ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଦେଶର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବକମାନଙ୍କ ଠାରୁ ଭୋଟ ଲୁଟିନେବା ପରେ ଏବେ ନରେନ୍ଦ୍ର ମୋଦିଙ୍କର ପକୋଡା ନିଯୁକ୍ତି ପ୍ରସଙ୍ଗ ଦେଶର ଛାତ୍ର ସମାଜକୁ ଗଭୀର ଦୁଃଖ ଦେଇଛି।…
ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ଗ୍ରୁପ୍ଙ୍କୁ ପାର୍କିଂ ଲଟ୍ ଦେଇଛି ବିଏମସି। ଏହି ଉଦ୍ୟଶ୍ୟରେ ବୁଧବାର ପରିଚୟ ଗ୍ରୁପ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଛନ୍ତି ବିଏମ୍ସି କମିଶନର। ଏମାନଙ୍କୁ ଡ୍ରେସ୍, ଆଇ କାର୍ଡ,ଗାଡି ଇତ୍ୟାଦି ଯୋଗାଇ ଦିଆଯାଇଛି ବର୍ତ୍ତମାନ ଏହି ଗ୍ରୁପ୍ ୧୦,୦୦୦ରୁ ୨୫,୦୦୦ ମଧ୍ୟରେ ଥିବା ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏବଂ ଚିହ୍ନିତ ପାର୍କିଂ ଲଟ୍ର(ଏଜି ଛକରୁ ରାଜମହଲ ଏବଂ ଆଇଡି ବି ଆଇ ଛକରୁ ବାଣୀବିହାର) ଦାୟିତ୍ୱରେ ରହିବେ। ଏହି ଅବସରରେ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ୨ଟି କିନ୍ନର ଗୋଷ୍ଠୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପୂର୍ବରୁ କିନ୍ନର ମାନଙ୍କ ସ୍ୱିକୃତି ଗ୍ରୁପ୍ କୁ ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ଲଟ୍ ଦିଆଯାଇଥିଲା। ଏହାର ସଫଳତାକୁ ଦେଖି ଆଜି ପରିଚୟ ଗ୍ରୁପ୍ କୁ ଆଉ ୨ ଟି ପାର୍କିଂ ଲଟ୍ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବକେୟା…
ଭଦ୍ରକ: ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଧକାଂଶ ବିଜେଡି ନେତା ଏବେ ବିଜେପିରେ ଅଲୋଡା ହୋଇ ପଡିଛନ୍ତି। ନିର୍ବାଚନ ବେଳେ ଦଳ ସେମାନଙ୍କୁ ଯେଭଳି ଗୁରୁତ୍ୱ ଦେଇ ନିଜ ଦଳକୁ ନେଇଥିଲା ନିର୍ବାଚନ ସରିଯିବା ପରେ ଏବେ ସେମାନେ ଦଳରେ ଅଲୋଡା ହୋଇ ପଡିଛନ୍ତି। ଦଳରେ ଥାଇ ମଧ୍ୟ ସେମାନଙ୍କୁ ଦଳରେ ଅନୁରୁପ ଗୁରୁତ୍ୱ ଦିଆଯାଉନଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ହେଉ ଅଥବା ନିଷ୍ପତ୍ତି ହେଉ କେଉଁଥିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ। ପରନ୍ତୁ ସେମାନଙ୍କୁ ଦଳରେ ଏକ ଅଦରକାରୀ ଏବଂ ତଳସ୍ତରର ନେତାଭାବେ ଗଣା ହେଉଛି। ଫଳରେ ସେମାନେ ଏହି ଦଳରେ ଆଉ ସେମାନଙ୍କୁ ନିରାପଦ ମନେ ନକରି ଦଳ ଛାଡିବାକୁ ବାଧ୍ୟ ହେଉଥିବା କଥା ନିଜର ଶହସ୍ରାଧିକ ସମର୍ଥକଙ୍କ ସହ ଦଳ ଛାଡିଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରତାପ ଧଳ ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନ…
ଭଦ୍ରକ: ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି। କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି। ଯାହାର ପ୍ରମାଣ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି। କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ…
ପୁରୀ: ଟାଉନଥାନା ଅନ୍ତର୍ଗତ ବାଲିସାହି ଶ୍ୱେତଗଙ୍ଗା ଲେନର ଜଣେ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଏସପି କେ. ଭିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପୁରୀଜିଲ୍ଲାର ଚନ୍ଦନପୁର, ସତ୍ୟବାଦୀ, ବାଲିପୁଟ, ଗୋପ, ବାସେଳୀସାହି ଅ ଳରେ ଛାନଭିନ୍ କରିଥିଲେ। ଏହାସହ ନୟାଗଡ ଜିଲ୍ଲାର ଶରଣକୂଳ, ଇଟାମାଟି ଆଦି ଅଞ୍ଚଳ ଖୋଜିବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଅଭିଯୁକ୍ତ ଯୁବକ ଶିବପ୍ରସାଦ ଦାସ ୩୦କୁ ଗିରଫ କରିଥିଲେ। ଶିବଙ୍କ ଘର ଚନ୍ଦନପୁର ଉଷାସାହିରେ ବୋଲି ଜଣାଯାଇଛି। ନାବାଳିକା ଅପହରଣ ସଂପର୍କରେ ମନୋରମା ଦାସ ଟାଉନଥାନରେ ଗତ ୨୩ ତାରିଖରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଟାଉନଥାନରେ ୫୩/୨୧ର ମାମଲା ରୁଜୁ ହୋଇଥିଲା।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ଼ଃ ବିଭୂପ୍ରସାଦ ତରାଇଙ୍କ ଅନୁମୋଦନ ଓ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ଅନୁସୂଚିତ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ୧- ଜିଲ୍ଲା ସଭାପତି- ସୁଦାମ ଚରଣ ମଲିକ ୨- ଉପ ସଭାପତି- ଅନନ୍ତ ଚରଣ ମଲିକ, ପ୍ରବେଶାନ ମଲିକ, ଶିବପ୍ରସାଦ ବେହେରା, ଉମାକାନ୍ତ ସେଠୀ ୩- ସାଧାରଣ ସଂପାଦକ- ଶଶିକାନ୍ତ ମଲିକ, ବାଦଲ ମଲିକ ୪- ସଂପାଦକ- ଚିତ୍ତରଞ୍ଜନ ମଲିକ, ଦିପକ ସେଠୀ, ସ୍ୱରାଜ ମଲିକ, ଅରୁଣ ମଲିକ, ବିଚିତ୍ର ମଲିକ ୫- କୋଷାଧ୍ୟକ୍ଷ- ପ୍ରଶାନ୍ତ କୁମାର ମଲିକ ୬- ମିଡିଆ ସଂଯୋଜକ- ରବିନ୍ଦ୍ର ମଲିକ ୭- ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟଭାବେ ୧୭ଜଣଙ୍କୁ ମନୋନିତ କରାଯାଇଥିବା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ସୂଚନା ଦେଇଛନ୍ତି।

