ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି। ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ବ୍ରହ୍ମପୁର ଭିଜିଲାସ ଏସ୍ପି ଭାବେ ଶାନ୍ତୁନୁ ପାଢ଼ୀ ଦାୟିତ୍ୱ ନେବା ପରେ ପରେ ହିଁ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଶ୍ରୀ ପାଢ଼ୀ ଦାୟିତ୍ୱ ନେବାପରେ ଦୁର୍ନୀତିଖୋର୍ ଅଫିସରଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଆଜି ବ୍ରହ୍ମପୁର ଭିଜିଲାନସ କାର୍ଯ୍ୟାଳୟ ପକ୍ଷରୁ ସ୍ପେଶାଲ ୱାରେଣ୍ଟ ବଳରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଜେ.ଇ. କେ. ନାଗେଶ୍ୱର ସେନାପତିଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ସକାଳୁ ସକାଳୁ ଅଫିସରମାନେ ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ଥିବା ଦୁଇମହଲା କୋଠା, ମିନିଗାମ୍ ମୌଜାରେ ଥିବା ଫ୍ଲା ଆସ୍ ଇଟା ତିଆରି କାରଖାନା, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ଗୋଲଡ଼େନ୍ ଟାୱାରରେ ରହୁଥିବା ସଳାଙ୍କ ଘର, ଶେରଗଡ କୁଲାଡ଼ ଗ୍ରାମର ପୈତୃକ ଘର, ରାୟଗଡ଼ା ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ, ରାୟଗଡ଼ାରେ ଥିବା ଅଫିସ୍ କ୍ୱାଟରେ ଚଢ଼ାଉ ହୋଇଥିଲା।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଗୁରୁଦେବ ହସ୍ପିଟାଲ୍ ଚର୍ଚ୍ଚାର ପରିସର ମଧ୍ୟରେ ରହି ହସ୍ପିଟାଲ୍ରେ ତାଲା ଝୁଲିଥିଲା ବର୍ତ୍ତମାନ ତାଲା ଖୋଲିବା ପରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ ପରିସରରେ ତୁମୁଳକାଣ୍ଡ ହୋଇଛି। ଗତକାଲି ଗୋଳନ୍ଥରା ଥାନ ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍ର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ନବୀନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କ୍ଲିନିକ୍ କର୍ମଚାରୀମାନେ ସଂଗୀତାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି। ସଂପୃକ୍ତ ଡ଼ାକ୍ତର, କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ସଂଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ମହିଳା ଡ଼ାକ୍ତର ସହ ଯୋଗାଯୋଗ କରିବାରୁ ସେ ଗୁରୁଦେବ ହସ୍ପିଟାଲ୍ରେ ଭର୍ତ୍ତି…
ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।
କୃଷ୍ଣଶରଣପୁର/ପଟିଆ: ସମାଜରେ ଅସହାୟ କର୍କଟ ପୀଡିତ/ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ କୃଷ୍ଣଶରଣପୁର ମାର୍କେଟ କମ୍ପେ୍ଲକ୍ସ, ପଟିଆ, ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀକା ଲିପିକା ରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା, ଦୀପକ କୁମାର ବାରିକ, ରୋହିତ କୁମାର ନାୟକ, ସମାଜସେବୀ ଭୁବନ ମୋହନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ, ଉପସଭାପତି ସୁରେନ୍ଦ୍ର ସାହୁ, ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ ଓ କୁନିଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୮, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୪, ବରଗଡରୁ ୩, ବାଲେଶ୍ଵରରୁ ୨, କୋରାପୁଟରୁ ୨, ପୁରୀରୁ ୨, ରାୟଗଡାରୁ ୨, ବଲାଙ୍ଗୀରିରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଛି। ତେବେ ୬୭୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୬ ଜଣ…
ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ଓଡ଼ିଶାର ସିଲ୍ଭର ଗାନ୍ଧୀ ବେଶ୍ ଚର୍ଚ୍ଚିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍ଭର ଗାନ୍ଧି’। ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି। ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି…
ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୨୦୨୧ ବ୍ୟାଚ୍ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି। କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍ଟ, ଆମାଜନ୍, ଫିନାଷ୍ଟ୍ରା, ରବର୍ଟ ବୋସ୍, ଡେଲ୍, ପିଡବ୍ଲୁସି, କ୍ଲାଉଡ୍ଗିନ୍, ଡେଲଏଟ୍, ଏଚ୍ପି ଆଇଏନ୍ସି, ଟେମେନସ୍, ଇନ୍ଫର୍ମାଟିକା,ଏମ୍ଏକ୍ୁ୍ୟ ସଫ୍ଟୱେୟାର୍, ଏନ୍ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍ର ଅଫର ପାଇଛନ୍ତି। ମହାମାରୀ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୯୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳୁଆ ସ୍କୁଲର ନିର୍ଦ୍ଧାରିତ ସମୟକୁ ପରିବର୍ତ୍ତନ କରାଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟ ୭ ଟାରୁ ୯ ଟା ପର୍ଯ୍ୟନ୍ତ ହେବ। ସେହିପରି ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟକୁ ୮ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସକାଳ ୭ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୬୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୬ ଟି ଜିଲ୍ଲାରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ଭଦ୍ରକ…
ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲାରେ ୩ ମାସ ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ତଦାରଖ କରିବେ। ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀ ପାଇଲେ ନିଯୁକ୍ତି: ୧- ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ସୁରେନ୍ଦ୍ର କୁମାର ୨- ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରଞ୍ଜନା ଚୋପ୍ରା ୩- ଗଜପତି ଜିଲ୍ଲା ଦାୟିତ୍ବରେ ଭାସ୍କର ଜ୍ୟୋତି ଶର୍ମା ୪- କଳହାଣ୍ଡି ଜିଲ୍ଲା ଦାୟିତ୍ବରେ ସତ୍ୟବ୍ରତ ସାହୁ ୫- କନ୍ଧମାଳ ଜିଲ୍ଲା ଦାୟିତ୍ବରେ ମଧୁସୂଦନ ପାଢୀ ୬- କୋରାପୁଟ ଜିଲ୍ଲା ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ ୭- ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଏନ.ବି. ଜାୱେଲ ୮- ନବରଙ୍ଗପୁର ଜିଲ୍ଲା ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ ୯- ନୂଆପଡା ଜିଲ୍ଲା ଦାୟିତ୍ବରେ ବିଷ୍ଣୁପଦ ସେଠୀ ୧୦- ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ନିକୁଞ୍ଜ ଧଳ ନିଯୁକ୍ତ ହୋଇଛନ୍ତି
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ। ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି। ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ…
କେନ୍ଦ୍ରାପଡା: ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ତଥ୍ୟ କାହାରିକୁ ହସ୍ତାନ୍ତର ନକରିବା ପାଇଁ ବାରମ୍ବାର ସୂଚନା ଦିଆଯାଉ ଥିଲେ ମଧ୍ୟ ସାଇବର ଠକମାନେ ଏଟିଏମ୍ କାର୍ଡଥିବା ଖାତାଧାରୀ ମାନଙ୍କୁ ବିଭିନ୍ନ ପ୍ରକାର କଥାରେ ପ୍ରଲୋଭିତ କରି ଲୁଟ କରୁଥିବା ଅଭିଯୋଗ ହେଉଛି। କରିଲୋପାଟଣା ପଂଚାୟତର ସନ୍ଥପଡା ଗ୍ରାମର ଆଶୁତୋଷ ରାଉଳଙ୍କୁ ତୁମ ଆକାଉଣ୍ଟ ସିଜ ହୋଇଯିବ ଟଙ୍କା ଉଠାଇ ପାରିବ ନାହିଁ ଆଦି କଥାକହି ଓଟିପି ନମ୍ବର ମାଗିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓଟିପି ନମ୍ବର ଦେବାପରେ ତାଙ୍କ ଆକାଉଣ୍ଟରୁ ଠକମାନେ ୨୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଶ୍ରୀ ରାଉଳ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି।
କେନ୍ଦ୍ରାପଡା: କେନ୍ଦ୍ରାପଡା ସଦରଥାନା ଅଧିନ କପାଳେଶ୍ୱର ପଂଚାୟତର କପାଳେଶ୍ୱର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସେହି ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏଥିରେ ସାବିର୍ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନମତ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଣାପଡିଛି।
ଭୁବନେଶ୍ବର: ବୁର୍ଲାସ୍ଥିତ ଭିସୁଟରେ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଭୁଲ ବୋଲି କୁହାଯାଇଛି। ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ହେଲେ ତାହା ଭୁଲ ରିପୋର୍ଟ ଏବଂ ଏହି ପରୀକ୍ଷା କିଟ ଖରାପ ଥିବାରୁ ଏଭଳି ଭୁଲ ରିପୋର୍ଟ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଭିସୁଟରେ କେହି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ପୁନର୍ବାର ଆରଟିପିସିଆର ଟେଷ୍ଟ ପରେ ସମସ୍ତ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଭୁବନେଶ୍ୱର: ଚଳିତବର୍ଷ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି। ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି। ଭକ୍ତମାନଙ୍କୁ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ। କେବଳ ଆଡ଼କାଠରେ ରହି ଦର୍ଶନ କରିହେବ। ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି।
ଭୁବନେଶ୍ବର , ଆଜି ସୁନା ଦର ବହୁ ପରିମାଣରେ ହ୍ରାସ ପାଇଛି। ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ଆଜି 24 କ୍ୟାରେଟ ସୁନ 10 ଗ୍ରାମ ପିଛା ପ୍ରାୟ 1040 ଟଙ୍କା କମିଛି। ଏହି ପରିମାଣର ହ୍ରାସ ଆଗରୁ କେବେ ହୋଇ ନ ଥିଲା। ଫଳରେ ଆଜି 24 କ୍ୟାରେଟ ସୁନା ଦର ଭୁବନେଶ୍ବରରେ 45 ହଜାର 9ଶହ 30 ଟଙ୍କା ରହିଛି। ଗତକାଲି ଏହି ଦର 46 ହଜାର 9ଶହ 70 ଟଙ୍କା ଥିଲା। ସେହିପରି 22 କ୍ୟାରେଟ ସୁନା ଦର ମଧ୍ୟ ପ୍ରାୟ 950 ଟଙ୍କା କମିଛି। ଗତକାଲି ଏହା 10 ଗ୍ରାମ ପିଛା 43 ହଜାର 50 ଟଙ୍କା ଥିବା ବେଳେ ଆଜି ଏହା 42 ହଜାର 100 ଟଙ୍କା ରହିଛି। ଗତ ସାତ ଦିନ ମଧ୍ୟରେ ସୁନା ଦର ଏତେ ପରିମାଣର ହ୍ରାସ ପାଇ ନ ଥିଲା।
କୋରାପୁଟ: ଛତିଶଗଡ ଯାଉଥିବା ଏକ କାରରୁ ପାଖାପାଖି ୮ କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି। ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷର ନକଲି ନୋଟ ପଟାଙ୍ଗୀ ପୋଲିସ ଜବତ କରିଛି। ନକଲି ନୋଟ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି।
ଭୁବନେଶ୍ବର- ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଫିସରେ ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ ତାଲା ପକାଇଛନ୍ତି। ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି ଅଂଶ ବା ସବ୍ ପ୍ଲଟକୁ ବିକ୍ରି କରିପାରିବେ ନାହିଁ । ଯଦି ବିକ୍ରି କରିବେ ପୁରା ଜମିକୁ ବିକ୍ରି କରିବେ। ଏହି ନିୟମ ବିଡ଼ିଏ ଜାରି କରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ବିଲଡରଙ୍କ ପ୍ରଭାବରେ ବିଡ଼ିଏ ଏହି ନିୟମ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି ।ଏହାର ପ୍ରତିବାଦରେ ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଯାଇଛି।
ଭବାନୀପାଟଣା: ତିନି ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଅଭିଯୋଗ। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ମସ୍କାପଦର ଗ୍ରାମରୁ। ଝାମୁଯାତ୍ରା ଦେଖିବାକୁ ଯାଇଥିବା ବେଳେ ଶିଶୁକନ୍ୟାର ମଉସା ମିଠା କିଣି ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ତାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶିଶୁକନ୍ୟାର ପରିବାର ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଶିଶୁକନ୍ୟାର ଡ଼ାକ୍ତରୀମାଇନା କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଘଟିଯାଇଥିବା ଏଭଳି ଏକ ଲଜ୍ଜ୍ୟାଜନକ ଘଟଣାକୁ ନେଇ ସାଧାରଣରେ ଚାଂଚଲ୍ୟ ଖେଳିଯାଇଛି।

